କେମିତି ପୂର୍ବଗୌରବ ଫେରି ପାଇବ କଂଗ୍ରେସ? କେମିତି କରିବ ବିଜେପିର ମୁକାବିଲା?
ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଆରମ୍ଭ । ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଉପସ୍ଥିତ ଅଛନ୍ତି । ବୈଠକରେ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ରୋଡ଼ମ୍ୟାପ ନେଇ ଆଲୋଚନା ହେବ । ତେବେ ବ୍ରଜରାଜନଗର ଉପନିର୍ବାଚନ ପରେ ବସିବ ଦଳର ଚିନ୍ତନ ବୈଠକ ।
ଆଉ କେତେ ଦିନ ଏମିତି ଚାଲିବ... ହଠାତ୍ ରାତି ୯ଟା ୧୨ରେ ଚିଇଁକି ଉଠିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ମୁଖ୍ୟମନ୍ତ୍ରୀ, ଡିଜିପି ଓ ଏସପିଙ୍କୁ ଟ୍ୟାଗ୍ କରି ମାଗିଲେ ନ୍ୟାୟ। ଆଉ ଲେଖିଲେ, ...ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନେଲେ... ତେବେ ଏ ନେଇ ବର୍ଷା କି ଅନୁଭବଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ଏଏସ୍ଆଇର ସତ୍ୟପାଠ ସତ୍ତ୍ୱେ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ଶେଷରେ ସୁପ୍ରିମକୋର୍ଟ ଯିବ ମାମଲା
ଜୁନ୍ ୧୦ ତାରିଖରେ ହେବ ଭୋଟ୍ । ୨୪ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ମେ’ ୩୧ ।
ଖୋଳା ଯାଉଛି ବିରାଟ ବିରାଟ ଗାତ । ମୁଣ୍ଡ ଟେକୁଛି ବିରାଟକାୟ ପିଲାର । କେଉଁଠି ୩୦ରୁ ୩୫ ଫୁଟ୍ ଗାତ ତ ଆଉ କେଉଁଠି ଫିଲିଂ କରାଯାଇଛି ବାଲି ।
ଜୁନ୍-ଅଗଷ୍ଟ ମାସରେ ଶେଷ ହେଉଥିବା ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ଖାଲିହେବ । ସେଥିମଧ୍ୟରୁ ଓଡିଶାରେ ୩ଟି ଆସନ ଖାଲି ହେବ ।
ଶ୍ରୀଜଗନ୍ନାଥଙ୍କ ବିପୁଳ ଜମି ଜବରଦଖଲ ହୋଇଛି । ସେଗୁଡ଼ିକୁ ଫେରାଇ ଅଣାଯାଉ ବୋଲି କହିଥିଲେ ଅପରାଜିତା ।
ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ହେବ ଭୋଟ ଗ୍ରହଣ । ଜୁନ୍ ୧୦ ତାରିଖ ଅପରାହ୍ନ ୫ଟାରେ ହେବ ଭୋଟ ଗଣତି ।
ଏଏସ୍ଆଇ ମନା କରିବା ସତ୍ତ୍ୱେ, ରାଜ୍ୟ ସରକାର ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସମ୍ବିତ୍ । ବିଜେଡି ଏହାକୁ ଡ୍ରାମା ବୋଲି କହିଥିବାବେଳେ କଂଗ୍ରେସ ଏହାକୁ ନିନ୍ଦା କରିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତୀବ୍ର ହେଉଛି ବିବାଦ ଏବଂ ତେଜୁଛି ରାଜନୀତି । ଆଜି ବିଜେପି ରାଷ୍ଟ୍ରୀୟ ମୁଖାପତ୍ର ସମ୍ବିତ ପାତ୍ର ପୁରୀରେ ମହାପ୍ରଭୁଙ୍କ ମୂର୍ତ୍ତି ହାତରେ ଧରି ନିର୍ମାଣଧୀନ କାର୍ଯ୍ୟସ୍ଥଳ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାର ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ।
ଆଜି ପୁରୀ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ ସମ୍ବିତ । ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ଶ୍ରୀଜିଉଙ୍କ ଦର୍ଶନ କରି ଫେରୁଥିବା ବେଳେ ପୁରୀ ଝାଡ଼େଶ୍ୱରୀ କ୍ଲବ ଛକରେ ତାଙ୍କ ଗାଡ଼ି ଉପରକୁ ଟମାଟୋ, କାଳି ମାଡ଼ ହୋଇଥିବା ସୂଚନା ମିଳିଛି ।
ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।
ନିଜର ପୂର୍ବ ମତକୁ ଦୋହରାଇଲେ ସମ୍ବିତ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟକୁ ନେଇ ବିବାଦ । ଏଏସ୍ଆଇ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କ କଳାପହାଡିଆ ମନବୃତ୍ତି ଥିବା ନେଇ ବି କଡା ସମାଲୋଚନା କରିଛନ୍ତି ସମ୍ବିତ ।
ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି ।
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା ।
ଦରବୃଦ୍ଧି ନିଷ୍ପତ୍ତିରୁ କେନ୍ଦ୍ର ସରକାର ନ ଓହରିଲେ, ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରୀ ଆସିଲେ ବିରୋଧ ସହିତ ଅଣ୍ଡାମାଡ଼ କରାଯିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ ।
ରିସେପସନ୍ କାଉଣ୍ଟର ରେଗୁଲେଟେଡ୍ ଏରିଆକୁ ସ୍ଥାନାନ୍ତର ହେବ । ଯାହା ବି ହେବ ସଠିକ୍ ଅନୁମତିରେ ହେବ ।
ଆଜି ଓ କାଲି ତିନି ଦଳ ପକ୍ଷରୁ ହୋଇପାରେ ନାମାଙ୍କନ ଦାଖଲ ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇଛି । ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲ୍ଙ୍କ ନାଁ ଘୋଷଣା ହୋଇଛି ।
ବ୍ରଜରାଜନଗର ଲଢ଼େଇ ମୈଦାନ ପାଇଁ ପ୍ରାର୍ଥୀ ସ୍ପଷ୍ଟ ହୋଇଛି । ବିଜେପି ପରେ ଯୋଦ୍ଧା ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହା ଆଶା କରାଯାଉଥିଲା ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି ।
ପିସିସି ସଭାପତି ପରିବର୍ତ୍ତନ ପାଇଁ ପ୍ରୋସେସିଂ ଆରମ୍ଭ ହୋଇଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ଆଜି ବିଜେଡି ପକ୍ଷରୁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘଷଣା କରାଯାଇଥିଲା ।