• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp Odisha

mohan
Mohan Charan Majhi : ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବେ ମୁଖ୍ୟମନ୍ତ୍ରୀ

ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବେ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ଏବଂ ବିଭାଗମାନଙ୍କୁ ବାର୍ଷିକ ରିପୋର୍ଟ ତିଆରି କରିବାକୁ ନିର୍ଦ୍ଦେଶ। ସରକାରଙ୍କ ସଫଳତାର ଦସ୍ତାବିଜ ପ୍ରସ୍ତୁତ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ କମିଟି। ଗ୍ରାଉଣ୍ଡ ଜିରୋକୁ ଯାଇ ରଖାଯିବ ରିପୋର୍ଟ କାର୍ଡ। କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସରକାର?

BJP Workshop
BJP Workshop In Puri: ଆଜିଠୁ ପୁରୀରେ ବିଜେପି କର୍ମଶାଳା, ନେତାଙ୍କ କ୍ଲାସ୍ ନେବେ ନଡ୍ଡା

ଆଜିଠୁ ପୁରୀରେ ବିଜେପିର ତିନି ଦିନିଆ କର୍ମଶାଳା ଆରମ୍ଭ ହେଉଛି । ଏହାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉଦ୍‌ଘାଟନ କରିବା ସହ ଦଳୀୟ ସାଂସଦ ଓ ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର ।

BJP MLA Jayanarayan Mishra
BJP MLA Jayanarayan Mishra: କ୍ଷୋଭ ଝାଡ଼ିଲେ ଜୟନାରାୟଣ; କହିଲେ 'ମୋର ଯୋଗ୍ୟତା ନାହିଁ'

ବୈଠକରେ କ'ଣ ଆଲୋଚନା କରାଗଲା ସେ ନେଇ ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । ତେବେ ଏହାର ଉତ୍ତରରେ ଜୟନାରାୟଣ କହିଥିଲେ, 'ଏହି ପ୍ରଶ୍ନ ବଡ଼ ବଡ଼ ନେତାମାନଙ୍କୁ ପଚାରନ୍ତୁ, ଛୋଟକାଟିଆଙ୍କୁ ଏଥିରେ କାହିଁକି ପଶାଉଛନ୍ତି ।' ଜୟନାରାୟଣଙ୍କ ଭଳି ବରିଷ୍ଠ ନେତା କାହିଁକି ମଞ୍ଚରେ ବସିଲେ ନାହିଁ, ସେ ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

Key Positions in BJP Government
ବିଜେପି ସରକାରରେ କିଏ କେଉଁଠି ହେବେ ଥଇଥାନ ? କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ? 

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।

BJP Odisha
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଷ୍ଟ୍ରାଟେଜି

ଏଥର ଲୋକସଭା ନିର୍ବାଚନରେ ବିଜେପିର ଟାର୍ଗେଟ ୪ ଶହରୁ ଅଧିକ ଆସନ । ଏହି ଲକ୍ଷ୍ୟ ହାସଲ ଲାଗି ଦଳ ଗ୍ରହଣ କରିଛି ନୂଆ ଷ୍ଟ୍ରାଟେଜି । ବିଜୟ ସମ୍ଭାବନା ଥିବା ଅନ୍ୟ ଦଳର ପ୍ରଭାବଶାଳୀ ନେତାଙ୍କୁ ପଦ୍ମ ଶିବିରକୁ ଆଣିବା । ଏଥିପାଇଁ ଦଳ ଗଠନ କରିଛି ଜଏନିଂ ବା ମିଶ୍ରଣ କମିଟି । ଯାହାର ମୁଖ୍ୟ ହୋଇଛନ୍ତି ଦଳୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ।

BJP Odisha
କେନ୍ଦ୍ରୀୟ ଢାଞ୍ଚାରେ ନିର୍ବାଚନ ଲଢ଼ିବ ରାଜ୍ୟ ବିଜେପି; ପଦ୍ମ ନଜରରେ ଅସନ୍ତୁଷ୍ଟିଆ ବିରୋଧି

ବିଜେପି ଫୋକସରେ ବିରୋଧୀ ଦଳଙ୍କ ବିଦ୍ରୋହୀ ନେତା । ଅନ୍ୟ ଦଳର ଯେଉଁ ଅସନ୍ତୁଷ୍ଟ ନେତାଙ୍କର ବିଜୟ ସମ୍ଭାବନା ରହିଛି ସେମାନଙ୍କୁ ଆଣି ବିଜୟ ସମ୍ଭାବନା ବଢାଇବା ଲାଗି ବିଜେପି ପ୍ରସ୍ତୁତ କରିଛି ରଣନୀତି ।

BJP Plan For Odisha
୨୪ ନିର୍ବାଚନରେ କେମିତି ଫୁଟିବ ପଦ୍ମ ?

ଓଡ଼ିଶା ଦଖଲ ପ୍ଲାନର କାର୍ଯ୍ୟକାରିତା ପାଇଁ ଭୁବନେଶ୍ବରରେ ବିଜେପିର ତିନି କେନ୍ଦ୍ରୀୟ ନେତା। କ୍ଷେତ୍ରୀୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ। ଏଇ ତିନି ନେତା ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିର ଗ୍ରାଉଣ୍ଡରେ ପ୍ରତିଫଳନ ନେଇ ରାଜ୍ୟ ନେତୃତ୍ବଙ୍କ ସହ ମାନସମନ୍ଥନ କରିବେ।

Pradeep Panigrahi
ଛିଡୁନି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମୀକରଣ ! ଅକଳରେ ପଡ଼ିଛି ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା

ଛିଡୁନି ପ୍ରଦୀପ ପାଣିଗ୍ରାହୀ ସମୀକରଣ । ଅକଳରେ ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା । ଗୋପାଳପୁର ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ନେଇ ବିଜେଡି ଆଗୁଆ ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଥିଲା। ନିଜକୁ ସ୍ୱଚ୍ଛ କହୁଥିବା ବିଜେପି, ପ୍ରଦୀପଙ୍କ ଭଳି ଦାଗି ନେତାଙ୍କୁ କାହିଁକି ନିଜ ଦଳରେ ସାମିଲ କରିବାକୁ ଆତୁର ବୋଲି ଅଭିଯୋଗ ବି କରିଥିଲା ।

Odisha Politics
୨୪ ଭୋଟ୍ ପୂର୍ବରୁ ବିଜେପିର ହଲ୍ଲାବୋଲ ! ଅଳିଆ ଢାଳିଲେ, ଗୋବର ମାଡ଼ କଲେ...

୨୪ ପୂର୍ବରୁ ବିଜେପିର ହାଲ୍ଲାବୋଲ । ରାଜ୍ୟବ୍ୟାପୀ ପ୍ରତିବାଦ, ବିକ୍ଷୋଭ, ଘେରାଉ । ପ୍ରସଙ୍ଗ- ଦୁର୍ନୀତି, ଭ୍ରଷ୍ଟାଚାର ଆଉ ପିସି କାରବାର । ଏମିତି ଚିତ୍ର ଦେଖିବାକୁ ମିଳିଛି ରାଜଧାନୀରେ । ବିଏମ୍‌ସି ଅଫିସ୍ ଆଗରେ ଅଳିଆ ଢାଳିଲେ ବିଜେପି କର୍ମୀ । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ବେଳେ ତାତି ଥିଲେ କର୍ମୀ। ଖାଲି ଅଳିଆ ଗଦାଇନଥିଲେ, ବିଏମ୍‌ସି ଅଫିସ୍ ଉପରକୁ ଗୋବର ମାଡ଼ ମଧ୍ୟ କରିଥିଲେ । ସ୍ମାର୍ଟସିଟି ଯୋଜନାରେ କେନ୍ଦ୍ରୀୟ ଅର୍ଥ ହଡ଼ପ, ପରିମଳ ପରିଚାଳନାରେ ବିଏମ୍‌ସିର ବିଫଳତାକୁ ମୁଦ୍ଦା କରି ପ୍ରବଳ ବିକ୍ଷୋଭ କରିଥିଲା ଦଳ।

Amit Shah
୪ ମାସିଆ ଟାସ୍କ ଦେଇଗଲେ ଶାହ; ପୂରଣ କରିବାକୁ ଜୋରଦାର୍‌ କସରତ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେରିଯିବା ପରେ ଓଡ଼ିଶା ବିଜେପିର ଚିନ୍ତା, କେମିତି ସେ ଦେଇଥିବା ଟାସ୍କକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବ। କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବ ଦଳ ? ବୁଥ୍ କମିଟି ଗଠନ କାମ ଶୀଘ୍ର ସାରିବାକୁ ବି କୁହାଯାଇଛି । ତେବେ ଶାହଙ୍କ ଗସ୍ତରୁ ପାଇଥିବା ବଳ, ଆଗାମୀ ନିର୍ବାଚନରେ ସଫଳତା ଆଣିଦେବ ବୋଲି ଆଶା ରଖିଛି ପଦ୍ମ ଦଳ । ଅନ୍ୟପକ୍ଷରେ ବିଜେଡି କହିଛି, ଶାହଙ୍କ ଗସ୍ତର କୌଣସି ପ୍ରଭାବ ଓଡ଼ିଶାରେ ନାହିଁ ।

samir mohanty
ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଆସନ୍ତା ଜୁଲାଇ ୧ ଓ ୨ରେ ରାଜ୍ୟର ସବୁ ମଣ୍ଡି ଓ ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଆଜି ଏକ…