/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703839144.jpg)
Nitish Kumar
ପଦ ଛାଡ଼ିଲେ ଲଲନ । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହଙ୍କ ଇସ୍ତଫା । ନୀତୀଶ କୁମାର ହେଲେ ନବ ନିର୍ବାଚିତ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଜି ଏନେଇ ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଥିଲା । ନୀତୀଶ କୁମାର ସର୍ବସମ୍ମତି କ୍ରମେ ଜେଡିୟୁ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।
ଅନ୍ୟପଟେ ଗତ ଏକ ସପ୍ତାହ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଲଲନ ସିଂ ଇସ୍ତଫା ଦେଇଛନ୍ତି । ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ଛଳରେ ଲଲନ ସିଂ ପାର୍ଟି ମତଭେଦ ସମ୍ପର୍କରେ ମତ ରଖିଥିଲେ । ଦଳରେ ସେପରି କୌଣସି ମତଭେଦ ନଥିବା କଥା ଲଲନ ସିଂ କହିଥିଲେ ।
ତେବେ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଲାଲୁ ଯାଦବଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଅତି ନିକଟତର ଥିବା ହେତୁ ଲଲନ ସିଂଙ୍କୁ ହଟାଇ ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟକୁ ଶେଷ କରିବା ପାଇଁ ବିରୋଧୀ ବିଜେପି ଚେଷ୍ଟା କରୁଥିବା ଅଭିଯୋଗକୁ ତେଜସ୍ୱୀ ଯାଦବ ଖଣ୍ଡନ କରିଥିଲେ ।
୨୦୨୪ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଜେଡିଏର ଶୀର୍ଷ ନେତୃତ୍ୱରେ ପରିବର୍ତ୍ତନ, ଏବଂ ନୀତୀଶ କୁମାରଙ୍କ ପ୍ରଧାନମନ୍ତ୍ରୀ ହେବାର ଅଭିଳାଷକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ନୀତୀଶ କୁମାର I.N.D.I.A. ମେଣ୍ଟ ପାଇଁ ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ଚର୍ଚ୍ଚା ଲାଗି ରହିଥିଲା । ଅନ୍ୟପଟେ ନୀତୀଶ କୁମାର ଲଲନ ସିଂଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)