/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703750592.jpg)
Priyanka Gandhi
କଂଗ୍ରେସର ପ୍ରତିଷ୍ଠା ଦିବସରେ ଗାନ୍ଧି ପରିବାରକୁ ଇଡିର ଝଟକା । ହରିୟାଣା ଜମି କିଣା ବିବାଦ ଚାର୍ଜସିଟରେ ରହିଛି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ନାଁ । ଜଣଙ୍କ ଠାରୁ ଜମି କିଣିବା ପରେ ସେହି ଜମିକୁ ସେହି ବ୍ୟକ୍ତିକୁ ବିକିଥିବାର ଅଭିଯୋଗ ରହିଛି ପ୍ରିୟଙ୍କାଙ୍କ ବିରୋଧରେ ।
୨୦୦୬ ମସିହାରେ ପ୍ରିୟଙ୍କା ଗାନ୍ଧୀ ଏଚ.ଏଲ. ପାହୱା ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫ ଏକର ଜମି କିଣିଥିଲେ । ସେହି ଜମିକୁ ୨୦୧୦ ମସିହାରେ ସେହି ଏଚ.ଏଲ. ପାହୱାଙ୍କୁ ବିକିଥିଲେ । ହରିଆଣା ଫରିଦାବାଦ ଜିଲ୍ଲାର ଅମିପୁର ଗାଁରେ ଏହି ଜମି କିଣାବିକା ହୋଇଥିଲା ।
ଏହି ମନି ଲଣ୍ଡରିଂ ମାମଲାରେ ପଳାତକ ସଞ୍ଜୟ ଭଣ୍ଡାରୀ ମଧ୍ୟ ସାମିଲ ଅଛନ୍ତି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଭିଯୋଗ ଅନୁସାରେ ରବର୍ଟ ଭଦ୍ରା ଲଣ୍ଡନର ଏକ ସମ୍ପତ୍ତିରେ ସାମିଲ ଅଛନ୍ତି । ଯାହା କି ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ ହୋଇଥିବା ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତି ରହିଛି ।
୨୦୧୬ରେ ସଞ୍ଜୟ ଭଣ୍ଡାରୀ ବ୍ରିଟେନ ଯାଇଥିଲେ । ଏହି ଘଟଣାରେ ଇଡି ଏବଂ ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ତଦନ୍ତ କରିଥିଲା । ଆଇନ ଅନୁସାରେ ବ୍ରିଟେନ ସରକାର ଚଳିତ ବର୍ଷ ଜାନୁଆରୀରେ ଭାରତକୁ ଫେରିବାକୁ ତାଙ୍କୁ ଅନୁମତି ଦେଇଛନ୍ତି ।
ହେଲେ ଆଜି କଂଗ୍ରେସର ପ୍ରତିଷ୍ଠା ଦିବସରେ ଗାନ୍ଧି ପରିବାରକୁ ଝଟକା ଦେଇଛି ଇଡି । ହରିୟାଣା ଜମି କିଣା ବିବାଦ ଚାର୍ଜସିଟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ନାଁକୁ ନେଇ ଏବେ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)