Advertisment

ଗଂଜାମ ବିଜେଡିରେ ଅସନ୍ତୋଷର ନିଆଁ, ଏକାଠି ହେଲେ ପୂର୍ବତନ ୬ ବିଧାୟକ

ଏହି ବୈଠକରେ ହିଂଜିଳିର ପୂର୍ବତନ ବିଧାୟକ ଉଦୟ ନାୟକ, ହରିହର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣି, ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠି, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ ଓ ଜଗନ୍ନାଥ ପ୍ରସାଦର ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଉପସ୍ଥିତ ଥିଲେ ।

author-image
Santosh Kumar Sahoo
Ganjam BJD

Ganjam BJD

ନିର୍ବାଚନ ଯେତିକି ପାଖେଇ ଆସୁଛି ଗଂଜାମରେ ବିଜେଡିର ଅସନ୍ତୋଷର ନିଆଁ ସେତିକି କୁହୁଳୁଛି। ଗତ ଦୁଇଦିନ ପୂର୍ବେ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ୬ ଜଣ ବିଧାୟକଙ୍କ ରୁଦ୍ଧ କୋଠରୀ ବୈଠକ ହୋଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ନିବେଦନ ଏବଂ ଖୋଲାଖୋଲି ଭାବେ ସେମାନଙ୍କୁ ଅଣଦେଖା କରୁଥିବା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଭଳି ଖୋଲାଖୋଲି ଅସନ୍ତୋଷ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।

Advertisment

ଏହି ବୈଠକରେ ହିଂଜିଳିର ପୂର୍ବତନ ବିଧାୟକ ଉଦୟ ନାୟକ, ହରିହର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣି, ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠି, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ ଓ ଜଗନ୍ନାଥ ପ୍ରସାଦର ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଉପସ୍ଥିତ ଥିଲେ । ସେପଟେ ଗଂଜାମ ଜିଲ୍ଲା ବିଜେଡି ସଭାପତିଙ୍କ କହିବା କଥା ଯେ ସେମାନଙ୍କୁ ଅଣଦେଖା କରାଯାଉ ନାହିଁ । ସବୁ ସମୟରେ ଏମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି।

Odisha BJD Ganjam
Advertisment
Advertisment