/odishatv-khabar/media/post_attachments/uploadimage/library/16_9/16_9_0/VK_Pandian_1703901097.jpg)
VK Pandian
5T ଚେୟାରମ୍ୟାନ ଭି. କେ ପାଣ୍ଡିଆନଙ୍କୁ ପୁରୀରେ କଳାପତାକା ଦେଖାଇ ବିରୋଧ । ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । କଳାପତାକା ଦେଖାଇବା ସହ ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଥିଲେ କଂଗ୍ରେସ କର୍ମୀ । କଂଗ୍ରେସର ୧୦ ଜଣ ନେତା ଓ କର୍ମୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ପାଣ୍ଡିଆନଙ୍କୁ କଳାପତକା ଦେଖାଇଛନ୍ତି ।
ପୋଲିସ ସମସ୍ତ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ସୌନ୍ଦର୍ଯ୍ୟକରଣ ନାଁରେ ମଠ-ମନ୍ଦିରକୁ ମାଟିରେ ମିଶାଇବା, ୟୁଟ୍ୟୁବର କାମୀୟା ଜାନି ବିବାଦ ଓ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱରେ ଅପମାନ ହେଉଥିବା ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲା ଦଳ । ତେବେ କଂଗ୍ରେସର ବିରୋଧ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।
ନିକଟରେ ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣୀ ମନ୍ଦିରରେ ଆମ ଓଡିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବିରୋଧ ହୋଇଥିଲା । ଗଙ୍ଗା ପାଣି ଓ ଗୋବର ପାଣି ସିଞ୍ଚନ କଲେ ସେବାୟତ । ପାଣ୍ତିଆନ ଦର୍ଶନ ସାରି ଯିବା ପରେ ମନ୍ଦିରର ସେବାୟତ ମାନେ ଗୋବର ପାଣି ଓ ଗଙ୍ଗାଜଳ ସିଞ୍ଚନ କରିଥିଲେ । ଗୋ-ମାଂସ ଭକ୍ଷଣକାରୀ କାମିଆ ଜାନିକୁ ପାଣ୍ଡିଆନ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇବା ଭାରତୀୟ ସଂସ୍କୃତିର ପରମ୍ପରାକୁ ନଷ୍ଟ କରୁଛି ବୋଲି ଅଭିଯୋଗ କରିଥିଲେ ସେବାୟତ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)