ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଫୁଟ୍ବଲ୍ ଟିମ୍ ଗୋଟିଏ ମାସ ମଧ୍ୟରେ ଦୁଇଟି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଜିତିବା ସହ ଫିଫା ମାନ୍ୟତାର ଟପ୍-୧୦୦କୁ ପ୍ରତ୍ୟାବର୍ତ୍ତନ କରିଛି । ଚଳିତ ବର୍ଷ ଟିମ୍ ସମ୍ମୁଖରେ ବିଶ୍ୱକପ୍ କ୍ୱାଲିଫାୟର୍, ଏସିଆଡ୍ ଭଳି ବଡ଼ ଚାଲେଞ୍ଜ୍ ରହିଛି । ଏବେ ଚର୍ଚ୍ଚା ହେଉଛି ଯେ ୨୦୨୩ ଭାରତୀୟ ଫୁଟ୍ବଲ୍ ପାଇଁ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ କି?