ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ରହିବେ ନା ଆଉ କିଏ ହେବେ ? ଶିବରାଜଙ୍କ ସହ କୈଳାସ ବିଜୟବର୍ଗିଆ, ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ନରେନ୍ଦ୍ର ସିଂ ତୋମର ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି ।
ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଭେଦ୍ୟ ଦୁର୍ଗର ପତନ । ତେଲେଙ୍ଗାନା ଗଠନ ହେବା ପରେ ପ୍ରଥମ କରି ଉଡିଲା କଂଗ୍ରେସ ବାନା । ହାର୍ ସ୍ୱୀକାର କଲା ଭାରତ ରାଷ୍ଟ୍ର ସମିତି- ବିଆରସ୍ । ମାତ୍ର ୬ ମାସର ପୂର୍ବର କଥା । ଲାଗୁଥିଲା ତେଲେଙ୍ଗାନାର ଅପ୍ରତିନ୍ଦ୍ୱନ୍ଦ୍ୱୀ ସମ୍ରାଟ କେ. ଚନ୍ଦ୍ରଶେଖର ରାଓଙ୍କ ଗଡ଼ରେ ତାଙ୍କୁ ପରାସ୍ତ କରିବା ଅସମ୍ଭବ ।
ଆଉ, କ୍ଷମତା ବଜାୟ ରଖିବ କଂଗ୍ରେସ । ହେଲେ ସକାଳୁ ଗଣତି ଯେତିକି ଆଗକୁ ବଢୁଥିଲା, କଂଗ୍ରେସ ହାତରୁ ଖସି ଖସି ଯାଉଥିଲା ସରକାର । କ୍ଲୋଜ୍ ଫାଇଟ୍ ଭିତରେ ଅପରାହ୍ଣ ବେଳକୁ ସ୍ପଷ୍ଟ ହୋଇଯାଇଥିଲା ଚିତ୍ର । ୧୫ ବର୍ଷ ଧରି ବିରୋଧୀ ଦଳରେ ରହିବା ପରେ ଏଠି ୨୦୧୮ରେ ସରକାରକୁ ଆସିଥିଲା କଂଗ୍ରେସ । ୨୦୧୮ ନିର୍ବାଚନରେ ୯୦ ଆସନରୁ କଂଗ୍ରେସ ୬୮ ଏବଂ ବିଜେପି ପାଇଥିଲା ମାତ୍ର ୧୫ଟି ସିଟ୍ ।
ତିନି ରାଜ୍ୟରେ ବିଜେପି ବିରାଟ ବିଜୟ ପରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ସେଲିବ୍ରେସନ୍। ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ । ଆଜିର ବିଜୟକୁ ଐତିହାସିକ ବିଜୟ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମରୁଭୂମିରେ ପୁଣି ଫୁଟିଲା ପଦ୍ମ... ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍... କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ୧୦୦ ପାର୍ କରିବା ପରେ ପଦ୍ମ ଶିବିରରେ ଉତ୍ସବ ।
ତେଲେଙ୍ଗାନାରେ ବଦଳିଲା ସତ୍ତା । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ହାତରୁ କ୍ଷମତା ଖସିଲା । ହେଲେ ମଧ୍ୟପ୍ରଦେଶରେ କିନ୍ତୁ ବିଜେପି ତା ଗଡ଼ ବଜାୟ ରଖିଲା । ଏକଜିଟ୍ ପୋଲ୍ ବି ଏଠି ଆକଳନ କରିଥିଲା ଟାଇଟ୍ ଫାଇଟ୍ । ହେଲେ ଫଳାଫଳରେ ବିଜେପିର ହେଲା ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟ୍ର ।
ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟ୍....ନିର୍ବାଚନ ଫଳାଫଳରୁ ଲୋକଙ୍କ ଭରସା ପରିଦୃଷ୍ଟ ହେଉଛି...
ପ୍ୟାଲେସ୍ରୁ ପାର୍ଲାମେଣ୍ଟ୍ ଆଉ ଏବେ ବିଧାୟକ ନିର୍ବାଚନ ଜିତିଲେ ରାଜ ପରିବାରର ଦିୟା କୁମାରୀ ।
ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେଭନ୍ଥ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । କାରଣ ପଲିଟିକାଲ ପସାପାଲିରେ ରେଭନ୍ଥଙ୍କ ଗୋଟି ଚାଳନା ଆଜି କଂଗ୍ରେସକୁ ସଫଳତା ଆଣିଦେବାକୁ ଯାଉଛି ।
ସାରା ଦେଶରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଫଳରେ ତିଜାରା ବିଧାନସଭା ଆସନ ଏବେ ହଟ୍ ସିଟ୍ ପାଲଟିଛି । ସମସ୍ତଙ୍କ ଆଖି ଏବେ ସେହି ଆସନରେ ।
ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍ରେ ଆଗୁଆ ରହିଛି ।
ଗୋଟିଏପଟେ ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ନେଇ ଖାଲି ସାଧାରଣଜନତା ନୁହଁନ୍ତି, ରାଜନେତା ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।
ଅନ୍ୟପଟେ କଂଗ୍ରେସ ୭୧ଟି ଆସନରେ ଆଗୁଆ ରହିଛି । ଦଳକୁ ୪୩ଟି ଆସନର ଘାଟା ହେଉଥିବା ଦେଖାଯାଉଛି ।
ବିଆରଏସ୍ ୪୧ ସିଟ୍ରେ ଆଗୁଆ ରହିଛି । ଅନ୍ୟପଟେ ଛତିଶଗଡ଼ରେ ବିଜେପି ୩୫ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୫୩ ସିଟ୍ରେ ଆଗୁଆ ରହିଛି ।
୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ଏଥର ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି ।
ଏକଜିଟ୍ ପୋଲ୍ ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି ।
ହାତରେ ମାତ୍ର କିଛି ମାସର ସମୟ। ଭୋଟରଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡ଼ିଲେଣି ରାଜନୈତିକ ଦଳ । ଚାଲିଛି ସଂଗଠନ ସମୀକ୍ଷା। ସରକାର ବିରୋଧୀ ପ୍ରସଙ୍ଗ ସଜାଡ଼ିବାରେ ବ୍ୟସ୍ତ ବିଜେପି ଓ କଂଗ୍ରେସ ।
କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଙ୍ଗି ଦଲର ହାତ ଧରିଛନ୍ତି ।
ନୂଆ ଭୋଟରଙ୍କୁ ଯୋଡ଼ିବା ଅଭିଯାନରେ ସାମିଲ ହୋଇଛନ୍ତି ୫ ଲକ୍ଷରୁ ଅଧିକ ଭୋଟର । ୩୦ ଜିଲ୍ଲାରେ ଅକ୍ଟୋବର ୨୭ରୁ ଗତ ମାସ ୩୦ ତାରିଖ ଯାଏଁ ଭୋଟର୍ ତାଲିକାରେ ସଂକ୍ଷିପ୍ତ ସଂଶୋଧନ କରାଯାଇଛି ।
୫ ରାଜ୍ୟରେ ଭୋଟ୍ ଗଣତିକୁ ନେଇ ଚରମ ଉତ୍କଣ୍ଠା । ଓଡ଼ିଶା ରାଜନୀତିରେ ପ୍ରଭାବକୁ ନେଇ ତେଜିଲା ରାଜନୀତି ।
ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ବ୍ଲକ୍ ଘେରାଓ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ହଠାତ୍ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ।
କେନ୍ଦ୍ରକୁ ରାଜ୍ୟର ଅସହଯୋଗ ନେଇ ଅସନ୍ତୋଷ ଝାଡିଲେ କେନ୍ଦ୍ରମନ୍ତ୍ରୀ । ୫ ରାଜ୍ୟର ଫଳାଫଳ ପରେ ସ୍ବର ଆହୁରି ଶାଣିତ ହେବା ଅନୁମାନ ।
ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ସରିବ ଭୋଟିଂ, ଭାରତ ରାଷ୍ଟ୍ରୀୟ ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର...
ସରକାର ଆଦିବାସୀଙ୍କ ଜମି ପାଇଁ ଡହଳ ବିକଳ। ହେଲେ ଆଦିବାସୀଙ୍କ ବିକାଶକୁ ଅଣଦେଖା। ୫ ମାସରେ ୯ ଜୁଆଙ୍ଗ ଆଦିବାସୀଙ୍କର ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିସନ ରିପୋର୍ଟ ମାଗିଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢ଼ିଲା । ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ ।