ରାଜ୍ୟରେ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି । ବିଜେପି ଆଜି ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ।
ଡବଲ୍ ଇଞ୍ଜିନର ଫାଇଦା ଲୋକଙ୍କ ପାଖରେ ପହଞ୍ଚାଇ ସଙ୍ଗଠନ ବଢାଇବାକୁ ବିଜେପିର ବଡ଼ ପ୍ଲାନ୍ । କେନ୍ଦ୍ର ଓ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ, ବିଧାୟକ। ଜିଲ୍ଲାସ୍ତରରେ କରିବେ ସାମ୍ବାଦିକ ସମ୍ମିଳନୀ ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ହିସାବରେ ଲୋକଙ୍କ ପାଖକୁ ଯିବା ସମୟରେ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶକୁ ଆମେ ଅନୁଭବ କରିଥିଲୁ ।
ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ଓ ତୃଣମୂଳସ୍ତରେ ସଙ୍ଗଠନ ମଜବୁତ୍ କରିବା ଫୋକସରେ ରହିଛି।