ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟକୁ ନେଇ ବିବାଦ । ଏଏସ୍ଆଇ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କ କଳାପହାଡିଆ ମନବୃତ୍ତି ଥିବା ନେଇ ବି କଡା ସମାଲୋଚନା କରିଛନ୍ତି ସମ୍ବିତ ।
ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି ।
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା ।
ଦରବୃଦ୍ଧି ନିଷ୍ପତ୍ତିରୁ କେନ୍ଦ୍ର ସରକାର ନ ଓହରିଲେ, ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରୀ ଆସିଲେ ବିରୋଧ ସହିତ ଅଣ୍ଡାମାଡ଼ କରାଯିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ ।
ରିସେପସନ୍ କାଉଣ୍ଟର ରେଗୁଲେଟେଡ୍ ଏରିଆକୁ ସ୍ଥାନାନ୍ତର ହେବ । ଯାହା ବି ହେବ ସଠିକ୍ ଅନୁମତିରେ ହେବ ।
ଆଜି ଓ କାଲି ତିନି ଦଳ ପକ୍ଷରୁ ହୋଇପାରେ ନାମାଙ୍କନ ଦାଖଲ ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇଛି । ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲ୍ଙ୍କ ନାଁ ଘୋଷଣା ହୋଇଛି ।
ବ୍ରଜରାଜନଗର ଲଢ଼େଇ ମୈଦାନ ପାଇଁ ପ୍ରାର୍ଥୀ ସ୍ପଷ୍ଟ ହୋଇଛି । ବିଜେପି ପରେ ଯୋଦ୍ଧା ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହା ଆଶା କରାଯାଉଥିଲା ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି ।
ପିସିସି ସଭାପତି ପରିବର୍ତ୍ତନ ପାଇଁ ପ୍ରୋସେସିଂ ଆରମ୍ଭ ହୋଇଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ଆଜି ବିଜେଡି ପକ୍ଷରୁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘଷଣା କରାଯାଇଥିଲା ।
ଉପନିର୍ବାଚନ ଲଢ଼ିବା ପାଇଁ ବିଜେଡି ଅଳକାଙ୍କ ନାଁ ଘୋଷଣା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବ୍ରଜରାଜନଗର ଉପନିର୍ବାଚନ ମୈଦାନରେ ବିଜେପିର ରାଧାରାଣୀ ପଣ୍ଡା ରହିଥିବା ବେଳେ ବିଜେଡିର ଯୋଦ୍ଧା ସାଜିଛନ୍ତି ଅଳକା ମହାନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ଏ ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ। ତେବେ ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି।
ଭୁବନେଶ୍ୱରରେ ଯେଉଁ ଅଙ୍କ ଛିଡ଼ି ପାରିଲାନି ସେହି ଅଙ୍କ ଦିଲ୍ଲୀରେ ଛିଡାଇବାକୁ ହାଇକମାଣ୍ଡ ସ୍ଥିର କରିଛନ୍ତି। ସେଠାରେ କାହା ନାଁ ରେ ମୋହର ଲାଗୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି।
ଏଥର ନିର୍ବାଚନରେ ବିରୋଧୀ ମିଳିତ ପ୍ରାର୍ଥୀ ଦେବା ସମ୍ଭାବନା ଥିବାରୁ, ଏବେଠୁ ସହଯୋଗୀ ଦଳମାନଙ୍କ ପାଖରେ ବିଜେପି ପହଞ୍ଚିବା ଆରମ୍ଭ କରିଛି । ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି କ୍ରମେ ଧର୍ମେନ୍ଦ୍ର ଏଥିପାଇଁ ପ୍ରଥମେ ବିହାରରେ ପହଞ୍ଚିଛନ୍ତି । ଆଗକୁ ସେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟ ଆସିପାରନ୍ତି ବୋଲି କୁହାଯାଉଛି ।
ଡାକରା ପାଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସ୍ ନେତା। ୯ ବିଧାୟକଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଭଳି ବରିଷ୍ଠ ନେତା। ଆସନ୍ତାକାଲି ରାହୁଲ ଗାନ୍ଧି ଓଡିଶା କଂଗ୍ରେସ ନେତୃତ୍ୱଙ୍କ ସହ କରିବେ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା। ପିସିସି ସଭାପତି ଚୟନ ସହ ସାଂଗଠନିକ ପରିବର୍ତ୍ତନ ଉପରେ ଚୂଡାନ୍ତ ନିଷ୍ପତ୍ତି ହେବ।
ଡାକରା ପାଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସ୍ ନେତା
ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକ । ଆଜି ଭୁବନେଶ୍ୱରରୁ ଦିଲ୍ଲୀକୁ ଯାଇଛନ୍ତି ଦଳର ବରିଷ୍ଠ ନେତା ଓ ବିଧାୟକ
ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ବିଜେପି ତାଙ୍କ ନାଁ ଘୋଷଣା କରିଛି।
ତାରାପ୍ରସାଦ ବାହିନୀପତି ଏବଂ ବିଡିଓ କଥା କଟାକଟି ଘଟଣା : ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ କଟାକ୍ଷ
ବିଧାୟକ ଓ ତାଙ୍କର ୨ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ଜଜ୍
ଦାମ-ଦେବାଶିଷ କଳି ନୂଆ ନୁହେଁ। ପୂର୍ବରୁ ଏହାର ଅନେକ ନଜିର ରହିଛି ମାତ୍ର ଏବେ ପୁଅ ସମ୍ବିତଙ୍କ ସହ ଦେବାଶିଷଙ୍କର ଆରମ୍ଭ ହୋଇଛି ନୂଆ ଅଧ୍ୟାୟ।
୨୪ରେ ପାରାଦୀପରୁ କିଏ ହେବ ବିଧାୟକ ପ୍ରାର୍ଥୀ? ଦେବାଶିଷ-ସମ୍ବିତ ତୁତୁ ମେଁମେଁ I ସପ୍ନ ଦେଖିବାକୁ ମନା ନାହିଁ, ଦିବା ସ୍ବପ୍ନ ଭୟଙ୍କର: ସମ୍ବିତ I ବିଜେଡିକୁ ଅଡୁଆ ହେବେ ଏକାଧିକ ଆଶାୟୀ: ରାଜନୈତିକ ସମୀକ୍ଷକ
ପାରାଦୀପ ଆସନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରି ପରୋକ୍ଷରେ ସୂଚନା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ଦେବାଶିଷଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବିଧାୟକ ସମ୍ବିତ୍ ରାଉରତାୟ ।
ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଏବଂ ଭୃଣହତ୍ୟା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଧାୟକ ତାରା ପ୍ରସାଦ ବିହିନୀପତି ।
ପାପଡ଼ାହାଣ୍ଡି ବ୍ଲକରେ ବିଭିନ୍ନ ଦୂର୍ନୀତିମୂଳକ କାର୍ଯ୍ୟ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା ।