• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମିଟିଂରେ ହେଲେ ଛେଚାଛେଚି । ସର୍ବ ସମ୍ମୁଖରେ ଛେଚି ଦେଇଗଲେ ମ୍ୟୁନିସିପାଲଟି ପରିଷଦ ସଦସ୍ୟ । ଏନେଇ ଭିଡ଼ିଓ ହେଲା ଭାଇରାଲ । ଏପରି ଏକ ଲଜ୍ଜାଜନକ ଘଟଣା ଘଟି ଯାଇଛି ଉତ୍ତର ପ୍ରଦେଶରେ ।

ସୋସିଆଲ ମିଡ଼ିଆ ଏକ୍ସରେ ଭିଡ଼ଓ ସେୟାର କରିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଗତକାଲି ସାମଲିରେ ମ୍ୟୁନିସିପାଲିଟି ପରିଷଦj ଜଣେ ସଦସ୍ୟ ମାଡ଼ପିଟ କରିଥିବା ଜଣା ପଡ଼ିଛି ।

ସାମଲିରେ ଗତକାଲି ମ୍ୟୁନିସିପାଲିଟି ପରିଷଦର ବୈଠକ ଚାଲିଥିଲା । ଠିକ୍ ଏହି ସମୟରେ କୌଣସି କଥା ପାଇଁ ପରିସ୍ଥିତି ଅଶାନ୍ତ ହୋଇ ପଡ଼ିଲା । ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅରବିନ୍ଦ ସାଙ୍ଗଲ ଓ ବିଧାୟକ ପ୍ରସନ୍ନ ଚୌଧୁରୀଙ୍କ ମଧ୍ୟରେ ମୁଥ ମରାମରି ଚାଲିଲା । ମ୍ୟୁନିସିପାଲିଟି ପରିଷଦରେ ଚାରି କୋଟି ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉପରେ ଆଲୋଚନା କରିବାକୁ ଏହି ବୈଠକ ଡକା ଯାଇଥିଲା ।

ତେବେ ବୈଠକ ଶେଷ ହେବା ପୂର୍ବରୁ ହିଁ ପରିଷଦର ଦୁଇଜଣ ସଦସ୍ୟଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖା ଦେଇଥିଲା । ଫଳରେ ସମସ୍ତଙ୍କ ସାମ୍ନାରେ ହିଁ ଉଭୟ ମାରପିଟ କରିବାକୁ ପଛାଇନଥିଲେ ।

ବୈଠକରେ ଏହି ଦୁଇ ସଦସ୍ୟ ପରସ୍ପର ଉପରକୁ ମୁଥ ମାଡ଼ କରି ଚାଲିଥିଲେ । ଅଧ୍ୟକ୍ଷ ଓ ବିଧାୟକଙ୍କ ମଧ୍ୟରେ ଏପରି ମାରପିଟ ନିହାତି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ସୋସିଆଲ ମିଡ଼ିଆ ଏକ୍ସରେ ଅଖିଳେଶ ଯାଦବ ଏନେଇ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ।

ଏହା ସହ ସେ ଲେଖିଛନ୍ତି ଯେ, ଯେତେବେଳେ କୌଣସି ବିକାଶମୂଳକ କାର୍ଯ୍ୟ ହୁଏନାହିଁ, ବୈଠକରେ ଏପରି ହିଁ ମାରପିଟ ହୁଏ । ବିଜେପି ଶାସନରେ କେବଳ ଗୋଟିଏ ହିଁ ଶିକ୍ଷା ମିଳିପାରେ । ନିଜ ସୁରକ୍ଷାର ବ୍ୟବସ୍ଥା ନିଜେ ହିଁ କରିବା ଆବଶ୍ୟକ । ସୂଚନା ଯୋଗ୍ୟ, ଏହି ବଚସା ପୋଲିସ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହିଁ ଘଟିଥିଲା ।