Advertisment

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ ମାଗିଲେ ମାଟି ପାଇଁ ବିକାଶର ହିସାବ

ଏବେ ଆଉ ବିରୋଧୀ ନୁହଁ, ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଆଟାକ୍। ସଭାମଞ୍ଚରେ ଖୋଲା ଖୋଲି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଟାକ୍ କରିଛନ୍ତି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍।

author-image
Santosh Kumar Sahoo

ସରକାରୀ ସଭା ମଞ୍ଚରେ ରାଜନୈତିକ ବୟାନ। ପଏଣ୍ଟ ବ୍ଲାଙ୍କରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ନିଶାନା । ତେବେ ଏଥର ଆଉ ଆଉ ବୁଲେଇ ବଙ୍କେଇ ନୁହେଁ, ସିଧାସଳଖ ଆଟାକ୍ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ। ଗତକାଲି ଧାମନଗର ମଞ୍ଚରେ ନା ନନେଇ ଟାର୍ଗେଟ୍ କରିଥିଲେ। ଆଉ ଆଜି ଅନୁଗୁଳ ଓ ଢେଙ୍କାନାଳରେ ଖୋଲାଖୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ। ପଚାରିଛନ୍ତି ନିଜ ପାଖେ ଦୁଇ ଦୁଇଟି ବିଭାଗ ଥିବା ସତ୍ତ୍ୱେ, ଅନୁଗୁଳ-ଢେଙ୍କାନାଳର ବିକାଶ ପାଇଁ କ’ଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଯଦି କେନ୍ଦ୍ରମନ୍ତ୍ରୀ କିଛି କରିଥାନ୍ତେ ତାହେଲେ ଅନୁଗୁଳର ଯୁବକ ଦାଦନ ଯାଉ ନ ଥାନ୍ତେ। କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ବିଳମ୍ବ ନେଇ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ଜବାବରେ ବିଜେପି କହିଛି, ତାଳଚେର ମେଡିକାଲ୍ କଲେଜ୍ ପାଇଁ ୧୫୦୦ କୋଟି ଟଙ୍କାର ଅନୁଦାନ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି। ସେହିପରି ୫୫ ନମ୍ବର ଜାତୀୟ ରାଜପଥ କାମ ଯାହା ବି ହୋଇଛି, ତାହା କେବଳ ଧର୍ମେନ୍ଦ୍ରଙ୍କ ପାଇଁ। ଦଳ ପ୍ରଶ୍ନ କରିଛି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମ, ଦିନେ ପାଣ୍ଡିଆନ ଯେଉଁଠି ଜିଲ୍ଲାପାଳ ଥିଲେ, ସେଠୁ ଦାଦନ ଯାଉଥିବା ସଂଖ୍ୟା କେତେ ?

Advertisment
Odisha News Dharmendra Pradhan Angul VK Pandian
Advertisment
Advertisment