Advertisment

Vastu Tips: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ

ଅନେକ ସମୟରେ ଘରୁ ବାରମ୍ବାର ଚୋରି ହୋଇଥାଏ। ଏହା ସହ ଗୃହବାସୀମାନଙ୍କୁ ବିଭିନ୍ନ ମାଲିମକଦମାରେ ମଧ୍ୟ ଛନ୍ଦି ହୋଇ ରାଜଦଣ୍ଡ ଭୋଗିବାକୁ ପଡିଥାଏ । ଏହାକୁ କିପରି ଦୂର କରିବେ ଜାଣନ୍ତୁ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips To Prevent Theft

Vastu Tips to avoid house theft

ମଣିଷ ଜୀବନରେ ଯାହା ପ୍ରାପ୍ତି କରିବାକୁ ଚାହେଁ ତାକୁ ୪ ଭାଗରେ ବିଭକ୍ତ କରାଯାଇଛି। ଏହା ହେଉଛି ଧର୍ମ, ଅର୍ଥ, କାମ ଓ ମୋକ୍ଷ । କିନ୍ତୁ ଦୁଃଖର କଥା ଏହା ସମସ୍ତଙ୍କୁ ସହଜରେ ପ୍ରାପ୍ତି ହୁଏ ନାହିଁ । ଏହି ପ୍ରାପ୍ତିରେ ଯେଉଁ ସବୁ ବ୍ୟାଘାତ ଦେଖାଦିଏ ତାକୁ ମଧ୍ୟ ୪ ଭାଗରେ ବିଭକ୍ତ କରାଯାଏ; ତାହା ହେଉଛି ପ୍ରାକୃତିକ, ଭୌତିକ, ଆଦିଭୌତିକ ଓ ଆଦିଦୈବିକ।

Advertisment

ଏହି ଶୁଭ ଫଳ ପ୍ରାପ୍ତି ଏବଂ ଅଶୁଭ ଫଳର ସମାଧାନ ପାଇଁ ମଣିଷ ଆମର ପୂଜ୍ୟ ପ୍ରାଚୀନ ମୁନିଋଷିଙ୍କ ଦ୍ୱାରା ରଚିତ ଜ୍ୟୋତିଷ ଏବଂ ବାସ୍ତୁବିଦ୍ୟାର ସାହାଯ୍ୟ ନେଇଥାଏ । ଯଦି ଏହି ବିଦ୍ୟାକୁ ଆମ ଜୀବନରେ ସଠିକ୍ ଭାବେ ବ୍ୟବହାର କରାଯାଏ ତେବେ ଆମର ଅନେକ ସମସ୍ୟାର ସମାଧାନ ହୋଇପାରେ ।

ଆମର ବାସ୍ତୁବିଦ୍ୟା ଅତ୍ୟନ୍ତ ଉଚ୍ଚକୋଟିର। ଏହାକୁ ବହୁପୂର୍ବକାଳରୁ ରାଜା ମହାରାଜାମାନେ ବ୍ୟବହାର କରୁଥିଲେ, ଏବେ ବହୁ ପାଶ୍ଚାତ୍ୟ ଦେଶରେ ବ୍ୟବହାର କରାଯାଉଛି। ଏବେ ଆମ ଦେଶରେ ସାଧାରଣ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରି ସୁଫଳ ପାଉଥିବା ଦେଖାଯାଏ ।

Advertisment

ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା

ତେବେ ଆଜିର ବିଷୟରେ ଆସନ୍ତୁ ଜାଣିବା କେଉଁ ବାସ୍ତୁନିୟମକୁ ନ ମାନିଲେ ଘରେ ବାରମ୍ବାର ଚୋରି ହୋଇଥାଏ ଏବଂ ଗୃହବାସୀମାନେ ବିଭିନ୍ନ ମାଲିମକଦମାରେ ଲିପ୍ତ ହୋଇପଡନ୍ତି ଏବଂ ରାଜଦଣ୍ଡ ମଧ୍ୟ ଭୋଗିବାକୁ ପଡିଥାଏ ।

  • ଘରର ଉତ୍ତର-ପୂର୍ବ କୋଣ ଯଦି ଅନ୍ୟ ସମସ୍ତ ଦିଗ ଏବଂ କୋଣଠାରୁ ଉଚ୍ଚା ହୋଇଥାଏ ତେବେ ପଜେଟିଭ୍ ଏନର୍ଜି ଘରକୁ ଆସେ ନାହିଁ । ଫଳରେ ଅଶୁଭ ସ୍ଥିତି ଉପୁଜିଥାଏ ଓ ଘରୁ ଚୋରି ହୋଇଥାଏ ।
  • ପ୍ରତିକାର- ଏହିପରି ଥିଲେ ଏହି ସ୍ଥାନରେ ପିତଳରେ ନିର୍ମିତ କିମ୍ବା ଅଷ୍ଟଧାତୁ ନିର୍ମିତ ସ୍ୱସ୍ତିକ ସ୍ଥାପନା କରନ୍ତୁ ।
  • ନୈଋତ ବା ଦକ୍ଷିଣ-ପଶ୍ଚିମ କୋଣରେ ମୁଖ୍ୟଦ୍ୱାର ଥିଲେ ରାହୁଙ୍କ ଅଶୁଭ ଶକ୍ତି ଗୃହକୁ ପ୍ରବେଶ କରିଥାଏ, ଫଳରେ ଗୃହବାସୀଙ୍କ ଉପରେ କୁପ୍ରଭାବ ପଡିଥାଏ ଯାହାଦ୍ୱାରା ଜାଣିଶୁଣି ଭୁଲ କାମରେ ଲିପ୍ତ ରହିଥାନ୍ତି । ଫଳରେ ରାଜଦଣ୍ଡ ଭୋଗିବାକୁ ପଡିଥାଏ
  • ପ୍ରତିକାର- ଏହି କୋଣରୁ ମୁଖ୍ୟଦ୍ୱାରକୁ ପ୍ରଥମେ ସିପ୍ଟ କରି ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଶୁଭ ସ୍ଥାନକୁ ନେବାକୁ ହୁଏ, କିନ୍ତୁ ଯଦି ସ୍ଥାନର ଅଭାବ ଅଛି ତେବେ ଏହି କୋଣରେ ରାହୁ ଯନ୍ତ୍ର ସ୍ଥାପନା କରନ୍ତୁ ଏବଂ ପିତଳରେ ନିର୍ମିତ ପିରାମିଡ୍‌ ମୁଖ୍ୟଦ୍ୱାର ତଳେ ଦିଅନ୍ତୁ। ଫଳରେ ଏହି ସ୍ଥାନର ନେଗେଟିଭ୍ ପ୍ରଭାବ ଦୂର ହୋଇଯିବ।
  • ଘରର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ସ୍ଥାନରେ ଯଦି ଧନ ରଖନ୍ତି ତେବେ ଏ ଧନ ବିଭିନ୍ନ ବାଟରେ ଆପଣଙ୍କ ଠାରୁ ଦୂରେଇ ଯିବ । ଘରେ ନାନା ପ୍ରକାର ରୋଗ ଲାଗି ରହିବ ଯାହାଦ୍ୱାରା ବ୍ୟୟ ହେବ । ଯଦି ଦେହ ଖରାପ ହେଉନି ତେବେ ସେ ଧନ ଚୋରୀ ହୋଇଯାଇଥାଏ। ଏଣୁ ଏହି ସ୍ଥାନରେ କଦାପି ଧନ ରଖନ୍ତୁ ନାହିଁ ।
  • ପ୍ରତିକାର- ଏହି ସ୍ଥାନରୁ ଧନ ରଖିଥିବା ଆଲମାରୀ, ଟ୍ରେଜେରୀ ବାକ୍ସ ଆଦି ତୁରନ୍ତ ପରିବର୍ତ୍ତନ କରନ୍ତୁ ।
  • ଐଶାନ୍ୟ ବା ଉତ୍ତର-ପୂର୍ବ କୋଣରେ ଶୌଚାଳୟ ଥିଲେ ଏହା ମଧ୍ୟ ଧନ ନଷ୍ଟ କିମ୍ବା ଚୋରି ହେବା ପରି ପରିସ୍ଥିତି ସୃଷ୍ଟି କରିଥାଏ।
  • ପ୍ରତିକାର- ଏହି ସ୍ଥାନରୁ ଶୌଚାଳୟ ଅନ୍ୟତ୍ର ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ସିପ୍ଟ କରାନ୍ତୁ । ଏହି ସ୍ଥାନ ସଫା ରଖନ୍ତୁ ଏବଂ ପୂଜା ଘରଟିଏ ନିର୍ମାଣ କରନ୍ତୁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Odia Vastu Tips
Advertisment
Advertisment