Advertisment

Vastu Tips: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଘିଅରେ ନିଆଁ ଢାଳିଲା ପରି ସ୍ଥିତି ସୃଷ୍ଟି ହୋଇଥାଏ। ସେଥିପାଇଁ ଜାତକ ଏବଂ ବାସ୍ତୁଦୋଷକୁ ବିବେଚନା କରି ପ୍ରତିକାର କଲେ ଅତ୍ୟନ୍ତ ଶୁଭଫଳ ମିଳେ। ଆସନ୍ତୁ ଜାଣିବା କେଉଁ ସବୁ ବାସ୍ତୁଦୋଷରୁ ଅଶୁଭ ସ୍ଥିତି ସୃଷ୍ଟି ହୋଇଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
If these faulty in the house, the householder becomes indebted

If these faulty in the house, the householder becomes indebted

ଜ୍ୟୋତିଷଶାସ୍ତ୍ର ସହିତ ବାସ୍ତୁଶାସ୍ତ୍ର ଅତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଉଭୟ ଶାସ୍ତ୍ର ପରସ୍ପର ପରିପୂରକ । ମନୁଷ୍ୟ ଯେତେବେଳେ ଜନ୍ମ ନିଏ ସେହି ମୁହୂର୍ତ୍ତର ବିବରଣୀକୁ ନେଇ ଜନ୍ମ ଜାତକଟିଏ ପ୍ରସ୍ତୁତ କରାଯାଇ ଶୁଭାଶୁଭ ଗ୍ରହ ସ୍ଥିତି ଜାଣି ଭାଗ୍ୟଫଳ ବିବେଚନା କରାଯାଏ।

Advertisment

ଠିକ ସେହିପରି ବାସ୍ତୁଶାସ୍ତ୍ରରେ ମଧ୍ୟ ଗୃହର ନକ୍ସା ହେଉଛି ଗୃହର କୁଣ୍ଡଳୀ ବା ଜାତକ। ଏହାକୁ ବିବେଚନା କରି ଗୃହର ଶୁଭାଶୁଭ ପ୍ରଭାବ ଗୃହବାସୀଙ୍କ ଉପରେ କିପରି ପଡ଼ିବ ତାହାର ଫଳ ନିର୍ଦ୍ଧାରଣ କରାଯାଏ। ଏହିସବୁର ଆଧାର ହେଉଛନ୍ତି ଗ୍ରହ ଏବଂ ଦେବତା। ଏଣୁ ଅନେକ ସମୟରେ ଦେଖାଯାଇଛି, ଜାତକରେ ଷଷ୍ଠାଧିପତିଙ୍କର ଦଶା ଏବଂ ଷଷ୍ଠାଧିପତିଙ୍କ ସହ ସମ୍ପର୍କରେ ଥିବା ଗ୍ରହଦଶା ଏମାନଙ୍କର ସ୍ଥିତି ମଣିଷଙ୍କୁ ଋଣଗ୍ରସ୍ତ କରାଇଥାନ୍ତି।

ଏଥି ସହିତ ଯଦି ବାସ୍ତୁଦୋଷ ଥାଏ ତେବେ ଘିଅରେ ନିଆଁ ଢ଼ାଳିଲା ପରି ସ୍ଥିତି ସୃଷ୍ଟି ହୋଇଥାଏ। ସେଥିପାଇଁ ଜାତକ ଏବଂ ବାସ୍ତୁଦୋଷକୁ ବିବେଚନା କରି ପ୍ରତିକାର କଲେ ଅତ୍ୟନ୍ତ ଶୁଭଫଳ ମିଳେ।

Advertisment

ଏବେ ଜାଣିବା କେଉଁ ସବୁ ବାସ୍ତୁ ଦୋଷରୁ ଏହିପରି ଅଶୁଭ ସ୍ଥିତି ସୃଷ୍ଟି ହୋଇଥାଏ।

  • ଗୃହର ପାଚିରୀର ଉତ୍ତର ଏବଂ ଦକ୍ଷିଣ ପଟ କାନ୍ଥ ଯଦି ସିଧାସଳଖ ନଥାଏ ତାହା ମଧ୍ୟ ଗୃହବାସୀଙ୍କ ଉପରେ ଋଣ ପାଇଁ ପରିସ୍ଥିତି ସୃଷ୍ଟିକରେ ଏବଂ ପରେ ଅଶୁଭ ସ୍ଥିତି ଉପୁଜିଥାଏ।
  • ଘରର ଉତ୍ତର ଏବଂ ପୂର୍ବ ପଟରେ ମଇଳା ଆବର୍ଜନା ଥିଲେ ଏବଂ ଦକ୍ଷିଣ ଓ ପଶ୍ଚିମ ଅପେକ୍ଷା ଭାରି ଜିନିଷମାନ ରଖାଗଲେ କିମ୍ବା ଓଜନଦାର ନିର୍ମାଣ କାର୍ଯ୍ୟ ହୋଇଥିଲେ ଅଶୁଭ।
  • ଘରେ ଉତ୍ତର ଏବଂ ପୂର୍ବ ପଟ ଅପେକ୍ଷା ଦକ୍ଷିଣ କିମ୍ବା ପଶ୍ଚିମ ପଟରେ ଅଧିକ ଦ୍ୱାର ଏବଂ ଝରକା ଥିଲେ ଖରାପ।
  • ଘରର ସାମ୍ନାରେ ଇଲେକ୍ଟ୍ରିକ୍ ବା ଟେଲିଫୋନ୍ ଖୁଣ୍ଟି ଏବଂ ଘର ସାମ୍ନାରେ ବଡ଼ ବଡ଼ ଗଛ ରହି ଏହି ଗଛ ଘରକୁ ଢ଼ାଙ୍କି ରଖୁଥିଲେ।
  • ଘର ଭିତରେ ଏବଂ ବାହାରେ ବେଶି ନାଲି ରଙ୍ଗ ବ୍ୟବହାର କରାଯାଇଥିଲେ ଏହ ଅଶୁଭ ପରିସ୍ଥିତି ସୃଷ୍ଟି କରିଥାଏ।
  • ଘରର ରୋଷେଇ ଘର ଐଶାନ୍ୟ ବା ଉତ୍ତର-ପୂର୍ବ କୋଣରେ କରାଯାଇଥିଲେ ଅଶୁଭ ଫଳ ଆଣେ।
  • ଅଗ୍ନିକୋଣ ବା ଦକ୍ଷିଣ-ପୂର୍ବ କୋଣରେ ନଳକୂପ, କୂପ ଆଦି ନିର୍ମାଣ କରିବା ଅଶୁଭ।
  • ଉତ୍ତର-ପୂର୍ବ ବା ଐଶାନ୍ୟ କୋଣରେ ସିଢ଼ି ଘର ଥିଲେ ବହୁତ ଖରାପ ପ୍ରଭାବ ପଡ଼େ।
  • ଘରର ସେପ୍ଟିକ୍ ଟାଙ୍କି ଦକ୍ଷିଣରେ ଥିଲେ ଋଣଗ୍ରସ୍ତ କରାଇଥାଏ।
  • ଘରର ଦକ୍ଷିଣ-ପଶ୍ଚିମ ନୈଋତ କୋଣ, ଉତ୍ତର-ପୂର୍ବ ବା ଐଶାନ୍ୟ କୋଣ ଅପେକ୍ଷା ନିଚା ହୋଇଥିଲେ ମଧ୍ୟ ଖରାପ ଫଳ ମିଳେ।
  • ଘରର ଉତ୍ତର-ପଶ୍ଚିମ ବା ବାୟୁକୋଣରେ ଜଳ ଷ୍ଟୋର କରି ଯଦି ରଖାଯାଏ ତେବେ ଗୃହ ସ୍ୱାମୀ ଋଣଗ୍ରସ୍ତର ସମସ୍ୟାରେ ପଡ଼ିଥାନ୍ତି।
  • ଉତ୍ତର ଦିଗରେ ଯଦି ପାଇଖାନା କରାଯାଇଥାଏ ତେବେ ବହୁତ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ ଯାହାଦ୍ୱାରା ଗୃହସ୍ୱାମୀ କରଜ କରିବାକୁ ବାଧ୍ୟ ହୋଇଥାନ୍ତି।
  • ଘରର ପଶ୍ଚିମ ଦିଗରେ ବାସ୍ତୁଦୋଷ ଥିଲେ ମଧ୍ୟ ଧନ ସଞ୍ଚୟରେ ସମସ୍ୟା ଦେଖାଦିଏ ଏଣୁ ଗୃହସ୍ୱାମୀ ଯାନବାହନ କ୍ରୟ କଲାବେଳେ, କୌଣସି ମାଙ୍ଗଳିକ କାର୍ଯ୍ୟକଲେ ଧାରକରଜ କରିବାକୁ ବାଧ୍ୟ ହୋଇଥାନ୍ତି।

ଏଣୁ ଏହିସବୁ ପରିସ୍ଥିତିରୁ ବାହାରିବା ପାଇଁ ଘରେ ଶୁଭ ମୁହୁର୍ତ୍ତରେ ଶ୍ରୀଯନ୍ତ୍ର ସ୍ଥାପନା କରି ଶ୍ରୀସୁକ୍ତ ପାଠ କଲେ ଶୁଭ ଫଳ ମିଳେ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Vichar
Advertisment
Advertisment