/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656436900.jpg)
Devendra Fadnavis
ଭାଙ୍ଗିବ ଉଦ୍ଧବ ସରକାର, ନୂଆ ସରକାର ଗଠନ କରିବେ ଫଡ୍ନାବିସ୍ ! ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା ଚାଲିଥିବା ବେଳେ ଏବେ ଏଭଳି କିଛି ଆଭାସ୍ ମିଳିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ଫଡ୍ନାବିସ୍ ବହୁମତ ସାବ୍ୟସ୍ତ ପାଇଁ ଦାବି କରିବା ପରେ ଆସିଛି ଟ୍ୱିଷ୍ଟ । ରାଜ୍ୟପାଳଙ୍କୁ ଭେଟି ଫଡ଼ନାବିସ ବହୁମତ ସାବ୍ୟସ୍ତ ଦାବି କରିଥିବା ବେଳେ ୮ ଜଣ ନିର୍ଦ୍ଦଳୀୟ ବିଧାୟକ ମଧ୍ୟ ବହୁମତ ସାବ୍ୟସ୍ତ ପାଇଁ ଦାବି କରିଛନ୍ତି । ଇ-ମେଲ ଯୋଗେ ବହୁମତ ସାବ୍ୟସ୍ତ ଦାବି କରିଛନ୍ତି ୮ ନିର୍ଦ୍ଦଳୀୟ ବିଧାୟକ ।
ଫଡ୍ନାବିସ୍ କହିଛନ୍ତି ଯେ, ସେ ରାଜ୍ୟପାଳଙ୍କୁ ଭେଟି ଏକ ଚିଠି ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ୩୯ ଶିବସେନା ବିଧାୟକ, କଂଗ୍ରେସ ଏବଂ ଏନ୍ସିପି ସହ ରହିବାକୁ ଚାହୁଁନାହାନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଯେ, ସରକାରଙ୍କ ପାଖରେ ବହୁମତ ନାହିଁ । ରାଜ୍ୟପାଳଙ୍କୁ ନିବେଦନ କରାଯାଇଛି ଯେ, ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ନିଜର ବହୁମତ ସାବ୍ୟସ୍ତ କରନ୍ତୁ । ତେଣୁ ଯଥାଶୀଘ୍ର ଫ୍ଲୋର ଟେଷ୍ଟ କରାଯାଉ ।
We've given a letter to Mahrashtra Gov & told him that the 39 Shiv Sena MLAs are saying that they don't want to be with NCP,Cong govt; it shows MVA govt has lost the majority. We've requested Gov to direct CM to immediately prove his majority through Floor test: Devendra Fadnavis pic.twitter.com/AfeRr9HjVI
— ANI (@ANI) June 28, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)