• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭଦ୍ରକ ଗସ୍ତ ବେଳେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କରିଥିବା ଟାର୍ଗେଟର ଜବାବ ରଖିଛି ବିଜେପି । ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରୀ ମଞ୍ଚରେ ରାଜନୈତିକ ମନ୍ତବ୍ୟ ହାସ୍ୟାସ୍ପଦ ।

ଚାନ୍ଦବାଲିକୁ ୩୫୦ କୋଟି, ଭଦ୍ରକକୁ ୨୫୦ କୋଟି ଅନୁଦାନ ଦେଇଥିବା ବେଳେ ଧାମନଗରକୁ କାହିଁକି ୧୦୦ କୋଟି ଅନୁଦାନ ବୋଲି ସେ ପ୍ରଶ୍ନ କରିଛନ୍ତି । ଧାମନଗର ନିର୍ବାଚନ ମଣ୍ଡଳୀକୁ ବୈମାତୃକ ମନୋଭାବ କଣ ପାଇଁ ବୋଲି କହିଛନ୍ତି ବିଧାୟକ ସୂର୍ଯ୍ୟବଂଶୀ । ଆହୁରି ମଧ୍ୟ କହିଛନ୍ତି ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଲିକପ୍ଟରରେ ଭଦ୍ରକ ଆସୁଛନ୍ତି ।

ମୁଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ନିର୍ବାଚନ ପରଠାରୁ ଘର ଘର ବୁଲୁଛି । ଧାମନଗରକୁ ବନ୍ୟା ଦାଉରୁ ରକ୍ଷା କରାଯାଉ । ବୈତରଣୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଉ ବୋଲି ସେ ଦାବି କରିଛନ୍ତି ।