ଲୋକେ ଅନେକ ସମୟରେ ମାର୍କେଟ୍ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି। କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ।
ମହିଳାମାନଙ୍କ ଦ୍ୱାରା ବ୍ୟବହୃତ ପ୍ୟାଡ୍ରୁ ବାହାରୁଥିବା ପ୍ଲାଷ୍ଟିକ୍ ଆବର୍ଜନା ବର୍ଷ ବର୍ଷ ଧରି ବିଘଟିତ ନ ହୋଇ ଆମ ପରିବେଶକୁ ଦୂଷିତ କରିଚାଲେ। ଏହି ସମସ୍ୟାକୁ ଏଡେଇବା ନେଇ ପଦକ୍ଷେପ ନେଇଛନ୍ତି ତାମିଲନାଡୁର ପ୍ରୀତି ରାମଦୋସ। ଜାଣନ୍ତୁ ସେ କ’ଣ କରିଛନ୍ତି…
ପରୀକ୍ଷା ସମୟ ପାଖେଇ ଆସିଲେ ସବୁ ପିଲାଙ୍କର ପାଠପଢା ସମୟ ନିଶ୍ଚୟ କିଛି ମାତ୍ରାରେ ବଢିଯାଏ। ପିଲାମାନେ ଘଣ୍ଟାଘଣ୍ଟା ଧରି ନିଜ ପଢା ଟେବୁଲ୍ ପାଖରେ ବସି ରୁହନ୍ତି। ପରୀକ୍ଷା ପୂର୍ବରୁ କିଛି ଖାଦ୍ୟ ମଧ୍ୟ ପିଲାଙ୍କ ସ୍ମରଣ ଶକ୍ତି ପାଇଁ ଉତ୍ତମ ଅଟେ। ଆସନ୍ତୁ ଜାଣିନେବା…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଟିମ୍ର ଅଧିନାୟକ ଦାୟିତ୍ୱ ଦେଇ ବିସିସିଆଇ ଏକ ଉଚିତ ନିଷ୍ପତ୍ତି ନେଇଛି। ହାର୍ଦ୍ଦିକଙ୍କ ନେତୃତ୍ୱକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା। ତେବେ ଅଧିନାୟକ ଭାବେ ସେ ବେଶୀ ଦୂର ଯାଇ ନାହାନ୍ତି। ଆଗକୁ ସେ ଅନେକ ପରୀକ୍ଷାର ସମ୍ମୁଖୀନ ହେବେ।
ବାସ୍ତୁଶାସ୍ତ୍ର ଛଡ଼ା ଅନ୍ୟ କୌଣସି ଗ୍ରନ୍ଥ ନାହିଁ ଯାହା ଆମକୁ ଗୃହ ନିର୍ମାଣରେ ସାହାଯ୍ୟ କରିପାରିବ। ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ ହୋଇଥିବା ଗୃହ ସମସ୍ତ ପ୍ରକାର ସୁଖଶାନ୍ତି ଏବଂ ସମ୍ପନ୍ନତା ପ୍ରଦାନ କରିଥାଏ ଏବଂ ୠଣମୁକ୍ତ କରାଇଥାଏ।
ବ୍ରିଟେନ୍ର ସ୍ୱାସ୍ଥ୍ୟ ସେବା ପ୍ରକ୍ରିୟା ସମ୍ପୂର୍ଣ୍ଣଭାବେ ଅଚଳ ହୋଇପଡିଛି। ଗୋଟିଏ ପଟେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା, ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଅନ୍ୟପକ୍ଷେ ହସ୍ପିଟାଲ୍ରେ ରୋଗୀଙ୍କ ଅସମ୍ଭାଳ ଭିଡ ଲାଗିଛି। ପ୍ରାୟ ୯ଠ% ହସ୍ପିଟାଲ୍ରେ ରୋଗୀ ବିନା ବେଡ୍ରେ ଚଟାଣରେ ଶୋଇ ରହିଥିବା ଦେଖିବାକୁ ମିଳିଛି।
ଆମ ଶରୀରରେ ଥିବା ମାଇକ୍ରୋବାୟୋମ୍ ଆମ ପାଚନ ନଳୀରେ ରହି ଶରୀରକୁ ଅନ୍ୟ ହାନିକାରକ ଜୀବାଣୁ ଏବଂ ଫଙ୍ଗସ୍ ସ°କ୍ରମଣରୁ ରକ୍ଷା କରନ୍ତି। କିନ୍ତୁ ଏମିତି ଅନେକ ଖାଦ୍ୟ ଅଛି ଯାହା ଏହି ମାଇକ୍ରୋବାୟୋମ୍କୁ ନଷ୍ଟ କରିଥାଏ। ସେସବୁ କ’ଣ ଆସନ୍ତୁ ଜାଣିବା।
ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତସ୍ରାବୀ ଗ୍ରନ୍ଥି, ଯାହା ମୁଖ୍ୟତଃ ଶରୀରର ବୃଦ୍ଧି ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଥାଇରଏଡ୍ ଗ୍ରନ୍ଥିର କୋଷିକାର ଅନିୟନ୍ତ୍ରିତ ଅଭିବୃଦ୍ଧି ଦେଖାଦେଲେ ବେଳେବେଳେ ଏହା କ୍ୟାନସରକୁ ରୂପାନ୍ତରିତ ହୋଇଥାଏ।
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ କ୍ୱାର୍ଟର-ଫାଇନାଲ୍କୁ ବି ଯାଇପାରିଲାନି ଆୟୋଜକ ଭାରତ। ୧୯୭୫ ପରଠାରୁ ଭାରତ ବିଶ୍ୱକପ୍ରେ କେବେ ପଦକ ଜିତିପାରି ନାହିଁ। ଏବେ ବଡ଼ ପ୍ରଶ୍ନ ହେଉଛି ଯେ ଟିମ୍ କାହିଁକି ବିଫଳ ହେଲା? ଭୁଲ୍ ରହିଲା କେଉଁଠି?
ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡିଶାର ପ୍ରମୁଖ ଦଳଗୁଡିକ ନିଜ ରଣନୀତି ଆରମ୍ଭ କରିସାରିଦେଇଥିବା ବେଳେ ବିଆର୍ଏସ୍କୁ ନେଇ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି। ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ‘କେନ୍ଦ୍ର ଶକ୍ତି’କୁ ଧରି ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଲୋକବଳ ମଜଭୁତ କରିବାରେ ଲାଗିଛି।
ଠିକ୍ ଭାବରେ ଭୂମି ଚୟନ ନକରି ଭୂମି କ୍ରୟ କଲେ ଯଦି ଭୂମିରେ ଦୋଷ ଥାଏ ତେବେ ଯେତେ ବାସ୍ତୁ ନିୟମ ଗୃହ ନକ୍ସା କରି ଗୃହ ନିର୍ମାଣ କରିଥିଲେ ମଧ୍ୟ ଭୂମି ଦୋଷରୁ ଉତ୍ପନ୍ନ ହୋଇଥିବା ବାସ୍ତୁଦୋଷ ଅନେକ ସମସ୍ୟା ସୃଷ୍ଟି କରିଥାଏ।
ଦେଶରେ କ୍ୟାମ୍ପସ୍ ଖୋଲିବେ ୟୁରୋପୀୟ ବିଶ୍ୱବିଦ୍ୟାଳୟ। ସରକାରଙ୍କ ଯୁକ୍ତି ବିଦେଶୀ ବିଶ୍ୱବିଦ୍ୟାଳୟ ଖୋଲିଲେ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ପ୍ରତିଯୋଗିତା ପାଇଁ ସେମାନଙ୍କ ସ୍ଥିତିକୁ ସୁଧାରିବେ। ଏହା କ’ଣ ସମ୍ଭବ! ଏକାଡେମିକ୍ ସ୍ତରର ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମୁକାବିଲା କରିପାରିବେ ତ?
ଆମେ ବ୍ୟବହାର କରୁଥିବା ଅନେକ ଜିନିଷରୁ କେତେକ ଅଦରକାରୀ ପଦାର୍ଥ ମଧ୍ୟ ବାହାରେ। ଏହା ବେଳେ ବେଳେ ପରିବେଶ ପାଇଁ ଘାତକ ହୋଇଥାଏ। କିନ୍ତୁ ଏହି ଅଦରକାରୀ ପଦାର୍ଥ ମଧ୍ୟ ପରିବେଶକୁ ସୁରକ୍ଷା ଦେଇପାରେ। ଆସନ୍ତୁ ଜାଣିବା…
ଦୁବାଇ ଚାମ୍ପିଅନ୍ସିପ୍ ହେବ ସୁପରଷ୍ଟାର୍ ସାନିଆ ମିର୍ଜାଙ୍କ ଦୀର୍ଘ ପେସାଦାର କ୍ୟାରିଅରର ଶେଷ ପ୍ରତିଯୋଗିତା। ଏହା ସହିତ ଭାରତୀୟ ଟେନିସ୍ରେ ସାନିଆଙ୍କ ଯୁଗର ଅନ୍ତ ଘଟିବ।
ଶରୀରର ଇମ୍ୟୁନ୍ ସିଷ୍ଟମ ଯେତେବେଳେ କୌଣସି ବାହ୍ୟ ବସ୍ତୁ ଯେମିତିକି ଧୂଳି, ପରାଗ, ପୋଷାଜନ୍ତୁଙ୍କ ଲୋମ ଏବଂ ଚମଡା, କିମ୍ବା ଅନ୍ୟ କୌଣସି ଆନିମଲ୍ ପ୍ରୋଟିନ ସ°ସ୍ପର୍ଶରେ ଆସି ରିଆକ୍ଟ ବା କାର୍ଯ୍ୟକ୍ଷମ ହୁଏ ତାହେଲେ ଆଲର୍ଜିକ୍ ରିଆକସନ୍ ବା ଆଲର୍ଜି ସୃଷ୍ଟି ହୁଏ।
ନିଶାର ଅନ୍ଧକାରରୁ ଆଣି ଯୁବଗୋଷ୍ଠୀଙ୍କୁ ଆଲୋକର ଦିଶା ଦେଖାଉଥିବା ସଂସ୍ଥା ‘ନିୟୁ-ଲାଇଫ୍’ ନେଇଥିବା ନିଆରା ପ୍ରୟାସ ଏବେ ଚର୍ଚ୍ଚାରେ। ନିଶାର ନାଗଫାସରୁ ମୁକୁଳି ପୁନଃ ସାଧାରଣ ଜୀବନକୁ ଫେରିଥିବା କିଛି ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳର ମହାନ ଉଦ୍ଦେଶ୍ୟରେ ସଂସ୍ଥା ଆରମ୍ଭ କରିଛି ‘ହର୍ ଘର୍ ହକିଷ୍ଟିକ୍’ ଅଭିଯାନ।
ଘରର ବାହାରେ ବାଡ଼ି ବଗିଚାରେ ଲୋକେ ନାନା ପ୍ରକାର ବୃକ୍ଷଲତା ନିଜ ପସନ୍ଦ ଅନୁସାରେ ଲଗାଇଥାନ୍ତି। କିନ୍ତୁ ଏହି ବୃକ୍ଷଲତାକୁ ଯଦି ବାସ୍ତୁ ଅନୁସାରେ ନିୟମକୁ ମାନି ରୋପଣ କରାଯାଏ ତେବେ ଅନେକ ଶୁଭଫଳ ମିଳିଥାଏ। ତେବେ ଆସନ୍ତୁ ସେ ବିଷୟରେ ନଜର ପକେଇବା।
କରୋନା ମହାମାରୀ ସମୟରେ ହଜାର ହଜାର ଭୋକିଲା ଶ୍ରମିକ ନିଜ ପିଲାଛୁଆମାନଙ୍କୁ ଧରି ଶହ ଶହ କିଲୋମିଟର ଚାଲୁଥିବାର ଦେଖାଯାଇଥିଲା। ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଯଦି କେହି ଖାଦ୍ୟାଭାବରୁ ମୃତ୍ୟୁମୁଖରେ ପଡ଼େ ତେବେ କୁହାଯିବ ଯେ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଦୁର୍ଭାଗ୍ୟ ଆମ ପିଛା ଛାଡୁ ନାହିଁ।
ଭାରତର ଦୁଇ ଜଣ ଯଶସ୍ୱିନୀ ନ୍ୟାୟ ରକ୍ଷିକା। ଉଭୟ ପ୍ରାକ୍ ସ୍ୱାଧୀନତା ସମୟର। ଜଣେ ଭାରତର ପ୍ରଥମ ମହିଳା ଜଷ୍ଟିସ୍ ଓ ପ୍ରଥମ ହାଇକୋର୍ଟ ଜଷ୍ଟିସ୍। ଅନ୍ୟ ଜଣେ ଆମ ଦେଶର ପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍। ଯେତେବେଳେ ମହିଳାଙ୍କୁ ଘର ବାହାରକୁ ଯିବା ଲଗାମ ଥିଲା ସେତେବେଳେ ଏହି ଦୁଇ ମହିଳା କିପରି ଏହି ସଫଳତା ପାଇଲେ ଆସନ୍ତୁ ଜାଣିବା।
ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି। ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ର ବିଜୟର ୧୨ ବର୍ଷ ପରେ ଟିମ୍ ଇଣ୍ଡିଆ ପୁନର୍ବାର ଘରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି - ଏହାକୁ ନେଇ କ୍ରିକେଟ୍ ମହଲରେ ଏବେଠୁ ଚର୍ଚ୍ଚା।
ଅମଳ ଋତୁ ଆରମ୍ଭରୁ ଚାଷୀ ପିଠିରେ ପଡିଛି ଅଭାବୀ ବିକ୍ରିର ପ୍ରହାର। ବନ୍ୟା, ବାତ୍ୟା, ବିପର୍ଯ୍ୟୟରୁ ବଞ୍ଚାଇ ଚାଷୀ ନିଜ ଅସାଧ୍ୟ କଷ୍ଟ ଓ କୌଶଳ ବଳରେ ଯେଉଁ ସୁନା ଫଳେଇଛି ତା’ର ମୂଲ୍ୟ ବୁଝିବାକୁ କେହି ନାହିଁ।
ଗୃହବାସୀ ଏବଂ ଗୃହସ୍ୱାମୀଙ୍କ ମଙ୍ଗଳ, ସୁଖ ସମୃଦ୍ଧି, ଐଶ୍ଚର୍ଯ୍ୟ ପ୍ରାପ୍ତି ପାଇଁ ବାସ୍ତୁର ଆବଶ୍ୟକତା ଅଛି। ଶାସ୍ତ୍ରର ଅବହେଳା ହେଲେ ଅନେକ ଦୁଃଖ ଓ ନିରାଶା ମିଳିଥାଏ। ଏବେ ଜାଣିବା କେଉଁସବୁ ଦୋଷ ତୃଟି ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
ସାହିନ୍ ମଲିକଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ 'ଅପନା ଘର୍' ଆଶ୍ରମ ଏସିଡ୍ ପୀଡ଼ିତାଙ୍କ ସାହା ଭରସା ପାଲଟିଛି। ଏଠି ପହଞ୍ଚିଗଲେ ସେମାନଙ୍କୁ ଆଦରରେ ଆପଣେଇ ନିଆଯାଏ। ଖାଲି ସେତିକି ନୁହେଁ, ସେମାନଙ୍କୁ ବିନା ମୂଲ୍ୟରେ ରହିବା-ଖାଇବାର ସୁବିଧା ସହ ଚିକିତ୍ସା ପାଇଁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଏ।
ମହିଳାଙ୍କ ଉପରେ ଲାଗିଥିବା କଟକଣା ଏବେ ସାଉଦି ସରକାର ଉଠେଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ। ଏହା ଆଣି ଦେଇଛି ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ।
ମୁହଁରେ ବ୍ରଣ ହେବା ଓ ଏହା ଭଲ ହେବା ପରେ କଳାଦାଗ ହେବା ଏକ ସାଧାରଣ କଥା। ସାଧାରଣତଃ କେତେକ କ୍ଷେତ୍ରରେ ଏହି ଦାଗ ୬ -୧୨ ମାସ ମଧ୍ୟରେ ଆପେଆପେ କମିଯାଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହା ୪-୫ ବର୍ଷ ମଧ୍ୟ ରହିଯାଏ। କାହିଁକି ଏପରି ହୁଏ, କ’ଣ ଏହାର ଚିକିତ୍ସା ଆସନ୍ତୁ ଜାଣିବା।