• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମାସେ ହେଲା ଧାରଣାରେ ବସିଲୁ । ଏବେ ବି ସରକାରଙ୍କୁ ସମୟ ଦେଉଛୁ । ଆଉ ୪ ମାସ ପରେ ବିଜେପି ସରକାରକୁ ଆସିଲେ ୭୨ ଘଣ୍ଟାରେ ସଫା ହୋଇଯିବ ଗାଡ଼କଣ ଡମ୍ପିୟାର୍ଡ । ଟିକେ ବି ଅଳିଆ ମିଳିବନି, ସବୁ ସଫା କରାଯିବ । ଆଜି ଭୁବନେଶ୍ବର ସୈନିକ ସ୍କୁଲ ନିକଟରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଚାଲିଥିବା ଧାରଣାରେ ଯୋଗଦେଇ ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଗାଡ଼କଣରୁ ଅଳିଆ ହଟିବା ଦାବିରେ ମାସେ ହେବ ଧାରଣା ଜାରି ରଖିଛି ବିଜେପି । ଆଜି ଧାରଣାରେ ଯୋଗଦେବା ସହ ଉଦବୋଧନ ରଖିଥିଲେ ସଭାପତି ମନମୋହନ ସାମଲ । କେନ୍ଦ୍ର ସରକାର ଆବର୍ଜନା ପରିଚାଳନା ପାଇଁ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମନମୋହନ ।

ମାସେ ହେଲା ଧାରଣାରେ ବସିଲୁଣି, ତେଣୁ ଶୀଘ୍ର ସରକାର ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି ମନମୋହନ । ତେବେ ମନମୋହନଙ୍କ ଅଭିଯୋଗ ନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି ।