Advertisment

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଯୁଦ୍ଧଂଦେହୀ

ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ଓ ତୃଣମୂଳସ୍ତରେ ସଙ୍ଗଠନ ମଜବୁତ୍ କରିବା ଫୋକସରେ ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
BJP State executive meet

BJP State executive meet

ସରକାରଙ୍କ ବିରୁଦ୍ଧରେ ରାଜ୍ୟ ବିଜେପିର ଯୁଦ୍ଧଂଦେହୀ। ଚାଷୀ ସମସ୍ୟା, ବିଜୁଳି ଦର ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସବୁସ୍ତରରେ ଦୁର୍ନୀତି  ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାର ବିରୁଦ୍ଧରେ ଜନ ଆନ୍ଦୋଳନ ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ନିଆଯାଇଛି ନିଷ୍ପତ୍ତି। ୨୦୨୪ ସାଧାରଣ ନିର୍ବାଚନ ଲାଗି ବି ଦଳ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ୍ କରିବା ସହ ନେତାଙ୍କୁ ଦିଆଯାଉଥିବା ଟାସ୍କ ଠିକ୍‌ରେ କାର୍ଯ୍ୟକାରୀ କରାଯିବା ଉପରେ ଜୋର ଦିଆଯାଇଛି। ତେଣେ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ସହ ରାଜ୍ୟର ବିକାଶ ଲାଗି କେନ୍ଦ୍ର ସରକାର ସ୍ବତନ୍ତ୍ର ଧ୍ୟାନ ଦେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି ରାଜ୍ୟ ବିଜେପି।

Advertisment

ରାଜ୍ୟ ବିଜେପିର ଗରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ସାମିଲ ଅଛନ୍ତି ଓଡ଼ିଶା ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସଭାପତି ସମୀର ମହାନ୍ତି , ରାଷ୍ଟ୍ରୀୟ  ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ ଦଳୀୟ ସାଂସଦ, ବିଧାୟକ ଓ ଅନ୍ୟ ନେତା। କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ ଓ ସାଙ୍ଗଠନିକ ସ୍ଥିତି ମଜବୁତ୍ ନେଇ ଆଲୋଚନା ହୋଇଛି। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ଓ ତୃଣମୂଳସ୍ତରେ ସଙ୍ଗଠନ ମଜବୁତ୍ କରିବା ଫୋକସରେ ରହିଛି। ଏନେଇ ଆଗାମୀ ୩ ମାସ ଲାଗି ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛିି।

ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ବିଦ୍ୟୁତ ଦେୟ ବୃଦ୍ଧି,ଧ୍ୱଂସାଭିମୁଖୀ ଶିକ୍ଷା ବ୍ୟବସ୍ଥା, ଲଘୁ ଖଣିଜ ଚୋରି, ଶୁଷ୍କ ମହାନଦୀ, କୁପୋଷଣରେ ଓଡିଶା ପ୍ରଥମ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି, ବିଜେଡି କର୍ମୀଙ୍କୁ ଘର ବଣ୍ଟନ, ସବୁ ଗାଁକୁ ପିଇବା ପାଣି ପହଞ୍ଚାଇବାରେ ବିଫଳତା, ଓବିସିଙ୍କ ପ୍ରତି ବିଶ୍ୱାସଘାତକତା, ବିପଯର୍ୟସ୍ତ ସ୍ୱାସ୍ଥ୍ୟସେବା, ଧାନ ବିକ୍ରି ସମସ୍ୟା ଓ କେନ୍ଦ୍ରୀୟ ଯୋଜନାର ଲୁଟ୍ ଓ ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ଏସବୁ ପ୍ରସଙ୍ଗକୁ ନେଇ ଜନ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ଦଳ ରାଜ୍ୟ କାର୍ଯ୍ୟକାରିଣୀରେ ଏନେଇ ବିସ୍ତୃତ ଖସଡ଼ା ପ୍ରସ୍ତୁତ ହୋଇଥିବା ବେଳେ ଜବାବ୍ ରଖିଛି ବିଜେଡି।

Advertisment

୨୦୨୪ ସାଧାରଣ ନିର୍ବାଚନ ନେଇ ବି କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ୩୦ ପ୍ରତିଶତ ଭୋଟ ପାଇଥିବା ବେଳେ ଆଗାମୀ ନିର୍ବାଚନରେ ଏହାକୁ  କିଭଳି ବଢାଇ ହେବ ତାଉପରେ ବିଚାରବିମର୍ଶ କରାଯାଇଛି। ଖାସ୍ କରି ତୃଣମୂଳସ୍ତରେ ସଙ୍ଗଠନକୁ ମଜବୁତ୍ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ନିଜ ନିଜ ବୁଥକୁ ମଜବୁତ୍ କରିବା ସହ ଦିଆଯାଉଥିବା କାର୍ଯ୍ୟକୁ ନେତାମାନେ କିଭଳି ପୂରଣ କରିବେ ବୈଠକରେ ତା ଉପରେ ଜୋର ଦିଆଯାଇଛି।

ଓଡିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା, ମୋଦୀ ସରକାରଙ୍କ ୮ ବର୍ଷ ଭିତରେ ଓଡିଶାର ବିକାଶ ଲାଗି କେନ୍ଦ୍ର ସ୍ବତନ୍ତ୍ର ଧ୍ୟାନ ଦେବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଯିବା ଭଳି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଛି।

ରିପୋର୍ଟ: ହରିହର ଚାନ୍ଦ    

ବିଭିନ୍ନ ପ୍ରସଙ୍ଗକୁ ନେଇ ଜନ ଅାନ୍ଦୋଳନ କରିବ ବିଜେପି
୨୦୨୪ ନିର୍ବାଚନ ପାଇଁ ରାଜ୍ୟ କାଯର୍ୟକାରିଣୀରେ ରୋଡମ୍ୟାପ୍
ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବା ଉପରେ ଜୋର
---------------

BJP Strategy
Advertisment
Advertisment