ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ କଥା ହେବା ଛଳରେ ଦିଲ୍ଲୀ ସରକାରର ଶିକ୍ଷା ମଡେଲର କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ନିଜ ଛବି ବଞ୍ଚାଇବାକୁ ଦଶମରେ ପାସ୍ ପ୍ରତିଶତ କମିଯିବା ଡରରେ କମ୍ ମାର୍କ ଆଣୁଥିବା ପିଲାଙ୍କୁ ଦଶମ ଶ୍ରେଣୀକୁ ଯିବାକୁ ଦେଉନି ଦିଲ୍ଲୀ ସରକାର।
ହଠାତ୍ ରାଜନୀତିକୁ ଆସି ହିଇଚଇ କରିଦେଇଥିବା ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେଲାପରେ ସେ ସନ୍ୟାସିନୀ ବେଶ ଧାରଣ କରିଛନ୍ତି। ମୁଣ୍ଡରୁ ବାଳ କାଟି ସେ ଜୀବନର ଗୁଢ଼ତତ୍ୱ ଖୋଜିବେ ବୋଲି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା କାହାଣୀ...
ଶଙ୍ଖ ଦଳରେ ଭିତରେ ଫାଟ । ଘନଘନ ବସୁଛି ମେଳି । ଜଳଜଳ ଦେଖୁଛନ୍ତି ନବୀନ । ସୁଯୋଗ ପାଇଁ ବାରମ୍ବାର ଚାଲୁଛି ଆଲୋଚନା । ପ୍ରଥମେ ଜୁନିୟର ନେତାଙ୍କ ମେଳି, ପରେ ସିନିୟରଙ୍କ ବୈଠକ । ଆଉ ଏବେ ଏକ ବିବାହ କାର୍ଯ୍ୟକ୍ରମ ଯୋଗଦେଇ ମେଳି ବାନ୍ଧିଛନ୍ତି ବିଜେଡିର କିଛି ବରିଷ୍ଠ ନେତା ।
ଗାଡ଼ି ପାଇଁ ବ୍ରେକ ଯେତିକି ଜରୁରୀ, ଏକ ଉତ୍କୃଷ୍ଟ ସୁଶାସନ ତଥା ସରକାର ଚଳାଇବା ପାଇଁ ସଶକ୍ତ ବିରୋଧୀଦଳର ସେତିକି ଆବଶ୍ୟକତା ରହିଛି l ମୁଖ୍ୟ ବିରୋଧୀ ଦଳରେ ଥିବା ବିଜେଡି ଯେତେବେଳେ ଯେଉଁ ସମୟରେ ଯେକୌଣସି ପ୍ରସଙ୍ଗକୁ ଆଧାରକରି ବିଜେପି ସରକାର ଆଡ଼କୁ ଗୋଟିଏ ଆଙ୍ଗୁଠି ଦେଖାଇଛି, ୪ଟି ଆଙ୍ଗୁଠି ଓଲଟି ନିଜଆଡକୁ ଉଠିଛି । ଓଡିଶାରେ ବିଜେପି ଶାସନର ଗଲା ୮ ମାସ ମଧ୍ୟରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି ।
ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l
ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଥର ବିଜେଡିରେ ମେଳି ଦେଖିବାକୁ ମିଳିଛି । ପୂର୍ବରୁ ନେତାଜୀ ଜୟନ୍ତୀ ଦିନ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ମଧ୍ୟ ବିଜେଡିର ଯୁବନେତା ମେଳି କରିଥିଲେ ।
ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l
ମତଦାନର ମାତ୍ର ୫ ଦିନ ପୂର୍ବରୁ ଦିଲ୍ଲୀରେ ଶାସକ ଦଳରେ ଥିବା ଆମ ଆଦମୀ ପାର୍ଟିର ଆଠ ଜଣ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଆପର ଏହି ୮ ବିଧାୟକ।
ଦିଲ୍ଲୀ ଭୋଟ୍ ଆଗରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଶକ୍ତ ଧକ୍କା। ଦଳ ଛାଡ଼ିଲେ ୭ ବିଧାୟକ। ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ଟିକେଟ୍ ମିଳିନଥିବା ଓ ଦଳୀୟ ନେତୃତ୍ୱ ଉପରେ ଅସନ୍ତୋଷ ଝାଡ଼ି ବିଧାୟକମାନେ ଦଳ ଛାଡ଼ିଛନ୍ତି।
ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି । ଦଳ ଦୁର୍ବଳ ଥିବା ୨୭ଟି ନିର୍ବାଚନମଣ୍ଡଳୀରେ ସଂଗଠନକୁ ଆଗେଇ ନେବାକୁ ଏଇ ନେତାମାନଙ୍କୁ ଦିଆଯାଇଛି ଦାୟିତ୍ୱ । ପୁଣି ଏଇମାନଙ୍କ ଉପରେ ଭରସା କରିଛି ଦଳ ।
ସୋନିଆ କହିଥିଲେ, ମିଛ ପ୍ରତିଶ୍ରୁତି କୁହ । ରାହୁଲ୍ କହିଥିଲେ, ‘ବୋରିଂ’ କହିବା । ନା ‘ନୋ କମେଣ୍ଟ’ କହିବା। ସେତିକି ବେଳେ ସୋନିଆ କହିଥିଲେ, ‘ଦ ପୁଅର୍ ଲେଡି’ ଭାଷଣ ଦେଇ ଥକିଗଲେଣି । ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ ଓ ମାଆଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା କ୍ୟାମେରାରେ କଏଦ୍ ହୋଇଥିଲା ।
ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।
ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।
ଦୀପାଲି ଚିଠିରେ ଲେଖୁଛନ୍ତି କ’ଣ ? ବିତିଲାଣି ୧୫ ଦିନ । ଆହୁରି ଦରକାର ଦୁଇ ସପ୍ତାହ । ବାପାଙ୍କ ହତ୍ୟାକାରୀକୁ ଖୋଜିବାକୁ ଚାହୁଁନାହାନ୍ତି କି ଦୀପାଲି ? ନା ନେତାଙ୍କ ବିବୃତି ବାଧ୍ୟ କରୁଛି CBI ତଦନ୍ତ ଚିଠି ଲେଖିବାକୁ ।
ନବୀନଙ୍କ ରେକର୍ଡ ଭାଙ୍ଗିଲେ ମୋହନ । ୨୪ ବର୍ଷର ସରକାରଙ୍କ ସତ ପଡ଼ିଲା ପଦାରେ । ୮ ମାସର ସରକାର ଦେଲା ଓଡ଼ିଶା ପାଇଁ ନୂଆ ସୁଯୋଗ । ଉତ୍କର୍ଷ ଓଡିଶା ସମ୍ମିଳନୀ ମୋହନ ଆଣିଲେ ବିରାଟ ସଫଳତା ।
ସୁଭଦ୍ରା ଯୋଜନାର ଆସିବ ନୂଆ ୩ଟି ରୂପ । କେବଳ ଆର୍ଥିକ ସହାୟତା ନୁହେଁ ଏଥର ମହିଳାଙ୍କୁ ଋଣଦେବ ସୁଭଦ୍ରା । ଏବେ କେବଳ ପାଞ୍ଚ ହଜାର ନୁହେଁ ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ମହିଳା ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସ୍ୱର୍ଗତ ନବ ଦାସଙ୍କ ସହ ମୋର କେବେ ବି ଭଲ ସମ୍ପର୍କ ନଥିଲା। ଆମ ଭିତରେ ଝଗଡାର କାରଣ କିଛି ନଥିଲା। ହୁଏତ ଆମେ ଦୁଇଜଣ ଯାକ ଭିନ୍ନ ଚରିତ୍ରର ବ୍ୟକ୍ତି। ସେଥିପାଇଁ ଆମେ କେବେ ପରସ୍ପରକୁ ପସନ୍ଦ କରୁନଥିଲୁ।
ବାସ୍ତବରେ ଦେଖିବାକୁ ଗଲେ ମହିଳାଙ୍କୁ ଟଙ୍କା ବାଣ୍ଟିବା ଯୋଜନା ରାଜ୍ୟ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ (SBI) ସର୍ଭେ ରିପୋର୍ଟରୁ ଜଣାପଡିଛି ।
ନବୀନ କହୁଥିଲେ କରିବୁ, ମୋହନ ନିଜେ କରି ଦେଖାଇଲେ । ଆମେ କହୁଛୁ ୨୪ ବର୍ଷର ନବୀନ ସରକାରଙ୍କ କଥା । ଯାହାର ରେକର୍ଡକୁ ମାତ୍ର କେଇଟା ମାସରେ ମୋହନ ସରକାର ଧୂଳିସାତ କରିଛନ୍ତି ।
ଓଡ଼ିଶା ସଶକ୍ତ ହେବ ଓ ସମୃଦ୍ଧ ହୋଇପାରିବ। ଓଡ଼ିଶା ବିକାଶ ଓ ବିରାସତଙ୍କ ଅଦ୍ଭୁତ ମଡେଲ ବୋଲି ମୋଦି କହିଛନ୍ତି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଆଜିଠୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ପୂର୍ବାହ୍ନ ୧୦ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି। ସେଠାରୁ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମଇଦାନରେ ସେ ପହଞ୍ଚିବେ।
ଭୋଟ୍ ପୂର୍ବରୁ ସଭାପତି ଲବି। ୨୪ ନିର୍ବାଚନର ବଡ଼ ବିପର୍ଯ୍ୟୟ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ । ଏଥିପାଇଁ ଚାଲେଞ୍ଜ ଯେତିକି, ଗୋଷ୍ଠୀ କନ୍ଦଳ ବି ସେତିକି । ଏହାରି ଭିତରେ ୨୪ରେ ଫେଲ୍ ମାରିଥିବା ଆଗଧାଡ଼ିର ନେତାଙ୍କୁ ନବୀନ ରାଜ୍ୟ କମିଟିରେ ସ୍ଥାନ ଦେବେ ନା ନାହିଁ ତାହା ବଡ଼ ପ୍ରଶ୍ନ। ସେହିପରି ପ୍ରମୁଖ ସଂଗଠନଗୁଡ଼ିକ ଭାଙ୍ଗିବା ପରେ ସଭାପତି ପଦ ପାଇଁ ଲବି ବି ଆରମ୍ଭ ହୋଇଗଲାଣି।..