/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656523741.jpg)
uddhav thackeray
ଇସ୍ତଫା ଦେଲେ ଉଦ୍ଧବ। ଆସନ୍ତାକାଲିର ଫ୍ଲୋର ଟେଷ୍ଟ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି। ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଫେସବୁକ୍ ଲାଇଭ୍ରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ଉଦ୍ଧବ ଠାକରେ, ଯେଉଁଥିରେ ସେ ନିଜ ଇସ୍ତଫା କଥା ଘୋଷଣା କରିଛନ୍ତି।
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ଉଦ୍ଧବ କହିଛନ୍ତି, ତାଙ୍କ ପାଖରେ ଶିବସେନା ରହିଛି। ସେ ଚାହାଁନ୍ତିନି କୌଣସି ଶିବସୈନିକଙ୍କ ରକ୍ତ ବହୁ ଏବଂ ଶିବସୈନିକ ରାସ୍ତାକୁ ଓହ୍ଲାନ୍ତୁ। ଉଦ୍ଧବ କହିଛନ୍ତି, ତାଙ୍କ ସରକାରର ଭାଗ୍ୟ ଖରାପ। ସିନ୍ଦେଙ୍କ ଭଳି ନେତାଙ୍କୁ ବିଶ୍ୱାସ କରି ସେ ସବୁଠୁ ବଡ ଭୁଲ୍ କରିଛନ୍ତି। ତେବେ ସେ ଆଦୌ ବିଚଳିତ କି ଭୟଭୀତ ନୁହଁନ୍ତି। କିଛି ଭଲ କାମ କଲେ ତାଉପରେ ନଜର ଲାଗିଯାଏ ବୋଲି କହିଛନ୍ତି ଉଦ୍ଧବ।
ଏନସିପି ଓ କଂଗ୍ରେସ ଶେଷ ପର୍ଯ୍ୟନ୍ତ ତାଙ୍କ ହାତ ଛାଡିନଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ସେପଟେ ସେଲିବ୍ରେସନ ମୁଡରେ ମହାରାଷ୍ଟ୍ର ବିଜେପି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)