Advertisment

ବଦଳିବେ ରାଜ୍ୟ ବିରୋଧୀଦଳ ନେତା, ରେସ୍‌ରେ ଜୟନାରାୟଣ-ମୋହନ-ସୁବାଷ

ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇ ବର୍ଷ । ତେଣୁ ରାଷ୍ଟ୍ରପତି ନିର୍ବାଚନ ଲଢ଼େଇ ଜୋରଦାର୍ ହେବ ବୋଲି କୁହାଯାଉଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha BJP

Odisha BJP

କିଏ ହେବେ ପରବର୍ତ୍ତି ବିରୋଧୀ ଦଳ ନେତା ? କାହା ଉପରେ ଭରସା କରିବ ବିଜେପି ? ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କୋଭିଡ ସଂକ୍ରମଣ କାରଣରୁ ହସ୍ପିଟାଲ୍‌ରେ ବର୍ଷେରୁ ଅଧିକ ସମୟ ଧରି ଚିକିତ୍ସିତ ହେଉଥିବାରୁ ତାଙ୍କୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି ବିଧାୟକମାନେ ।

Advertisment

ଜୁଲାଇ ୨ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଲମ୍ବା ଅଧିବେଶନ ଥିବାରୁ ବିରୋଧୀ ଦଳ ନେତାଙ୍କ ଆବଶ୍ୟକତା ରହିଛି । ଏହାଛଡା ୨୦୨୪ ପାଇଁ ଦଳକୁ ପ୍ରସ୍ତୁତି କରିବାକୁ ପଡିବ, ତେଣୁ ଦୁଇ ତିନି ଦିନ ଭିତରେ ନୂଆ ବିରୋଧୀ ଦଳ ନେତା ନାଁ ଘୋଷଣା କରାଯିବ । ପ୍ରଦୀପ୍ତ ନାୟକ ପଶ୍ଚିମ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବାରୁ ପୁଣି ଥରେ ପଶ୍ଚିମ ଓଡିଶାକୁ ବିରୋଧୀ ଦଳ ନେତା ପଦବୀ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ରେସ୍‌ରେ ଆଗରେ ଅଛନ୍ତି ସମ୍ବଲପୁର ବିଜେପି ବିଧାୟକ ଜୟନରାୟଣ ମିଶ୍ର । ପୂର୍ବରୁ ଜୟନାରାୟଣ ମିଶ୍ରଙ୍କ ମନ୍ତ୍ରୀ ଭାବେ ଓ ବିଧାନସଭାରେ ବି ତାଙ୍କର ବେଶ ଅଭିଜ୍ଞତା ରହିଛି ।

ସେପଟେ ଦେବଗଡର ବିଜେପି ବିଧାୟକ ସୁବାଷ ପାଣିଗ୍ରହୀ ମଧ୍ୟ ରେସ୍‌ରେ ଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ବର୍ତ୍ତମାନର ବିରୋଧୀ ଦଳ ମୁଖ୍ୟସଚେତକ ତଥା କେନ୍ଦୁଝର ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ରେସ୍‌ରେ ରହିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ କଠୋର ଆଭିମୂଖ୍ୟ ରଖି ଲଢେଇ କରିବା ଭଳିଆ ନେତାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ସେପଟେ ଆସନ୍ତାକାଲିଠାରୁ ଦୁଇ ଦିନ ଧରି ବିଜେପିର ପଦାଧିକାରୀ ଓ କାର୍ଯ୍ୟକାରୀଣୀରେ ସଙ୍ଗଠନ ମଜଭୁତ ଓ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ କରିବା ପାଇଁ ମାନସମନ୍ଥନ ହେବ । ପଂଚାୟତ, ପୌର ଓ ବ୍ରଜରାଜନଗର ଉପନିର୍ବାଚନ ପରେ ଫୋକସରେ ୨୦୨୪ ରହିଛି । ତେଣୁ ଆଗାମୀ ତିନିମାସ ପାଇଁ ଦଳର ରୋଡ୍‌ମ୍ୟାପ୍ ତିଆରି ହେବ । କ୍ରମାଗତ ଭାବେ ରାଜ୍ୟ ସରକାରଙ୍କ ଅବହେଳା, ସରକାରଙ୍କ ଚାଷୀ ମାରଣନୀତି, ଦାଦନ ସମସ୍ୟା, ବେକାରି ସମସ୍ୟା, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ଆଇନଶୃଙ୍କଳା ପରିସ୍ଥିତି, ରାଜ୍ୟର ବିକାଶରେ ବିଜେଡି ସରକାର ବାଧକ ସାଜିବା, କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ନିଜ ଯୋଜନା କହି ହଡ଼ପ୍ କରିବା, ରାଜ୍ୟରେ ବିଭିନ୍ନ ସ୍କିମ୍‌ରେ ହେଉଥିବା ବ୍ୟାପକ ଦୁର୍ନିତୀ ଭଳି ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ଲଢେଇ କରିବାକୁ ଯୋଜନା ପ୍ରସ୍ତୁତ କରାଯିବ ।

BJD BJP Odisha Politics
Advertisment
Advertisment