ଦୃଷ୍ଟି ଶକ୍ତି ଖରାପ ହେବାର ମୁଖ୍ୟ କାରଣ ହେଉଛି ଆଧୁନିକ ଜୀବନଶୈଳୀ। ମନୁଷ୍ୟକୃତ ଆଲୋକ, ଅଧିକ ସମୟ ଧରି ଟିଭି ଓ ମୋବାଇଲ୍ ଦେଖିବା, ଅସନ୍ତୁଳିତ ଖାଦ୍ୟ ଖାଇବା, କମ୍ପ୍ୟୁଟର ଆଗରେ ଅଧିକ ସମୟ ବସି କାମ କରିବା, ଅଧିକ ସମୟ ଧରି ପାଠ ପଢିବା ଦ୍ୱାରା ଆଖିର ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ଆଖି ସମସ୍ୟା ଦେଖାଦିଏ। କ’ଣ କଲେ ଏଥିରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା।
ଯଦିଓ ଘରୋଇ ହିଂସାର ପ୍ରସାର ଅତ୍ୟନ୍ତ ବ୍ୟାପକ କିନ୍ତୁ ଖୁବ୍ କମ ସଂଖ୍ୟକ ମାମଲା ସମ୍ପର୍କରେ ହିଁ ରିପୋର୍ଟ କରାଯାଇଥାଏ। ଖାସ କରି ବିହାର, କର୍ଣ୍ଣାଟକ ଓ ମଣିପୁର ଆଦି ରାଜ୍ୟରେ ଘରୋଇ ହିଂସାର ମାତ୍ରା ସମୁଦାୟ ଲିଂଗଗତ ହିଂସାର ପାଖାପାଖି ୪0% ହୋଇଥିବା ବେଳେ ରିପୋର୍ଟ କରାଯାଏ ମାତ୍ର ୮ ପ୍ରତିଶତ କିମ୍ବା ତା'ଠୁ କମ ସଂଖ୍ୟକ ମାମଲା।
ପୁଲିସ୍ ବାଲା ସମସ୍ତଙ୍କ ଘର ସଂସାର ଭାଙ୍ଗିଦିଅନ୍ତି ବୋଲି ବାପା କହିଥିଲେ। ଥାନାରେ ପଇସା ନେଇ ହଇରାଣ କରନ୍ତି। ଛୋଟବେଳେ ବାପା ଗଣିତ ପଢ଼଼ାଇବାବେଳେ କହିଥିଲେ-ଜୀବନରେ ସବୁସ୍ଥାନକୁ ଗଲେ ଡର ଲାଗେନି କିନ୍ତୁ ଥାନା ଆଉ ଅଦାଲତକୁ ଭାରି ଡର।...
ବିଶେଷଜ୍ଞମାନଙ୍କ ମତରେ ଡ୍ରାଷ୍ଟିକ୍ ବା ଏକ୍ସଟ୍ରିମ୍ ବି ଅତ୍ୟଧିକ କ୍ଷତିକାରକ ଓଜନ ହ୍ରାସ (ୱେଟ୍ ଲସ୍)ର ସ°ଜ୍ଞା ହେଉଛି, ଲଗାତାର ଗୋଟିଏ ଆଖିଦୃଶିଆ ସମୟ ଅବଧି ପାଇଁ ସପ୍ତାହକୁ ୧ କିଲୋଗ୍ରାମ୍ ହାରରେ ଓଜନ ହ୍ରାସ ହେବା। ଏହା ଦ୍ୱାରା ଚୁଟି ଝଡିବା, ଅତ୍ୟଧିକ ଶୀତ ଲାଗିବା ଓ କମ୍ପ ଆସିବା ପରି ସାମାନ୍ୟ ସମସ୍ୟା ସବୁ ଦେଖାଯିବା ଛଡା ଅନେକ ଜଟିଳ, ସା°ଘାତିକ ଓ ପ୍ରାଣଘାତୀ ସମସ୍ୟା ବି ଦେଖାଯାଏ।
ବିଦେଶ ନୀତି ଓ ପଡୋଶୀ ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କିଛି ନାହିଁ। ତେବେ ମୋଦି ନିଜେ ଜଣେ ଅନନ୍ୟ ଜନନାୟକ ବୋଲି ପ୍ରମାଣିତ କରିବା ସହ ନିଜର ବ୍ରାଣ୍ଡ୍ ଭାଲ୍ୟୁରେ ବୄଦ୍ଧି ଘଟାଇବା ହିଁ ତାଙ୍କର ଅଗ୍ରାଧିକାର ଓ ପ୍ରାଥମିକତା ବୋଲି ଭାବିବାକୁ ହେବ। ଏଥିପାଇଁ ଭାବପ୍ରବଣତା ଓ ରାଷ୍ଟ୍ରପ୍ରେମର ଅତିରଞ୍ଜନ ହିଁ ତାଙ୍କର ବ୍ରହ୍ମାସ୍ତ୍ର।
ମହିଳାଙ୍କ ଶରୀରରେ ଯଦି ପୁରୁଷ ସେକ୍ସ ହର୍ମୋନ୍ର ମାତ୍ରା ବଢ଼ିଯାଏ ତେବେ ତାହା ସେମାନଙ୍କୁ ପ୍ରଭାବିତ କରେ। ଏହି ହର୍ମୋ୍ର ଅନିୟମିତତା କାରଣରୁ କିଛି ମହିଳାଙ୍କର ଓଭାରୀରୁ ଅଣ୍ଡା ନିର୍ଗତ ହେବା ଡେରି ହୋଇଥାଏ ବା ଓଭାରୀରେ ସିଷ୍ଟ୍ ହେବା କାରଣରୁ କୌଣସିଟି ବି ଅଣ୍ଡା ପକ୍ୱ ହୋଇ ନଥାଏ। ଏହି ଅନିୟମିତତାକୁ PCODବା ପଲିସିଷ୍ଟ୍ରିକ୍ ଓଭାରୀ ଡିସ୍ଅର୍ଡର କୁହାଯାଏ।
ଆପଣ ଯଦି ବଡ଼ ହୋଇସାରିଛନ୍ତି କି? ଆଉ ଏକାଗ୍ର ହେବାକୁ ଚାହୁଁଛନ୍ତି, କିନ୍ତୁ ପାଉ ନାହାଁନ୍ତି ବାଟ। ତେବେ ନିମ୍ନରେ ଦିଆଯାଇଥିବା କେତୋଟି ସହଜ ଉପାୟକୁ ଆପଣେଇ ନିଅନ୍ତୁ, ହେଇଯିବ ସବୁ ସମାଧାନ।
ବୀର ହିନ୍ଦୁ ରାଜାଙ୍କ କଥା ପଡିଲେ ସେଥିରୁ ବାଦ ଯିବେନି ମହାରାଜ ଛତ୍ରପତି ଶିବାଜୀ। ତାଙ୍କ ବୀରତ୍ୱର କାହାଣୀ ଶୁଣିଲେ ଯେ କେହି ହିନ୍ଦୁର ରକ୍ତ ତେଜିୟାନ ହୋଇ ଉଠିବ। ମୋଗଲ ସାମ୍ରାଜ୍ୟକୁ ପତନ କରି ହିନ୍ଦୁଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ନେଇଥିଲେ ସଂକଳ୍ପ।
ଆଜିକାଲି ଚାଇଲ୍ଡ ଆର୍ଟିଷ୍ଟଙ୍କ ଅଭାବ ନାହିଁ। ଚାଇଲ୍ଡ ଆର୍ଟ ଶବ୍ଦଟି ପ୍ରଥମ କରି ଫ୍ରାଞ୍ଜ୍ ସିଜେକ୍ ୧୮୯୦ରେ ବ୍ୟବହାର କରିଥିଲେ। ଶିଶୁ ଛବି ଏତେ ଶକ୍ତିଶାଳୀ ଯେ ସେଉଠୁ ପ୍ରେରଣା ନେଇ ଅନେକ ବିଶ୍ୱବିଖ୍ୟାତ ଚିତ୍ରଶିଳ୍ପୀ ସେମାନଙ୍କ କଳାକର୍ମ କରିଯାଇଛନ୍ତି।
ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି କିଶୋରାବସ୍ଥା। ଯଦି ଆପଣଙ୍କର ପିଲାମାନେ କିଶୋରାବସ୍ଥା ଦେଇ ଗତି କରୁଛନ୍ତି ତେବେ ସେମାନଙ୍କ ଖାଦ୍ୟାଭ୍ୟାସକୁ ଆପଣ କିପରି ଶୃଙ୍ଖଳିତ ଓ ସୁସ୍ଥ କରିପାରିବେ ତାହା ଜାଣିବା ନିହାତି ଜରୁରୀ। ତେବେ ଆସନ୍ତୁ କେତେକ ଟିପ୍ସ ଉପରେ ନଜର ପକେଇବା।
ନାରୀଶିକ୍ଷାର ବିକାଶ, ଜାତିପ୍ରଥା ଓ ଲିଙ୍ଗଗତ ବୈଷମ୍ୟ ଯୋଗୁଁ ସାମାଜିକ ଭେଦଭାବ ତଥା ଶୋଷଣର ଶିକାର ହେଉଥିବା ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ଓ ସମାଜକୁ ଏକ ଶୃଙ୍ଖଳିତ ପଥରେ ନେବା ନେଇ ଅନେକ ନାରୀ ଆଗକୁ ଆସିଛନ୍ତି। ତେବେ ଆସନ୍ତୁ ସେଭଳି କିଛି ନାରୀମାନଙ୍କ ଉପରେ ନଜର ପକେଇବା।
ଅନେକ ସମୟରେ ଆମେ ଯୋଜନା କରିଦେଉ, କିନ୍ତୁ କାମକୁ ଆଗକୁ ନେଇ ପାରୁନା। କାମଟିକୁ କେମିତି ଆରମ୍ଭ କରିବା ତାହା ଜାଣିପାରୁନା। ଫଳରେ ବ୍ୟସ୍ତ ଲାଗେ, ବିବ୍ରତ ଲାଗେ ଓ ଚିନ୍ତା ବି ବଢିଯାଏ। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା ଏହି ୫ଟି ଉପାୟ।
ସ୍ୱପ୍ନ ତ ଅନେକ ଥାଏ। ସବୁ ସ୍ୱପ୍ନ କ’ଣ ପୂରଣ ହୁଏ? ସ୍ୱପ୍ନ କ’ଣ ବାସ୍ତବ! ନା ଏହା ଠିକ୍ ପାରଦ ଭଳି? ଆସନ୍ତୁ ଏହି ଗଳ୍ପ ମାଧ୍ୟମରେ ଜାଣିନେବା।
ଯୁବତୀମାନେ କୌଣସି ଅନିଚ୍ଛାକୃତ ଗର୍ଭଧାରଣ ହେଲେ ସବୁବେଳେ ସେମାନଙ୍କୁ ହିଁ ସବୁ ଟାହିଟାପରା ଓ ଅପମାନର ସାମ୍ନା କରିବାକୁ ପଡିଥାଏ। ସେଥିପାଇଁ ହୁଏତ ସେମାନେ ସହଜ ଉପଲବ୍ଧ ଓ ବଜେଟ୍ଫ୍ରେଣ୍ଡଲି ECPକୁ ବ୍ୟବହାର କରୁଛନ୍ତି। ଏହା ସେମାନଙ୍କ ପାଇଁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ କ୍ଷତି କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ECP କ’ଣ?
ଗାଁ ଗହଳିରେ ଭିଡିଓରେ ସିନେମା ପ୍ରଦର୍ଶନର ଢେର୍ ଆଗରୁ ଉଠା ସିନେମା ହଲ୍ରେ ଲୋକେ ସିନେମା ଦେଖୁଥିଲେ । ପାଲରେ ତିଆରି ତମ୍ବୁ ଅବା ଚାଳ କି ବରଡ଼ା ପତ୍ରରେ ଛିଆଣି ହୋଇ ଅସ୍ଥାୟୀ ଭାବରେ ତିଆରି ହୋଇଥିବା ଘରେ ସିନେମା ଚାଲୁଥିଲା । ପ୍ରକୃତରେ ଏମିତି ଦେଖିବାକୁ ଗଲେ ଏଇ ଉଠା ସିନେମାମାନେ ହିଁ ଭାରତରେ ସିନେମା ଦେଖିବାର ସଂସ୍କୃତିକୁ ଏକଦା ଲୋକପ୍ରିୟ କରିଥିଲେ ।
ଆମିନୋ ଏସିଡ୍ ଜୀବନ ସାରା ଶରୀରର କୋଷ ବୃଦ୍ଧିରେ ସହାୟ ହୁଏ। ପ୍ରାଣୀଜ ଖାଦ୍ୟରେ ଏହା ପ୍ରଚୁର ପରିମାଣରେ ଥାଏ। କିନ୍ତୁ ଯେଉଁମାନେ ଆମିଷ ଖାଆନ୍ତି ନାହିଁ ସେମାନଙ୍କୁ ଏହା ଉଦ୍ଭିଦଜାତ ଦ୍ରବ୍ୟରୁ ହିଁ ଆହରଣ କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ସେପରି କେତେକ ନିରାମିଷ ଖାଦ୍ୟ ଯାହା ଆନିମଲ୍ ପ୍ରୋଟିନ୍ର ଆବଶ୍ୟକତାକୁ ପୂରା କରିପାରିବ।
ଦେଶ ଭିତରେ ନିର୍ବାଚନ ଜିତିବା ପାଇଁ ସରକାର ଓ ସରକାରୀ ଦଳ ଯେଭଳି ଶୈଳୀ ଆପଣାନ୍ତି, ଦେଶର ବୈଶ୍ଵିକ ପତିଆରା ବୃଦ୍ଧି ନିମନ୍ତେ ସେଭଳି ବିଭେଦକାରୀ ଆଭିମୁଖ୍ୟ ଫଳପ୍ରଦ ହେବ ନାହିଁ। ବିଶ୍ଵ ମଞ୍ଚରେ ସରକାର ଦେଶର ପ୍ରତିନିଧିତ୍ଵ କରନ୍ତି, ନିଜ ସରକାର କିମ୍ବା ଦଳୀୟ ସମର୍ଥକଙ୍କର ନୁହେଁ।
ଡ. ପ୍ରଭାସ ଆଚାର୍ଯ୍ୟ ‘ସାଉଁଟା ସ୍ମୃତି’ରେ ଛୋଟ ଛୋଟ ଘଟଣା ମାଧ୍ୟମରେ ଦେଇଛନ୍ତି ସମାଜକୁ ବଡ଼ ବଡ଼ ବାର୍ତ୍ତା। ସବୁ ଗଳ୍ପଗୁଡ଼ିକ ସବୁ ସମୟରେ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦେବା ସହିତ କଳୁଷିତ ସମାଜ ପ୍ରତି ସତର୍କ ଘଣ୍ଟି ମଧ୍ୟ ଏଥିରେ ସନ୍ନିବେଶିତ ଗଳ୍ପଗୁଡ଼ିକ।
କାର୍ଯ୍ୟକ୍ଷେତ୍ରରେ ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେନାରେ ନିଯୁକ୍ତ ବୀରନାରୀମାନେ ନିଜ ପାଇଁ ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି। ଧୀରେଧୀରେ ସେନାର ସର୍ଟ ସର୍ଭିସ୍ କମିଶନ୍ ନିକଟରେ ଏଭଳି ଆବେଦନ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଦିନକୁ ଦିନ ଏଇ ନିଯୁକ୍ତି ପ୍ରକ୍ରିୟା ଅଧିକ ପ୍ରତିଯୋଗିତାପୂର୍ଣ୍ଣ ହେବାରେ ଲାଗିଛି।
ଅନେକ ଲୋକ ଜୋର ଜବରଦସ୍ତ ନିଜର ବିଚାରକୁ ପିଲାଙ୍କ ଉପରେ ଲଦିଦେବା ନେଇ ସେମାନଙ୍କୁ ଦଣ୍ଡ ଦେଇଥାନ୍ତି। କିନ୍ତୁ ସେମାନେ ଜାଣି ନଥାନ୍ତି ଯେ ଏହା ସେମାନଙ୍କ ମାନସିକତାରେ କେତେ କ୍ଷତି ପହଞ୍ଚାଏ। ତେବେ ଆସନ୍ତୁ ଦଣ୍ଡ ପିଲାଙ୍କର କ’ଣ ସମସ୍ୟା କରେ ଜାଣିନେବା।
ସ୍ୱାସ୍ଥ୍ୟ ସଚେତନ ହେବା ବା ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବା ଅତି ସାଧାରଣ କଥା। କିନ୍ତୁ ଏହାର ମାତ୍ରାଧିକ ହେବାକୁ ହେଲ୍ଥ ପର୍ଫେକ୍ସନିଜିମ୍ କୁହାଯାଏ। ଏ କ୍ଷେତ୍ରରେ ବ୍ୟକ୍ତି ଅତି ସାଧାରଣ ସ୍ୱାସ୍ଥ୍ୟଗତ ପରିବର୍ତ୍ତନ କିମ୍ବା ଶାରୀରିକ କଷ୍ଟକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡେ।
ଗୋବର୍ଦ୍ଧନ ମଣିଷକୁ ଭଲ ପାଉଥିବା ମଣିଷଟେ ଥିଲେ। ଆଖପାଖ ସମାଜରେ ଘଟୁଥିବା ଦୁଃଖ ଦୁର୍ଦ୍ଦଶା ତାଙ୍କୁ ସବୁବେଳେ ବିଚଳିତ କରୁଥିଲା। ସମାଜରେ ଅବହେଳିତ ମେହେନତି ଭୋକିଲା ଗରିବ ମଣିଷମାନଙ୍କର କଥାକୁ ସେ ମୁଖ୍ୟ ବିଷୟ କରି ନିଜ ଛବି ଭିତରକୁ ଆଣିଦେଲେ।
ପ୍ରାଚୀନ କାଳରେ କେବଳ ପୁରୁଷମାନେ ହିଁ ହାସ୍ୟ ଅଭିନୟ କରୁଥିଲେ କାରଣ ସେତେବେଳେ ଧାରଣା ଥିଲା ଯେ, ମହିଳାମାନଙ୍କର କେବଳ ପୁରୁଷମାନଙ୍କ ହାସ୍ୟାଭିନୟ ଉପରେ ହସିବାର ଅଧିକାର ଅଛି କିନ୍ତୁ ସେମାନେ ନିଜେ ସେ ପ୍ରକାର ଅଭିନୟ କରିବା ଉଚିତ ନୁହେଁ।
ଆପଣ ଯଦି ଖୁବ ବେଶୀ ଉଦ୍ବେଗ ଓ ମାନସିକ ଚାପ ଭିତରେ ରହୁଛନ୍ତି ଏବଂ ସମାଧାନଟିଏ ଚାହୁଁଛନ୍ତି, ତେବେ ରିଲାକ୍ସ ହେବାର ସହଜ ଉପାୟ କେତୋଟି ଥରେ ଆପଣେଇ ଦେଖନ୍ତୁ। ଆପଣଙ୍କୁ ଯାହା ସବୁ ସହଜ ଲାଗିବ ଓ ଆପଣ ଯାହା ସତକୁ ସତ କରିପାରିବେ ସେଇ କଥା କୁହାଯାଇଛି।
ଅତ୍ୟଧିକ ସମୟ ପାଇଁ ପରିସ୍ରା ଚାପି ରଖିବା ଦ୍ୱାରା ଅନେକ ସମସ୍ୟା ହୋଇଥାଏ। କିନ୍ତୁ ଏ ସବୁରୁ ଗୋଟିଏ ବିରଳ କିନ୍ତୁ ଘାତକ ପରିଣାମ ବ୍ଲାଡର ବଷ୍ଟିଂ ବା ମୂତ୍ରାଶୟ ଫାଟିବା ମଧ୍ୟ ହୋଇପାରେ। ହେଲେ ଏସବୁ ସମସ୍ୟା ଠାରୁ ସବୁଠୁ ସାଧାରଣ ବା କମନ୍ ସମସ୍ୟା ହେଉଛି ପରିସ୍ରା ନଳୀ ଶୈଳୀ ସଂକ୍ରମଣ ବା ୟୁରିନାରୀଟ୍ରାକ୍ଟ ଇନ୍ଫେକସନ୍।