• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଲେ ମାୟାବତୀ । ଦିନକୁ ଦିନ ଆହୁରି ସୁଦୃଢ଼ ହେଉଛି NDA । ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ମୟାବତୀଙ୍କ ବହୁ ଜନ ସମାଜବାଦୀ ପାର୍ଟି । ଏନେଇ ଆଜି ମାୟାବତୀ ଘୋଷଣା କରିଛନ୍ତି । ସେ ସିଧାସଳଖ ଦ୍ରୌପଦୀଙ୍କୁ ସମର୍ଥନ କରିବେ କହିଛନ୍ତି । ବିଜେପି କିମ୍ବା NDAକୁ ନୁହେଁ ଦଳର ଆଭିମୁଖ୍ୟ ପାଇଁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ମାୟାବତୀ ।

ତେବେ ଏହାପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀଙ୍କୁ ଓଡ଼ିଆ ଝିଅ ବୋଲି କହି ସମର୍ଥନ ଜଣାଇଛନ୍ତି । ଏମିତି ଦଳ ମତ ନିର୍ବିଶେଷରେ ଦ୍ରୌପଦୀଙ୍କୁ ସମସ୍ତ ବିଧାୟକ ସମର୍ଥନ କରନ୍ତୁ ବୋଲି ଅପିଲ କରିଥିଲେ । 

ଅନ୍ୟପଟେ ଗତକାଲି ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡକ ପରହିବନ ମନ୍ତ୍ରୀ ନୀତିନ ଗଡ଼କରି ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ । ଏହାଛଡା ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦଳର ସାଂସଦ ଓ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ ।

ସେପଟେ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରରେ ବିଜେଡି, YSR କଂଗ୍ରେସ, ଜେଡିୟୁ, ଏଆଇଡିଏମ୍‌କେ ଭଳି ଦଳର ନେତାମାନେ ପ୍ରସ୍ତାବକ ରହିଛନ୍ତି । ଦ୍ରୌପଦୀ ଓଡ଼ିଶାର ଜନଜାତି ଝିଅ ହୋଇଥିବାରୁ ରାଜ୍ୟ ବିଜେପିର ବିଧାୟକମାନେ ଓ ବିଜେଡି ସରକାରଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଉପସ୍ଥି ଥିଲେ । ସେପଟେ ଦ୍ରୌପଦୀ ଏନ୍‌ଡିଏଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି ।

ବିଜେଡି ପାଖରେ ୨.୮୫ ପ୍ରତିଶତ, ଓ୍ୱାଇଏସ୍ଆର୍ କଂଗ୍ରେସ ପାଖରେ ୪ ପ୍ରତିଶତ ଭୋଟ ରହିଛି । ଏନ୍‌ଡିଏର ଭୋଟ ସହ ଏହି ଦୁଇ ଦଳର ଭୋଟ ମିଶାଇଲେ ଦ୍ରୌପଦୀଙ୍କ ସପକ୍ଷରେ ୫୫ ଦଶମିକ ୭୫ ପ୍ରତିଶତ ହେଉଛି। ତେଣୁ ଭୋଟ୍‌ ପ୍ରତିଶତ ଦୃଷ୍ଟିରୁ ଦ୍ରୌପଦୀଙ୍କ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।