Advertisment

ଆଉ ବୁଲେଇ ବଙ୍କେଇ ନୁହେଁ ସିଧା ନିଶାନା, ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ ମାଗିଲେ ମାଟି ପାଇଁ ବିକାଶର ହିସାବ

ଗତକାଲି ଧାମନଗର ମଞ୍ଚରେ ନା ନନେଇ ଟାର୍ଗେଟ୍ କରିଥିଲେ। ଆଉ ଆଜି ଅନୁଗୁଳ ଓ ଢେଙ୍କାନାଳରେ ଖୋଲାଖୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Pandian Target Dharmendra Pradhan

ସରକାରୀ ସଭା ମଞ୍ଚରେ ରାଜନୈତିକ ବୟାନ। ପଏଣ୍ଟ ବ୍ଲାଙ୍କରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ନିଶାନା । ତେବେ ଏଥର ଆଉ ଆଉ ବୁଲେଇ ବଙ୍କେଇ ନୁହେଁ, ସିଧାସଳଖ ଆଟାକ୍ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ। ଗତକାଲି ଧାମନଗର ମଞ୍ଚରେ ନା ନନେଇ ଟାର୍ଗେଟ୍ କରିଥିଲେ। ଆଉ ଆଜି ଅନୁଗୁଳ ଓ ଢେଙ୍କାନାଳରେ ଖୋଲାଖୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ। ପଚାରିଛନ୍ତି ନିଜ ପାଖେ ଦୁଇ ଦୁଇଟି ବିଭାଗ ଥିବା ସତ୍ତ୍ୱେ, ଅନୁଗୁଳ-ଢେଙ୍କାନାଳର ବିକାଶ ପାଇଁ କ’ଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

Advertisment

ଯଦି କେନ୍ଦ୍ରମନ୍ତ୍ରୀ କିଛି କରିଥାନ୍ତେ ତାହେଲେ ଅନୁଗୁଳର ଯୁବକ ଦାଦନ ଯାଉ ନ ଥାନ୍ତେ। କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ବିଳମ୍ବ ନେଇ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ଜବାବରେ ବିଜେପି କହିଛି, ତାଳଚେର ମେଡିକାଲ୍ କଲେଜ୍ ପାଇଁ ୧୫୦୦ କୋଟି ଟଙ୍କାର ଅନୁଦାନ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି। ସେହିପରି ୫୫ ନମ୍ବର ଜାତୀୟ ରାଜପଥ କାମ ଯାହା ବି ହୋଇଛି, ତାହା କେବଳ ଧର୍ମେନ୍ଦ୍ରଙ୍କ ପାଇଁ। ଦଳ ପ୍ରଶ୍ନ କରିଛି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମ, ଦିନେ ପାଣ୍ଡିଆନ ଯେଉଁଠି ଜିଲ୍ଲାପାଳ ଥିଲେ, ସେଠୁ ଦାଦନ ଯାଉଥିବା ସଂଖ୍ୟା କେତେ ?

ଗତକାଲି ଧାମନଗରରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ। କହିଥିଲେ ନିର୍ବାଚନ ଜିତିଗଲା ପରେ ଧାମନଗରବାସୀଙ୍କୁ ଭୁଲିଗଲେ ପ୍ରଚାରର ମଙ୍ଗ ଧରିଥିବା ନେତା। ଯାହାକରୁ କାଉଣ୍ଟର କରି ଆଜି ପାଣ୍ଡିଆନଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ସ୍ଥାନୀୟ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ସୂରଜ କହିଛନ୍ତି ଜିତିଲା ପରେ ସେ ଧାନମଗରରେ ୬୧୫ ଗାଁରେ ପଦ ଯାତ୍ରା କରି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବଡ଼ ସଭା, ବଡ଼ ଟେଣ୍ଟ୍ କିମ୍ବା ହେଲିକପ୍ଟରରେ ଖର୍ଚ୍ଚ କରି ଲୋକଙ୍କୁ ଧନ୍ୟବାଦ ଦେବା ଆମ ଦଳର ମାନସିକତା ନୁହେଁ। ଏହା ସହ ସରକାରୀ ସଭା ମଞ୍ଚରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ ଏବଂ ରାଜନୈତିକ ବୟାନ ବାଜିକୁ ନିନ୍ଦନୀୟ ବୋଲି କହିଛନ୍ତି ସୂରଜ । ଯାହାର ଜବାବ ରଖିଛି ବିଜେଡି। ତେବେ ପାଣ୍ଡିଆନଙ୍କ ଅଭିଯୋଗ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ପ୍ରଶାସକରୁ ରାଜନେତା ବନିଥିବା ପାଣ୍ଡିଆନଙ୍କ ଏମିତି ସିଧାସଳଖ ଆଟାକକୁ ନେଇ ସରଗରମ ରାଜ୍ୟ ରାଜନୀତି। ପ୍ରଶ୍ନ ଉଠୁଛି ହଠାତ୍ କାହିଁକି ଏମିତି ବୟାନ ବାଜି ? ସବୁବେଳେ ବ୍ୟକ୍ତିଗତ ଆଟାକରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୂରେଇ ରହୁଥିଲା ବେଳେ ପାଣ୍ଡିଆନଙ୍କ ଏମିତି ବୟାନ ପଛରେ କ’ଣ ଷ୍ଟ୍ରାଟେଜି ? ଟପ୍ ଲିଡରଙ୍କୁ ଆଟାକ୍ କରି ରାଜ୍ୟ ରାଜନୀତିରେ ନିଜର ଓଜନ ବଢାଇବାକୁ ପାଣ୍ଡିଆନଙ୍କ ଷ୍ଟ୍ରାଟେଜି କି ?

Odisha News Dharmendra Pradhan Angul VK Pandian
Advertisment
Advertisment