ଅପରାଜିତା ଷଡଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କାଙ୍କୁ ଏକ ବ୍ୟାଗ ଉପହାର ଦେଇଛନ୍ତି । ଏହି ବ୍ୟାଗରେ ଲେଖାଯାଇଛି ‘୧୯୮୪ ‘ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା । ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ ।
ୱାନ୍ ନେସନ୍, ୱାନ୍ ଇଲେକସନ୍ ବିଲ୍ ପାଇଁ ଯୁଗ୍ମ ସଂସଦୀୟ କମିଟି, JPC ଗଠିତ । ୩୧ ଜଣିଆ କମିଟିରେ ଲୋକସଭାରୁ ୨୧ ଜଣ ସାଂସଦ ଓ ରାଜ୍ୟସଭାରୁ ଅଛନ୍ତି ୧୦ ସଦସ୍ୟ ।
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।
କେରଳରେ ଭାଗ୍ୟ ପରୀକ୍ଷା କରୁଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଉପନିର୍ବାଚନରେ ହୋଇଛି କଡା ଟକ୍କର । ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହି ଆସନରେ ଲଢିଛନ୍ତି ପ୍ରିୟଙ୍କା ଗାନ୍ଧୀ। ମତଦାନ ହାର କମିଥିବାରୁ ଫଳାଫଳକୁ ନେଇ ବଢିଛି ଚର୍ଚ୍ଚା ।
ରାଏବରେଲୀ ଓ ଆମେଥିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ ? ରାହୁଲ ଓ ପ୍ରିୟଙ୍କା ଲଢ଼ିବେ କି ? ସସପେନ୍ସ ଉପରୁ ଆଜି ହଟିପାରେ ପରଦା ।
ରାଜନୀତିର ବଦନାମ ସର୍ତ୍ତ....ସ୍ତ୍ରୀକୁ ବଦନାମ କର, ନିଅ ଏମଏଲଏ ଟିକେଟ ! ବିଧାୟକ ଟିକେଟ ପାଇଁ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବାକୁ ସ୍ୱାମୀ ଆଗରେ ଥିଲା ସର୍ତ୍ତ । ଜଣେ ମହିଳା ବିଧାୟିକାଙ୍କ ଚାଞ୍ଚଲ୍ୟକର ବୟାନ ପରେ ସାରା ଦେଶରେ କମ୍ପନ ।
୨୦୦୬ ମସିହାରେ ପ୍ରିୟଙ୍କା ଗାନ୍ଧୀ ଏଚ.ଏଲ. ପାହୱା ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫ ଏକର ଜମି କିଣିଥିଲେ । ସେହି ଜମିକୁ ୨୦୧୦ ମସିହାରେ ସେହି ଏଚ.ଏଲ. ପାହୱାଙ୍କୁ ବିକିଥିଲେ ।
‘ମୋଦି ସରନେମ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀର ୧୨ ତୋଗଲକ ରୋଡ୍ ସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି।
ଶେଷ ହୋଇଛି ‘ଭାରତ ଯୋଡୋ’ ଯାତ୍ରା। ୧୩୫ ଦିନ ବ୍ୟାପୀ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪ ହଜାର କିଲୋମିଟର ଅତିକ୍ରାନ୍ତ କରିବା ପରେ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁ କଶ୍ମୀରର ଶ୍ରୀନଗରରେ ଶେଷ ହୋଇଛି। ଏହି ଅବସରରେ ଦେଖିବାକୁ ମିଳିଛି ବରଫରେ ରାହୁଲ-ପ୍ରିୟଙ୍କାଙ୍କ ଝଗଡା।
ମାତ୍ର ୧୩ ବର୍ଷ ବୟସରେ ପ୍ରିୟଙ୍କା ଗାନ୍ଧୀ ରବର୍ଟ ଭଦ୍ରାଙ୍କୁ ଭେଟିଥିଲେ। ଉଭୟଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହେଲା ତାହା ଜଣା ନଥିଲା। ଫେବୃଆରୀ ୧୮, ୧୯୯୭ରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ଅଜଣା କଥା ଜାଣିନେବା।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।
ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ୍ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏହାର ପ୍ରତିବାଦ କରି କଂଗ୍ରେସ ସାଂସଦ ବିଜୟ ଚୌକରେ ଧାରଣା ଦେଇଛନ୍ତି।
ନ୍ୟାସନାଲ୍ ହେରାଲ୍ଡ ନ୍ୟୁଜ୍ପେପର୍ରେ ହୋଇଥିବା ଅର୍ଥ ହେରଫେର ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି।
ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳକୁ ସଫଳତା ମିଳିଥିଲା ।
କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଆପଣମାନେ ଜାଣିଛନ୍ତି କି ପ୍ରିୟଙ୍କା କେତେ ପାଠ ପଢିଛନ୍ତି ?
ଉତ୍ତରପ୍ରଦେଶ ଲଖିମପୁର ଖେରୀ ମାମଲାକୁ ନେଇ ଥମିବାର ନାଁ ନେଉନି ରାଜନୀତି । ୟୁପି ସରକାର ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଫେରାଦ ହୋଇଛି ଜାତୀୟ କଂଗ୍ରେସ ।
ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ସମସ୍ତ ପୀଡ଼ିତ ପରିବାରକୁ ଭେଟି ଥିଲି ଓ ସମସ୍ତେ ନ୍ୟାୟ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଇସ୍ତଫା ଦେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧି
ୟୁପି ଖେରିରେ ଆନ୍ଦୋଳନରତ ଚାଷୀଙ୍କ ସହ ଘଟିଥିବା ଦୁର୍ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାସ୍ଥଳରେ ପହଞ୍ଚି ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି ।
ଲଖିମପୁର ଖେରି ଯିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି ମିଳିଛି। ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି। ଲଖିମପୁର ଖେରି ଯିବାକୁ ଦିଲ୍ଲୀରୁ ରାହୁଲ ଗାନ୍ଧି ବାହାରିଛନ୍ତି।
ପଞ୍ଜାବ କଂଗ୍ରେସ ଦଳର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କୁ ଚେତାବନୀ ଦେବା ସହ ଏକ ଟ୍ୱିଟ୍ ମାଧ୍ୟମରେ କରିଛନ୍ତି ଯେ, ଆସନ୍ତାକାଲି ମଧ୍ୟରେ କୃଷକଙ୍କ ନିର୍ଦ୍ଦୟ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଗିରଫ କରାନଗଲେ ଏବଂ ବେଆଇନ୍ ଭାବରେ ଗିରଫ କରାଯାଇଥିବା ଆମ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ମୁକ୍ତ ନ କଲେ , ପଞ୍ଜାବ କଂଗ୍ରେସ ଲଖିମପୁର ଖେରିରେ ଆନ୍ଦୋଳନ ଆରମ୍ଭ କରିବ।
ଆଚରଣ ଓ ଉଚ୍ଚାରଣରେ ପାର୍ଥକ୍ୟ ଥିବା କହି କଂଗ୍ରେସକୁ ନୀତିବାଣୀ ଶୁଣାଇବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି ।
ଏଇ ଗେଷ୍ଟ ହାଉସରେ ଅଟକ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ହେଲେ ବସିବା ବଦଳରେ ଗେଷ୍ଟହାଉସକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା। ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି।
ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ସୀତାପୁର ହରଗାଁଓ ନିକଟରେ ପୋଲିସ୍ ଗିରଫ କରିଥିବା ନେଇ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା।
ନରମିଲେ ସିଦ୍ଧୁ। କହିଲେ, ଦଳରେ କୌଣସି ପଦରେ ରୁହେ କି ନରୁହେ କିନ୍ତୁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ରହିବି। ଦଳର ଆଦର୍ଶରେ କାମ କରିବି। କେବଳ ଏତିକି ନୁହେଁ ପଞ୍ଜାବର କେମିତି ଉନ୍ନତି ହେବ କଂଗ୍ରେସକୁ ନେଇ ସ୍ୱପ୍ନ ଦେଖୁଥିବା ପଞ୍ଜାବୀଙ୍କ ଆଶା କେମିତି ପୂରଣ ହେବ ସେନଇ କାମ କରିବି ବୋଲି ସିଦ୍ଧୁ ଟ୍ୱିଟ କରି କହିଛନ୍ତି।
ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ଅସ୍ଥିରତା ଭିତରେ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନଭଜ୍ୟୋତ୍ ସିଂ ସିଦ୍ଧୁ । ଆସନ୍ତା ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ଭୂମିକା ଓ ଦାବି ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କାରଣ, ମୁଖ୍ୟମନ୍ତ୍ରୀ…