• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଲେ ରୁଷ ରାଷ୍ଟ୍ରପତି ପୁଟିନ । ଏହାସହ ନୂଆଦିଲ୍ଲୀ ଓ ମକ୍ସୋ ମଧ୍ୟରେ ଥିବା ପାରମ୍ପରିକ ଓ ପୁରୁଣା ସଂପର୍କ ସର୍ବଦା ବଜାୟ ରହିବ ବୋଲି ସେ ଆଶା କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ପୁଟିନ ଏହା କହିବା ସହ ପିଏମ ମୋଦିଙ୍କୁ ରୁଷ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ଏହାସହ ୟୁକ୍ରେନ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପିଏମ ମୋଦିଙ୍କ ସହ ଅନେକ ଥର ଆଲୋଚନା କରିବା ସହ ଉପଦେଶ ପାଇଥିବା କହିଛନ୍ତି ପୁଟିନ । ବିଶ୍ବରେ ଯାହା ହେଉନା କାହିଁକି ଭାରତ ସହ ଆମ ସଂପର୍କ କିନ୍ତୁ ବୃଦ୍ଧି ପାଇଛି । ତେଣୁ ପିଏମ ମୋଦି ରୁଷ ଆସିଲେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ।

ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଥିବାରୁ ଭାରତରେ ରାଜନୈତିକ ଗତିବିଧି ବଢ଼ିଛି । ଏହି ଅବସରରେ ସେ ପିଏମ ମୋଦିଙ୍କ ସଫଳତା କାମନା କରିଛନ୍ତି । ଅନ୍ୟପଟେ କିଛିଦିନ ପୂର୍ବରୁ ପୁଟିନ ମେକ ଇନ ଇଣ୍ତିଆର ଜବରଦସ୍ତ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ(Make In India)’ ପଦକ୍ଷେପକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସବୁଠୁ ଭଲ ବନ୍ଧୁ ଓ ମେକ୍‌ ଇନ୍‌ ଇଣ୍ଡିଆର ପ୍ରଭାବ ଭାରତର ଅର୍ଥ ବ୍ୟବସ୍ଥାରେ ଦେଖିବାକୁ ମିଳିଛି ବୋଲି କହିଥିଲେ ପୁଟିନ । ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗତ କିଛିମାସ ତଳେ ସେ ଏହା କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆରେ ପ୍ରଭାବିତ ହୋଇ ଋଷରେ ମଧ୍ୟ ସ୍ୱଦେଶୀ ଦ୍ରବ୍ୟ ଓ ବ୍ରାଣ୍ଡର ପ୍ରୋତ୍ସାହନ ସମ୍ପର୍କରେ କହିଥିଲେ ।

ସୂଚନାଥାଉ କି, ୟୁକ୍ରେନ ଯୁଦ୍ଧ ପରେ ଋଷ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଋଷର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆ କନ୍‌ସେପ୍ଟକୁ ଆପଣାଇବା ପାଇଁ ପୁଟିନ ଯୋଜନା କରିଛନ୍ତି । ମେକ୍‌ ଇନ୍‌ ଇଣ୍ଡିଆ ଭଳି ଋଷରେ ମଧ୍ୟ ସ୍ୱଦେଶୀ ଦ୍ରବ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ପୁଟିନ ଯୋଜନା କରିଛନ୍ତି ।