• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବିଜେପିର ସମାଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ୍ ଗସ୍ତକୁ ନେଇ ବିଜେପି କରିଛି ସମାଲୋଚନା । ବିଜେପି ଅଭିଯୋଗ କରିଛି ଯେ, ନବୀନ କାହିଁକି ପୋପଙ୍କୁ ଭେଟିଲେ ? ଏହାର କଣ ଆବଶ୍ୟକତା ଥିଲା ? ସେ ତ କୌଣସି ନେସନାଲ ଲିଡର ନୁହନ୍ତି ? ଏମିତିକି ଓଡ଼ିଶାରେ କେବେ ଶଙ୍କରାଚାର୍ଯ୍ୟଙ୍କୁ ବି ଭେଟିନାହାନ୍ତି ନବୀନ । କେଉଁ ପଇସାରେ ସେ ଇଟାଲୀ ଗସ୍ତ କରିଥିଲେ ? ଯଦି ସରକାରୀ ପଇସାରେ ଯାଇଥିଲେ, ତେବେ କଣ ଉପଲବ୍ଧି କଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଓଡିଶାକୁ ଖ୍ରୀଷ୍ଟିଆନ ଧର୍ମାବଲମ୍ବି ରାଜ୍ୟରେ ପରିଣତ କରିବାକୁ ଚେଷ୍ଟା କଲେ ବିରୋଧ କରିବା ସହ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବ ବୋଲି ଜୟନାରାୟଣ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ କାହିଁକି ଧାଡ଼ିରେ ଠିଆ ହୋଇ ପୋପଙ୍କୁ ଭେଟିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । କୌଣସି ପ୍ରକାରେ ଆମ ସଂସ୍କୃତି ଆମ ଧର୍ମରେ ବ୍ୟାହତ କରିବାକୁ ଚେଷ୍ଟା କଲେ ଏହାର ପ୍ରବଳ ବିରୋଧ ହେବ ବୋଲି ଜୟନାରାୟଣ କହିଛନ୍ତି ।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ରାଷ୍ଟ୍ରମୁଖ୍ୟ ଅପେକ୍ଷା ପୋପ୍‌ଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ପୋପଙ୍କୁ ଭେଟିବା ଦ୍ୱାରା ଓଡିଶା ପ୍ରତି ସକରାତ୍ମକ ଭାବନା ସୃଷ୍ଟି ହେବ ବୋଲି ସେ କହିଛନ୍ତି ।