ଆସନ୍ତା ଗୁରୁବାର ମହାରାଷ୍ଟ୍ରରେ ଉଦ୍ଧବ ସରକାରର ଭାଗ୍ୟ ନିର୍ଦ୍ଧାରଣ । ଗୁରୁବାର ବହୁମତ ସାବ୍ୟସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।
ଏକାନଥ ସିନ୍ଧେଙ୍କ ଗୋଷ୍ଠୀ ମୁମ୍ବାଇ ଆସି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କୁ ଭେଟି ସେ ଉଦ୍ଧବ ସରକାରଙ୍କଠାରୁ ବିଧିବଦ୍ଧ ଭାବେ ସମର୍ଥନ ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି ।
ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ ନେତ୍ୱତ୍ୱରେ ବସୁଛି ଘନଘନ ବୈଠକ ।
କଂଗ୍ରେସ ଓ ଏନସିପି ସମର୍ଥନ କରୁଥିବା ବେଳେ ନିଜ ଦଳ ପଛରୁ ଛୁରୀମାଡ କରିଛନ୍ତି ବୋଲି ଉଦ୍ଧବ କହିଛନ୍ତି ।
‘ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’
ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ୍ଙ୍କ ବିଜୟ ପରେ ମହାରାଷ୍ଟ୍ରରର ମେଣ୍ଟ ସରକାରରେ ଅସନ୍ତୋଷ ଦାନା ବାନ୍ଧୁଥିବା ଇଙ୍ଗିତ କରିଥିଲା । କିଛି ମେଣ୍ଟ ବିଧାୟକଙ୍କ କ୍ରସ୍ ଭୋଟିଂ ଧନଞ୍ଜୟଙ୍କ ବିଜୟର ପଥ ସୁଗମ କରିଥିଲା ।