/odishatv-khabar/media/post_attachments/uploadimage/library/16_9/16_9_0/VK_Pandian_1703680690.jpg)
VK Pandian
ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣୀ ମନ୍ଦିରରେ ଆମ ଓଡିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବିରୋଧ। ଗଙ୍ଗା ପାଣି ଓ ଗୋବର ପାଣି ସିଞ୍ଚନ କଲେ ସେବାୟତ। ଆଜି ଆଖଣ୍ଡଳମଣୀ ପୀଠକୁ ଦର୍ଶନ ପାଇଁ ଯାଇଥିଲେ ଆମ ଓଡିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ।
ତେବେ ଦର୍ଶନ ସାରି ଯିବା ପରେ ମନ୍ଦିରର ସେବାୟତ ମାନେ ଗୋବର ପାଣି ଓ ଗଙ୍ଗାଜଳ ସିଞ୍ଚନ କରିଥିଲେ। ଗୋ-ମାଂସ ଭକ୍ଷଣକାରୀ କାମିଆ ଜାନିକୁ ପାଣ୍ଡିଆନ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇବା ଭାରତୀୟ ସଂସ୍କୃତିର ପରମ୍ପରାକୁ ନଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି ସେବାୟତ। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
ପୁରା କାହାଣୀଟି ହେଲା, ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗ୍ରସ୍ତରେ ଯାଇଥିବା ବେଳେ ପ୍ରଥମେ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ । ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ । ତାପରେ ଆରଡ଼ି ଠାରେ ସାଧାରଣ ସଭାରେ ଯୋଗ ଦେଲେ । ପରେ ପରେ ଧାମନଗର ନିର୍ବାଚନ ମଣ୍ଡଳୀ ଅସୁରାଳି ଠାରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ସଭାରେ ପହଁଚିବା ପୂର୍ବରୁ ସାଧାରଣ ଲୋକଙ୍କୁ ଭେଟିଥିଲେ । ଜୟ ବାବା ଆଖଣ୍ଡଳମଣିରୁ ଆରମ୍ଭ କରିଥିଲେ ଭାଷଣ ।
ସେହିପରି ଭଦ୍ରକ ନିର୍ବାଚନ ମଣ୍ଡଳୀର ଭଦ୍ରକ ନେହେରୁ ଷ୍ଟାଡିୟମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ଦିଆଯାଇଥିବା ଯୋଜନା ସଂପର୍କରେ କହିବା ସହ କେତେ ଟଙ୍କା ଓ କେତେ ଯୋଜନା ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଦିଆଯାଇଛି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଆସନ୍ତା ଫେଵୃୟାରୀ ମାସରୁ ଲକ୍ଷ୍ମୀ ବସ ଭଦ୍ରକରେ ଚାଲିବ ବୋଲି ଏହି ଅବସରରେ କହିଛନ୍ତି ପାଣ୍ଡିଆନ । ଆସନ୍ତା ନୂଆବର୍ଷରେ ବଡ଼ ଘୋଷଣା ହେବ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)