ଆକାଶ ଆନନ୍ଦଙ୍କୁ ପୁଣି ଥରେ ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି ମାୟାବତୀ । ତାଙ୍କୁ ପୁଣି ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କରାଯାଇଛି ।
ସଂସଦର ବଜେଟ୍ ଅଧିବେଶନରେ ସଂସଦ ଗୃହର କ୍ୟାଣ୍ଟିନରେ ମଧ୍ୟାହ୍ନ ଭୋଜନ କରିଥିବା ୯ ସାଂସଦଙ୍କ ମଧ୍ୟରେ ରିତେଶ ପାଣ୍ଡେ ମଧ୍ୟ ଥିଲେ।
ମାୟାବତୀ କିଛିଦିନ ହେବ ଦିଲ୍ଲୀରେ ରହୁଛନ୍ତି । ତେବେ ସେ ଇଣ୍ତିଆ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାୟବତୀଙ୍କ ଅତି ନିଜର କୁହାଯାଉଥିବା ଅମରୋହାର ସାଂସଦ ମାଲୁକ ନାଗର ଇଣ୍ତିଆ ମହା ମେଣ୍ଟ ଆଗରେ ଏକ ସର୍ତ୍ତ ରଖିଛନ୍ତି ।
ମାୟାବତୀଙ୍କ ପୁତୁରା ଆକାଶ ଲଣ୍ଡନରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ୨୦୧୭ ମସିହାରେ ମାୟାବତୀଙ୍କ ଦ୍ୱାରା ଏକ ରାଲିରେ ଆକାଶଙ୍କ ପଲଟିକାଲ ଲଞ୍ଚ ହୋଇଥିଲା।
ଗୋଟିଏ ପଟେ ଆଜି ୫ ରାଜ୍ୟରେ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟ ପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଭୋଟ୍ ଗଣତି ଚାଲି ଥିବାବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ହୃଦ୍ଘାତରେ ପରଲୋକ ହୋଇଛି।
ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବିଏସ୍ପି)କୁ ବଡ଼ ଝଟ୍କା। ବିଏସ୍ପିର ୬ ଜଣ ବିଧାୟକ ଓ ଜଣେ ବିଜେପି ବିଧାୟକ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଏମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।