Advertisment

Vastu Tips: କେଉଁ ଦିଗରେ ଲିଫ୍ଟ ରହିଲେ ମିଳିଥାଏ ଶୁଭଫଳ, ଜାଣିନିଅନ୍ତୁ କିଛି ଟିପ୍ସ...

ମଣିଷର ସୁବିଧା ଅନୁସାରେ ଏବେ ଏକାଧିକ ମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଉଛି। କିନ୍ତୁ ଦୁଇ ମହଲା ପର୍ଯ୍ୟନ୍ତ ସିଢ଼ି ଚଢିବା ସହଜ କିନ୍ତୁ ତା’ ଉପରକୁ ସବୁବେଳେ ଚଢ଼ିବା କଷ୍ଟସାଧ୍ୟ ଆଉ କେତେକଙ୍କ ପାଇଁ ଏହା ଅସମ୍ଭବ ମଧ୍ୟ ହୋଇଥାଏ। ଏଣୁ ଲିଫ୍ଟର ଆବଶ୍ୟକତା ରହିଛି।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Lift Vastu Tips

lift direction, gives auspicious results

ସଂସାରରେ ମନୁଷ୍ୟ ଜାତି ସଭ୍ୟତାର ସର୍ବୋଚ୍ଚ ସ୍ଥାନରେ ନିଜର ସ୍ଥିତିକୁ ପ୍ରାପ୍ତ କରିଛି। ମନୁଷ୍ୟ ଛଡ଼ା ଅନ୍ୟ କୌଣସି ବି ପ୍ରାଣି ନିଜ ପାଇଁ ବାସଗୃହ ଏତେ ସୁନ୍ଦର ଭାବରେ କରିପାରେ ନାହିଁ। ଅନ୍ୟମାନେ ପ୍ରକୃତିରୁ ତିଆରି ବାସସ୍ଥାନରେ ହିଁ ନିବାସ କରିଥାନ୍ତି। ପକ୍ଷୀମାନେ ଗଛରେ ବସା ବାନ୍ଧି ରହନ୍ତି, ମୂଷା ମାଟିରେ ଗାତ ତିଆରି କରି ରହିଥାଏ। ମହୁମାଛି ବିଭିନ୍ନ ସ୍ଥାନରେ ମହୁଫେଣା ତିଆରି କରି ରହିଥାଏ।

Advertisment

ମନୁଷ୍ୟ ଯେହେତୁ ଏସବୁ ପଶୁପକ୍ଷୀଙ୍କ ଠାରୁ ଅଧିକ ଜ୍ଞାନବାନ, ତେଣୁ ନିଜର ଆବଶ୍ୟକତା ହିସାବରେ ନିଜର ଘର, ମହଲ ଆଦି ନିର୍ମାଣ କରି ବସବାସ କରିଥାଏ। ରହିବା ସ୍ଥାନ ହିଁ ସବୁ ପ୍ରାଣୀଙ୍କର ମୌଳିକ ଆବଶ୍ୟକତା। ଜଳ, ବାୟୁ, ଅନ୍ନ, ବସ୍ତ୍ର ଆଦି ମନୁଷ୍ୟର ମୂଳ ଆଧାର। ମନୁଷ୍ୟ ନିଜର ବାସସ୍ଥଳି ନିର୍ମାଣ ପାଇଁ ଭୂମି ଉପରେ ସିମେଣ୍ଟ, ଲୁହା ରଡ୍, କାଠ, ଇଟା, ପଥର ଆଦି ବ୍ୟବହାର କରି ଗୃହ ନିର୍ମାଣ କରିଥାଏ।

ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ଗୃହ, ବ୍ୟବସାୟ ସ୍ଥଳ, ମନ୍ଦିର, ବିଦ୍ୟାଳୟ ସମସ୍ତ ନିର୍ମାଣରେ ଏହାର ବ୍ୟବହାର କରାଯାଇଥାଏ। ମନୁଷ୍ୟର ପ୍ରକୃତି ସବୁବେଳେ ପରିବର୍ତ୍ତନଶୀଳ ଏବଂ ନୂଆ ଜିନିଷ ତିଆରି ଏବଂ ବ୍ୟବହାରରେ ଲାଗିଥାଏ। ଏଥିପାଇଁ ଏହି ନିର୍ମାଣ କ୍ଷେତ୍ରରେ ସବୁବେଳେ ନୂତନତା ଦେଖାଦେଇଥାଏ।

Advertisment

ଏହି ଭବନ ନିର୍ମାଣ ପରେ ଆମ ପାଇଁ ଏହା ଅନୁକୁଳ କି ପ୍ରତିକୁଳ ତାହା ଜଣା ପଡିଥାଏ। ଗୃହ ନିର୍ମାଣ ପରେ ଏହାର ପ୍ରତିକୁଳ ପ୍ରଭାବକୁ ବାସ୍ତୁଦୋଷ ବୋଲି କୁହାଯାଏ। ଏହି ପ୍ରତିକୂଳ ପ୍ରଭାବରୁ ବଞ୍ଚିତ ରହିବା ପାଇଁ ଭବନ ନିର୍ମାଣ ପୂର୍ବରୁ ବାସ୍ତୁ ମତରେ ପ୍ଲାନିଂ ଓ ଡିଜାଇନ୍ ଆଦି ବାସ୍ତୁଶାସ୍ତ୍ର ଦ୍ୱାରା କରାଇବା ପରେ ବାସ୍ତୁଶାସ୍ତ୍ରର ପ୍ରତ୍ୟେକଟି ସକରାତ୍ମକ ଦିଗକୁ ବିଚାରକୁ ନେଇ ଫାଇନାଲ୍ ଡିଜାଇନ୍ ସରିଲା ପରେ ଗୃହନିର୍ମାଣ କରିବା କଥା।

ଏହି ପରିପ୍ରେକ୍ଷୀରେ ଆମେ ଜାଣିବା ଲିଫ୍ଟର ସଠିକ୍ ବାସ୍ତୁଦିଗ। ମଣିଷର ସୁବିଧା ଅନୁସାରେ ଏବେ ଏକାଧିକ ମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଉଛି। ଏକାଧିକ ମହଲାକୁ ଯିବା ଆସିବା କରିବା ପାଇଁ ସିଢ଼ିର ଆବଶ୍ୟକ ରହିଛି। କିନ୍ତୁ ଦୁଇ ମହଲା ପର୍ଯ୍ୟନ୍ତ ସିଢ଼ି ଚଢିବା ସହଜ କିନ୍ତୁ ତା’ ଉପରକୁ ସବୁବେଳେ ଚଢ଼ିବା କଷ୍ଟସାଧ୍ୟ ଆଉ କେତେକଙ୍କ ପାଇଁ ଏହା ଅସମ୍ଭବ ମଧ୍ୟ ହୋଇଥାଏ।

ଏଣୁ ମନୁଷ୍ୟ ବୁଦ୍ଧିର ପ୍ରୟୋଗ କରି ଲିଫ୍ଟର ଆବିଷ୍କାର କଲା। ଆଜି କାଲି ବୟସ୍କ ଲୋକ ଏବଂ ରୋଗୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ବସ୍ତୁ। ଏବେ ସାଧାରଣ ଘରଗୁଡିକରେ ମଧ୍ୟ ଲିଫ୍ଟର ବ୍ୟବହାର କରାଗଲାଣି। ତେବେ ଏହାର ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ଜରୁରୀ।

ଲିଫ୍ଟର ବ୍ୟବହାର ପୁରାତନ ଯୁଗରେ ନଥିଲା। ଏଣୁ ବାସ୍ତୁ ଶାସ୍ତ୍ରରେ ଏହାର ଉଲ୍ଲେଖ ନାହିଁ। କିନ୍ତୁ ବାସ୍ତୁର ନିୟମକୁ ଆମେ ଏହି ଲିଫ୍ଟର ବ୍ୟବହାରରେ ଆଣିପାରିବା। ଲିଫ୍ଟ ପାଇଁ ଆମକୁ ସେହି ସ୍ଥାନଟିକୁ ଖୋଳିକି ଫିଟିଙ୍ଗ୍ କରିବାକୁ ପଡେ। ଏଣୁ ବାସ୍ତୁରେ ମାଟି ଖୋଳି ଢାଲୁ କରିବା ପାଇଁ ଉତ୍ତର, ପୂର୍ବକୁ ପ୍ରଥମେ ବାଛିବା କଥା। ଏଣୁ ଏହି ଦିଗରେ ନିଚ୍ଚ ହେଲେ ଭଲ। ଏଣୁ ଗୃହରେ ଲିପ୍ଟ ସବୁବେଳେ ଉତ୍ତର କିମ୍ବା ପୂର୍ବ ଭାଗରେ ଫିଟିଙ୍ଗ୍ କରିବା କଥା।

ଆବଶ୍ୟକ ସ୍ଥଳେ ଏହା ପଶ୍ଚିମରେ ମଧ୍ୟ କରାଯାଇପାରେ। ଏଣୁ ପୂର୍ବ ମୁଖୀ, ଉତ୍ତର ମୁଖୀ ଗୃହରେ ପୂର୍ବ କିମ୍ବା ଉତ୍ତର ପଟରେ ଲିଫ୍ଟର ଫିଟିଙ୍ଗ କରିଲେ ଏହା ଶୁଭ ଫଳ ଦେଇଥାଏ। କିନ୍ତୁ ଯଦି ଆପଣଙ୍କ ଗୃହ ଦକ୍ଷିଣ ମୁଖୀ କିମ୍ବା ପଶ୍ଚିମ ମୁଖୀ ତେବେ ଦକ୍ଷିଣ-ପଶ୍ଚିମ କୋଣରେ ସିଢ଼ି କରି ଦକ୍ଷିଣ- ପଶ୍ଚିମ ଏରିଆକୁ ବାଦଦେଇ ପଶ୍ଚିମକୁ ଲିଫ୍ଟର ବ୍ୟବସ୍ଥା କରିହେବ। ଏହି ସବୁ ତଥ୍ୟକୁ ଧ୍ୟାନ ଦେଇ ଗୃହରେ ଲିଫ୍ଟର ବ୍ୟବସ୍ଥା କଲେ ଶୁଭ ଫଳ ମିଳିପାରେ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ପିଲାମାନେ କେଉଁ ଦିଗକୁ ମୁହଁ କରି ପଢ଼ିଲେ ମିଳିବ ପଜିଟିଭ୍ ଏନର୍ଜି, ଜାଣନ୍ତୁ...

Vastu Tips For Home Vastu Bichar Vastu Tips
Advertisment
Advertisment