Advertisment

ଫୋକସ୍‌ରେ ୨୦୨୪ ସାଧାରଣ ନିର୍ବାଚନ : ରାଜ୍ୟ ବିଜେପିର ପ୍ରସ୍ତୁତି ଆରମ୍ଭ

ଆସନ୍ତାକାଲି ବସିବ ରାଜ୍ୟ କାଯର୍ୟକାରିଣୀ ବୈଠକ

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

୨୦୨୪ ସାଧାରଣ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୧୨ ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ଗୁରୁତ୍ୱପୁର୍ଣ ବୈଠକ ବସିଛି । ଏଥିରେ ବିଜେପି ରାଷ୍ଟ୍ରୀୟ ସଚିବ ହରୀଶ ଦ୍ୱିବେଦୀ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧକ୍ଷତାରେ ଚାଲିଛି ଏହି ବୈଠକ । ୨୦୧୯ ସାଧାରଣ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ଏବଂ ପରାଜିତ ସଂସଦୀୟ କ୍ଷେତ୍ର ଉପରେ ବିଜେପିର ଫୋକସ ରହିଛି । ଏହି ସବୁ ସଂସଦୀୟ କ୍ଷେତ୍ର ଗୁଡିକରେ ସିଧାସଳଖ ଦାୟିତ୍ୱରେ ରହିବେ ସାଂସଦ ଏବଂ ବିଭିନ୍ନ ସମୟରେ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ

Advertisment

୨୦୨୪ ନିର୍ବାଚନରେ କିଭଳି ବିଜେପି ବିଜୟ ଲାଭ କରିବ ଏବଂ ତୃଣମୃଣ ସ୍ତରରୁ ସଂଗଠନ କିଭଳି ସୁଦୃଢ କରାଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଆଜି ଅପରାହ୍ନରେ ବିଜେପି ପଦାଧିକାରୀ ମାନଙ୍କୁ ନେଇ ବୈଠକ ବସିଛି । ଆସନ୍ତା କାଲି ରାଜ୍ୟ କାର୍ଯ୍ୟ କାରିଣୀରେ କେଉଁ କେଉଁ ପ୍ରସଙ୍ଗ ପାରିତ ହେବ ସେ ବିଷୟରେ ଆଲୋଚନା ହେବ ବିଶେଷ କରି ସଙ୍ଗଠନ କ୍ଷେତ୍ର ବିଷୟରେ ଆଲୋଚନା ହେବ । ଧନ୍ୟବାଦ ପ୍ରସ୍ତାବ ଏବଂ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହେବ ।

ଦୌପ୍ରଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିବା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବଢାଇବା ପ୍ରସଙ୍ଗ ଯୋଗୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବ । ଏହା ପରେ ରାଜନୈତିକ ଚିଠା ପ୍ରସ୍ତାବ ଜରିଆରେ ଆଗାମୀ ୩ ମାସ ପାଇଁ ଦଳର ପରବର୍ତ୍ତୀ ଖସଡ଼ା ପ୍ରସ୍ତୁତ କରାଯିବ ଯେଉଁ ଥିରେ ଚାଷୀଙ୍କ ସମସ୍ୟା ଭଳି ଅନେକ ପ୍ରସଙ୍ଗକୁ ସ୍ଥାନିତ କରାଯିବ ।

Advertisment
BJP General Election 2024
Advertisment
Advertisment