Advertisment

ଦରବୃଦ୍ଧି ଓ ଅଭିବୃଦ୍ଧି ମଝିରେ ମେହନତୀ ମଣିଷ

ଦରଦାମକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ବିଭିନ୍ନ ଦେଶ ସୁଧ ବଢ଼ାଇଥିଲେ। ଆମେରିକାରେ ଏବେବି ସେହି ଧାରା ଜାରି ରହିଥିବାବେଳେ ଭାରତରେ କିନ୍ତୁ ସୁଧ ବୃଦ୍ଧିରେ ବ୍ରେକ୍ ଲାଗିଛି। କରୋନା ମହାମାରୀ ପରେ ଅନେକଙ୍କ ରୋଜଗାର ହ୍ରାସ ପାଇଛି। ଅଭାବ କାଳରେ ଅତ୍ୟାଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକେ ନାନା ସମସ୍ୟାରେ ପଡିଛନ୍ତି।

author-image
Sukanti Rout
ଅଦ୍ୟତନ ହୋଇଛି
Price Hikes Are Hitting Common Man Hard

Price Hikes Are Hitting Common Man Hard

ଭାରତୀୟ ଅର୍ଥନୀତି ସଂପ୍ରତି ନାନା ସମସ୍ୟା ଦେଇ ଗତି କରୁଛି। ଦରବୃଦ୍ଧି, ଅଭିବୃଦ୍ଧି ଏବଂ ଋଣକୁ ନେଇ ଅର୍ଥନୀତି ଛନ୍ଦି ହୋଇଛି। ଭାରତ ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବହୁତ ଋଣ କରିଛନ୍ତି। ଭାରତ ଭଳି ଦେଶ ପାଇଁ ଏତେ ଅଧିକ ଋଣ ଆଦୌ ଭଲ ନୁହେଁ। ବିଏଏ ରେଟିଂ ପାଇଥିବା ଦେଶଗୁଡ଼ିକର ହାରାହାରି ସରକାରୀ ଋଣ ହାର ଜିଡିପିର ୫୬ ପ୍ରତିଶତରେ ଥିବାବେଳେ ଭାରତରେ ତାହା ୮୧.୮ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି।

Advertisment

ରାଜସ୍ୱ ଦୃଷ୍ଟିରୁ ଭାରତ ଅଧିକ ସୁଧରେ ଋଣ ଆଣିଛି। ଅନ୍ୟ ବିଏଏ ରେଟିଂ ଦେଶରେ ରାଜସ୍ବ ଅନୁସାରେ ସୁଧ ପେମେଣ୍ଟ୍‌ ହାର ୮.୪ ପ୍ରତିଶତ ଥିବାବେଳେ ଭାରତରେ ସେହି ହାର ୨୬ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଯଦି ରାଜସ୍ବ ସଂଗ୍ରହ ଆଶାନୁରୂପ ନରହିବ ତେବେ ଅର୍ଥନୀତିରେ ଅବନତି ହେବାର ଆଶଙ୍କା ରହିଛି ବୋଲି ମୁଡିସ୍‌ର ସହକାରୀ ପରିଚାଳନା ନିର୍ଦେଶକ ‌ଜିନି ଫାଙ୍ଗ୍‌ ଏହା କହିଛନ୍ତି।

ମୁଡିସ୍‌ ହେଉଛି ଏକ ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ଓ ଏହା ଭାରତକୁ ‘ବିଏଏ୩’ ରେଟିଂ ପ୍ରଦାନ କରିଛି। ୨୦୨୦ ଜୁନ୍‌ରେ ଭାରତର ରେଟିଂକୁ ମୁଡିସ୍‌ ହ୍ରାସ କରିଥିଲା। ୨୦୨୧ରେ ସେଥ‌ିରେ ସାମାନ୍ୟ ସୁଧାର ଆଣିଥିଲା। ଆମ ଦେଶରେ ଯେତେ ଖାଦ୍ୟ ସଞ୍ଚୟ କରି ରଖାଯାଉଛି, ସେଥିରୁ ଅଧା ଖାଦ୍ୟ ନଷ୍ଟ ହେଉଛି। ଖାଦ୍ୟ ଶସ୍ୟ ସଞ୍ଚୟ ପାଇଁ ବ୍ୟାପକ ଖାଦ୍ୟ ଭଣ୍ଡାରର ଅଭାବ ରହିଛି। ସରକାର ଏସବୁର ସଫଳ ମୁକାବିଲା କରିପାରିଲେ ଯାଇ ଦେଶର ଖାଦ୍ୟ ସମସ୍ୟାର ସମାଧାନ ହୋଇପାରିବ। କୃଷି ଓ ଉଦ୍ୟାନ କୃଷି ପାଇଁ କେବଳ କୋଲ୍ଡ ଚେନ୍ ଏବଂ ଷ୍ଟୋରେଜ ବ୍ୟବସ୍ଥା କରିଦେଲେ ହେବ ନାହିଁ।

Advertisment

ସରକାର ସମସ୍ତ ସମସ୍ୟାକୁ ଗୁରୁତର ଭାବେ ବିଚାରକୁ ନେବା ନିତାନ୍ତ ଜରୁରୀ। ଏଥିପାଇଁ ଅମଳ ସମୟ ସହ ସର୍ଟିଂ ଓ ଗ୍ରାଡିଙ୍ଗ ଦାୟୀ । ଅମଳ ପାଇଁ କୃଷକଙ୍କୁ ଉନ୍ନତ ଶିକ୍ଷା ସହ ଅମଳ ଏବଂ ବିକ୍ରି ମଧ୍ୟରେ ବ୍ୟବଧାନ ହ୍ରାସ କରିବା ଜରୁରୀ। ଫାଙ୍ଗ୍‌ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ୬-୬.୩ ପ୍ରତିଶତ ହାରର ଅଭିବୃଦ୍ଧି ହାସଲ କରିବ। ଆଗକୁ ବଢ଼ିବା ଲାଗି ଭାରତ ପାଖରେ ବିପୁଳ ସମ୍ଭାବନା ରହିଛି।

ସେହିପରି ସୁଧ ହାର ଅଧିକ ଥିବାରୁ ସ୍ଥାୟୀ ପୁଞ୍ଜି ସୃଷ୍ଟି ହେବା ପ୍ରତି କିଛିଟା ସମସ୍ୟା ରହିଛି। ଭାରତ ଏକ ବଡ଼ ଓ ବିବିଧ ଅର୍ଥନୀତି ହୋଇଥିବାରୁ ଏଠାରେ ଅଭିବୃଦ୍ଧି ସମ୍ଭାବନା ଅଧିକ ରହୁଛି। ସେଥିପାଇଁ ସାରା ବିଶ୍ୱରେ ମାନ୍ଦାବସ୍ଥା ଲାଗି ରହିଥିବା ସତ୍ତ୍ୱେ ୨୦୨୨-୨୩ରେ ଭାରତ ଉଚ୍ଚ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି। ତୈଳ କମ୍ପାନୀଗୁଡ଼ିକ ରାତି ପାହିଲେ ତୈଳ ମୂଲ୍ୟରେ ସୁଧାର କରିଦେଉଛନ୍ତି।

ଦେଖନ୍ତୁ ଭିଡିଓ | ଦରବୃଦ୍ଧିରେ ଲାଗୁନି ଅଙ୍କୁଶ

ପେଟ୍ରୋଲ, ଡିଜେଲ ସାଙ୍ଗକୁ ରୋଷେଇ ଗ୍ୟାସ୍‌ ଦର ବଢିବଢି ଚାଲିଛି। ଗରିବ ମେହନତୀ ମଣିଷର ଦୁଃଖ ବଢ଼ି ବଢ଼ି ଚାଲିଛି। କରୋନା କାଳରେ ଲୋକେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଥିବାବେଳେ ଆୟ ମଧ୍ୟ ପ୍ରଭାବିତ ହୋଇଛି। ଇନ୍ଧନ ମୂଲ୍ୟ ବୃଦ୍ଧି ସହ ତାଳ ଦେଇ ବଜାରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅତ୍ୟାଧିକ ମୂଲ୍ୟବୃଦ୍ଧିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି।

ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ, ଏବେ ମଧ୍ୟମ ଆୟକାରୀ ବର୍ଗ ପରିବାରର ମାସିକ ଘର ଖର୍ଚ୍ଚ ଗତବର୍ଷ ଅପେକ୍ଷା ଏ ବର୍ଷ ପ୍ରାୟ ୨ ହଜାର ଟଙ୍କାରୁ ଅଧିକ ବଢିଥିବା ଜଣାପଡିଛି। କରୋନାରେ ଘରେ ପରିବାରର ସମସ୍ତ ସଦସ୍ୟ ରହିଲେ, ରୋଜଗାର ନ ଥିବାକୁ ଖର୍ଚ୍ଚ ବଢ଼ିଲା। କିଛି ଚାକିରି ହରାଇଥିଲେ। ଯେଉଁଥିପାଇଁ ପରିବାର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଲା।

ବିଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ଅତ୍ୟଧିକ ଦାରିଦ୍ର୍ୟ ହ୍ରାସ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଭାରତ। ୨୦୧୧ରୁ ୨୦୧୯ ମଧ୍ୟରେ ଦେଶରେ ବାସକରୁଥିବା ଦାରିଦ୍ର୍ୟର ଅନେକାଂଶରେ କମାଇଦେଇଛି। ସାମ୍ପ୍ରତିକ ବର୍ଷଗୁଡିକରେ, ଦାରିଦ୍ର୍ୟ ହ୍ରାସର ଗତି ମନ୍ଥର ହୋଇଛି। ଏକ ଆକଳନରୁ ଜଣାପଡିଛି ଯେ କରୋନା ମହାମାରୀ ହେତୁ ଅତ୍ୟଧିକ ଦାରିଦ୍ର୍ୟ ବୃଦ୍ଧି ପାଇଲା କିନ୍ତୁ ୨୦୨୧-୨୨ ମସିହାରେ ଦେଶବାସୀଙ୍କୁ ମାଗଣାରେ କରୋନା ଟୀକା ପ୍ରଦାନ କରାଯାଇଥିଲା।

ଏହା ସାଧାରଣ ମେହନତୀ ମଣିଷ ପାଇଁ ବରଦାନ ପରି ଥିଲା। ସବୁଜ, ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ବିକାଶ ମାଧ୍ୟମରେ ଦେଶ ତଥା ଏହାର ଲୋକଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିବାକୁ ନୀତି, ଅନୁଷ୍ଠାନ ଏବଂ ପୁଞ୍ଜି ବିନିଯୋଗକୁ ସୁଦୃଢ଼ କରିବାରେ ସାହାଯ୍ୟ କରି ବିଶ୍ୱ ବ୍ୟାଙ୍କ ଏହି ପ୍ରୟାସରେ ସହଯୋଗ କରୁଛି। କରୋନା କାଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଲେ। ଅର୍ଥନୀତି ପ୍ରଗତି ମଧ୍ୟ ବାଧାପ୍ରାପ୍ତ ହେଲା। ତାଲାବନ୍ଦ (ଲକଡାଉନ୍) ଅର୍ଥନୀତି ପ୍ରଗତିରେ ଅନେକ କ୍ଷତି ଆଣିଥିଲା। ଚାହିଦା ହ୍ରାସ କରିଥିଲା, ଅନେକ ଲୋକ ଚାକିରୀ ନଷ୍ଟ କରିଥିଲା ଏବଂ ଖାଦ୍ୟ ସଙ୍କଟ ସୃଷ୍ଟି କରିଥିଲା। ଅନେକ ବିକଶତ ରାଜ୍ୟର ମଧ୍ୟ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିପଡ଼ିଥିଲା। 

ଜଳବାୟୁରେ ଏଲ୍‌-ନିନୋ ପ୍ରଭାବ ରହିଲେ ବାୟୁମଣ୍ଡଳ ଉତ୍ତପ୍ତ ହୁଏ, ଫଳରେ ସ୍ବାଭାବିକ ବର୍ଷା ହୋଇପାରେ ନାହିଁ । ମାତ୍ର ଏହାର ସିଧା ସଳଖ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଥାଏ। ଚାଷ ଭଲ ନ ହେଲେ ଏହାର ପ୍ରଭାବ ଦେଶବାସୀଙ୍କ ଉପରେ ପଡ଼ିବା ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ୍ ବୃଦ୍ଧି ପାଏ । ଏହା ସାମଗ୍ରିକ ଭାବେ ଅର୍ଥନୀତିର ଗତିପଥକୁ ରୋକିଥାଏ। ଖାଦ୍ୟ ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତ ମଧ୍ୟରେ ରଖିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।

୨୦୨୩-୨୪ ଆର୍ଥିକ ବର୍ଷର ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରୁଷ୍‌-ୟୁ‌କ୍ରେନ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ। ଏହାର ପ୍ରଭାବ କେତେକ ରାଷ୍ଟ୍ରରେ ଦେଖାଦେଇଛି। ଫଳରେ ବିଭିନ୍ନ ସାମଗ୍ରୀ ହଠାତ ମହଙ୍ଗା ହୋଇଯାଇଛି। ଗତବର୍ଷ ମେ’ ପରଠାରୁ ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବେ ସୁଧରେ ୨.୫ ପ୍ରତିଶତ ବୃଦ୍ଧି କରିବା ପରେ ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ମେ’ରେ ୪.୨୫ ପ୍ରତିଶତକୁ ହ୍ରାସ ପାଇଛି। ଗତବର୍ଷ ଏପ୍ରିଲ୍‌ରେ ତାହା ୭.୮ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା।

ରିଜର୍ଭ ବ୍ୟାଙ୍କ ଓ ସରକାର ମିଳିତ ଭାବେ ଗ୍ରହଣ କରିଥିବା ପଦକ୍ଷେପ ଦରଦାମ୍ କମାଇବା‌ରେ ସହାୟକ ହୋଇଥିଲା ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ଘଟିଛି। ତେବେ ଯଦି ଆମେରିକାର ଫେଡେରାଲ୍ ରିଜର୍ଭ ସୁଧରେ ପୁଣି ବୃଦ୍ଧି କରିବେ ତେବେ ମଧ୍ୟ ଟଙ୍କା ମୂଲ୍ୟ ବିଶେଷ ପ୍ରଭାବିତ ହେବ ନାହିଁ ।

ଭାରତଠାରୁ ଆମେରିକା, ଚୀନ୍‌, ରୁଷ୍, ଦକ୍ଷିଣ କୋରିଆ ଓ ବ୍ରାଜିଲ୍‌ର ମୁଦ୍ରାସ୍ଫୀତି କମ୍ ରହିଛି। ତେବେ ଦରଦାମ୍ ମୁକାବିଲାରେ ବିକଶିତ ଦେଶ ଯଥା ବ୍ରିଟେନ୍, ୟୁରୋପର ବିଭିନ୍ନ ଦେଶ ଓ ଦକ୍ଷିଣ ଆଫ୍ରିକା ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି। କରୋନା ମହାମାରୀର ବିଭିନ୍ନ ଲହର ପରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାରୁ ସାରା ବିଶ୍ୱରେ ବିଭିନ୍ନ ସାମଗ୍ରୀର ଦାମ୍ ବୃଦ୍ଧି ପାଇଥିଲା। ଆମେରିକାଠାରୁ ଆରମ୍ଭ କରି ଆଫ୍ରିକା ପର୍ଯ୍ୟନ୍ତ ସବୁଆଡ଼େ ତାହାର ପ୍ରଭାବ ଦେଖିବାକୁ ମିଳିଥିଲା।

ଦରଦାମ୍‌କୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ବିଭିନ୍ନ ଦେଶ ସୁଧ ବଢ଼ାଇଥିଲେ। ଆମେରିକାରେ ଏବେବି ସେହି ଧାରା ଜାରି ରହିଥିବାବେଳେ ଭାରତରେ କିନ୍ତୁ ସୁଧ ବୃଦ୍ଧିରେ ବ୍ରେକ୍ ଲାଗିଛି। କରୋନା ଯୋଗୁଁ କାମଧନ୍ଦା ବନ୍ଦ ପଡିଥିବା ବେଳେ ଲୋକଙ୍କ ଆୟ ହ୍ରାସ ହୋଇଛି। ଅଭାବ କାଳରେ ଅତ୍ୟାଧିକ ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ନାନା ସମସ୍ୟାରେ ପଡିଛନ୍ତି।

ଗତବର୍ଷ ଏପ୍ରିଲ ମେ ମାସରେ ଲୋକଙ୍କ ଘର ଖର୍ଚ୍ଚ ଯାହାଥିଲା ତାହା ଚଳିତ ବର୍ଷ ଏହି ସମୟ ବେଳକୁ ଦୁଇଗୁଣିତ ହୋଇଯିବା ବଜାର ଉପରୁ ସରକାର ନିୟନ୍ତ୍ରଣ ହରାଇଥିବା ପ୍ରମାଣିତ କରୁଛି। ହେଲେ କରୋନାରେ ତାଲାବନ୍ଦ ଓ ବିଭିନ୍ନ କଟକଣା ଯୋଗୁ ଲୋକଙ୍କ ସମସ୍ୟା ସେହି ଭିତରେ ସୀମିତ ରହିଯାଇଛି। ଏବେ ଏପରି ପରିସ୍ଥିତି ହୋଇଛି ଯେ ଲୋକଙ୍କ ପୂର୍ବ ସଞ୍ଚୟ ମଧ୍ୟ ମହଙ୍ଗାରେ ସମାପ୍ତ ହେବାରେ ଲାଗିଲାଣି। ଲୋକଙ୍କ ଆୟ ହୁଏତ ହ୍ରାସ ହୋଇଛି ଅଥବା ସମତୁଲ ରହିଛି ହେଲେ ବୃଦ୍ଧି ହୋଇନଥିବା ବେଳେ ବଜାର ଦର ବୃଦ୍ଧି ସଞ୍ଚୟକୁ ପ୍ରଭାବିତ କରୁଛି। ଏଣୁ ଲୋକେ ଏବେ ଭିଡାଭିଡିରେ ଘର ଚଳାଇବାକୁ ବାଧ୍ୟ ହେଉଛନ୍ତି।

ଘର ଚଳାଇବା ଯେ କେତେ କଷ୍ଟ କରୋନା କାଳରେ ସେକଥା ପୁରୁଷମାନେ ମଧ୍ୟ ହୃଦୟଙ୍ଗମ କରିଛନ୍ତି। କରୋନା ମହାମାରୀ ପ୍ରଭାବରେ ବର୍ଷକ ଭିତରେ ୨୩ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି ବୋଲି ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ସଂଖ୍ୟାରେ ୧୫% ଓ ସହରାଞ୍ଚଳରେ ତା’ଠାରୁ ଅଧିକ ଅର୍ଥାତ ୨୦% ବୃଦ୍ଧି ଘଟିଛି।

ସେପ୍ଟେମ୍ବର ୨୦୦୮ରେ ଯେତେବେଳେ ସମଗ୍ର ବିଶ୍ୱ ଅର୍ଥନୈତିକ ମାନ୍ଦା ଅବସ୍ଥା ଦେଇ ଗତି କରୁଥିଲା, ଡି. ସୁବାରାଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେଇ ସମୟରେ ଦେଶ ଅର୍ଥନୀତିର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଜର ଦୃଷ୍ଟି କେନ୍ଦ୍ରୀଭୂତ କରିବା ସହ ସେଥିରେ ସ୍ପଷ୍ଟ ସୁଧାର ଆଣିବାକୁ ପ୍ରୟାସ କରିଥିଲେ।

ଦେଶର ମୁଦ୍ରାସ୍ଫୀତି ବର୍ତ୍ତମାନ ସୁଦ୍ଧା ଦୁଇ ଅଙ୍କ ବିଶିଷ୍ଟ ସ୍ଥିତିଦେଇ ଗତି କରୁଥିବାବେଳେ ମୂଲ୍ୟ ପ୍ରଦର୍ଶନରେ ବୃଦ୍ଧି ସତ୍ତ୍ବେ ମଧ୍ୟ ଏହା ଆଶାନୁରୂପକ ଅବସ୍ଥାରେ ରହିପାରୁନାହିଁ। ରିଜର୍ଭ ବ୍ୟାଙ୍କର ସମସ୍ତ ଉଦ୍ୟମ ସତ୍ତ୍ବେ ଭାରତୀୟ ଟଙ୍କା ବିଦେଶୀ ମୁଦ୍ରା ବଜାରରେ ସବୁ ସମୟରେ ଚଳଚଞ୍ଚଳ ସ୍ଥିତିରେ ରହିଛି ଓ ବାରମ୍ବାର ଟଙ୍କାର ମୂଲ୍ୟ ବିନିମୟ ଅସ୍ଥିର ରହୁଛି। ଏଥିରେ ସ୍ଥିରତା ଆଣିବା ରିଜର୍ଭ ବ୍ୟାଙ୍କ ପ୍ରୟାସ ଜାରି ରଖିଛି।

ଏଫଆଇଆଇ ଗୁଡ଼ିକ ଉପରେ ଅଧିକ ନିର୍ଭର ନ କରିବା ସହିତ କେନ୍ଦ୍ର ସରକାର ଏଫଡିଆଇ ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ କ୍ଷେତ୍ରରେ ଏହାର ବୃଦ୍ଧି ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଉଚିତ୍‌‌। ସରକାରଙ୍କ ସାମ୍ପ୍ରତିକ ଅର୍ଥନୈତିକ ସଂସ୍କାର ପଦକ୍ଷେପ ସ୍ୱାଗତଯୋଗ୍ୟ। କିନ୍ତୁ ତାହାର ସଠିକ୍‌‌ କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ଅର୍ଥନୈତିକ ମାନ୍ଦାବସ୍ଥା ସୃଷ୍ଟି ହେଉଛି।

ସରକାର ବିତ୍ତୀୟ ନିଅଣ୍ଟକୁ ଅକ୍ତିଆରରେ ରଖିବା ପାଇଁ ଘରୋଇ ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ଆନ୍ତର୍ଜାତୀୟ ମୂଲ୍ୟ ସହ ସମନ୍ୱୟ ରକ୍ଷା କରି ଆଗେଇବା ଉଚିତ୍‌‌। ତେଣୁ ପର୍ଯ୍ୟାୟକ୍ରମେ ସରକାରୀ ରିଆତିକୁ ହ୍ରାସ କରି ବିତ୍ତୀୟ ନିଅଣ୍ଟକୁ ସର୍ବନିମ୍ନ ସ୍ତରରେ ରଖିଲେ ହିଁ ଦେଶର ଅର୍ଥନୀତିକୁ ସବଳ କରିପାରିବ। ସ୍ୱାଭାବିକ୍‌‌ ମୌସୁମୀ ସତ୍ତ୍ବେ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ଚଢ଼ା ଅଛି। ଏହି ମୂଲ୍ୟବୃଦ୍ଧି ଅଧିକ କ୍ଷତି ସହୁଛନ୍ତି ସାଧାରଣ ଗରିବ ମେହନତୀ। ଯଦିଓ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ତ୍ରୟମାସିକ ମୁଦ୍ରାନୀତିରେ ପୁଣି ରେପୋ (ରିଜର୍ଭ ବ୍ୟାଙ୍କ ଯେଉଁ ସୁଧହାରରେ ବ୍ୟାଙ୍କଗୁଡ଼ିକୁ ସ୍ୱଳ୍ପକାଳୀନ ଋଣ ଦିଏ) ଓ ରିଭର୍ସ ରେପୋ ରେଟ୍‌‌ (ବ୍ୟାଙ୍କଗୁଡ଼ିକ ଯେଉଁ ଋଣ ରିଜର୍ଭ ବ୍ୟାଙ୍କକୁ ଦିଅନ୍ତି) ଉପରେ ବିଶେଷ ଧ୍ୟାନ ଦେଉଛି।

କୃଷିଜାତ ଉତ୍ପାଦନ ଉପରେ ସରକାର ଧ୍ୟାନ ନ ଦେଇ ଖାଲି ସୁଧହାର ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ଉପରେ ଚାପ ପକାଉଛନ୍ତି। ତଥାପି ସରକାରଙ୍କ ଆଶ୍ୱାସନାରେ ବଞ୍ଚିଛନ୍ତି ଦେଶର କୃଷକ ଓ ସାଧାରଣ ମେହନତୀ ମଣିଷ। କୋଟିପତି ଓ ପୁଞ୍ଜିନିବେଶକାରୀଙ୍କ ବ୍ୟବସାୟ ଧୀମା କରିଦେବା ଆବଶ୍ୟକ। ପ୍ରଥମ ପଞ୍ଚବାର୍ଷିକ ଯୋଜନାଠାରୁ ଆରମ୍ଭ କରି ଏକାଦଶ ପଞ୍ଚବାର୍ଷିକ ଯୋଜନା ପର୍ଯ୍ୟନ୍ତ ଆମ ଭାରତୀୟଙ୍କ ମେରୁଦଣ୍ଡ କୁହାଯାଉଥିବା କୃଷିକ୍ଷେତ୍ରକୁ ଅବହେଳା କରାଯାଉଛି।

ବେକାରୀ ହ୍ରାସ କରିବା ନାଁରେ ଜଙ୍ଗଲ ସଫା କରି ଶିଳ୍ପାନୁଷ୍ଠାନ ଗଢ଼ିବା ଏକ ତ୍ରୁଟିପୂର୍ଣ୍ଣ ନୀତି। ଚାହିଦା ଅନୁସାରେ ଉତ୍ପାଦନ ହ୍ରାସ ପାଉଛି। ଖାଦ୍ୟଶସ୍ୟ ଗଚ୍ଛିତ ରଖିବା ପାଇଁ ଅଧିକ ଶୀତଳ ଭଣ୍ଡାର ନାହିଁ। ସରକାର କୃଷିକ୍ଷେତ୍ରରେ ଅଧିକ ଧ୍ୟାନ ନ ଦେଇ ସେଇ ପୁରୁଣା ନୀତିକୁ ଅବଲମ୍ବନ କରୁଛନ୍ତି। ଯୋଗାଣ ଓ ଚାହିଦା ମଧ୍ୟରେ ତାରତମ୍ୟ ରହୁ ନଥିବାରୁ ଏପରି ସମସ୍ୟା ହେଉଛି। ନିକଟ ଅତୀତରେ ସରକାରଙ୍କ କେତେକ କ୍ଷେତ୍ରରେ ସବସିଡି ହ୍ରାସ ନିଷ୍ପତ୍ତି, ତୈଳଦର ବୃଦ୍ଧି ଆଦି ସଂସ୍କାର ତଥା ଡଲାର ବିପକ୍ଷରେ ସବଳ ଭାରତୀୟ ଟଙ୍କାର ସ୍ଥିତି ଯୋଗୁଁ ରିଜର୍ଭ ବ୍ୟାଙ୍କ ମାନଙ୍କର ଦାବିକୁ ଅଣଦେଖା ନ କରିପାରେ।

ନିଯୁକ୍ତି କ୍ଷେତ୍ରରେ ସରକାର ବିଶେଷ ଭାବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଦୀର୍ଘମିଆଦୀ ସୂତ୍ରରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ସରକାର ଅଧିକ ଯତ୍ନବାନ ହେବା ସହିତ ବିଶେଷ ଧ୍ୟାନ ଦେବାର ସମୟ ଆସିଛି। ସାଂପ୍ରତିକ ସ୍ଥିତିରେ ବିଶେଷ ସୁଧାର ଆଣିବାକୁ ହେଲେ ଉଭୟ ସରକାର ଅନେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାର ସମୟ ଆସିଛି। ସଙ୍କଟର ମୁକାବିଲା କରିବା ଏବଂ ଏହାକୁ ରୋକିବା ପାଇଁ ଭାରତ ଅନେକ ପଦକ୍ଷେପ ନେଇଛି।

ଅର୍ଥନୀତିରେ ଅଭିବୃଦ୍ଧି ପାଇଁ ନିବେଶ ହେଉଛି ମୁଖ୍ୟ ଚାବି। ଅଧିକ ପୁଞ୍ଜିନିବେଶ କେମିତି କରାଯାଇପାରିବ ସେ ନେଇ ସରକାର କ୍ଷେତ୍ର ପ୍ରସ୍ତୁତି କରିବା ଆବଶ୍ୟକ। ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ସରକାରୀ ତଥା ବେସରକାରୀ କ୍ଷେତ୍ର ପ୍ରସ୍ତୁତ କରିବା ଆବଶ୍ୟକ। ସରକାରଙ୍କ ବହୁବିଧ ଯୋଜନା ପରେ ବି ଅର୍ଥନୀତିରେ ଆଶାଜନକ ଅଭିବୃଦ୍ଧି ହୋଇ ନ ପାରିବା ଦେଶର ଅର୍ଥନୀତି ପାଇଁ ଶୁଭସଙ୍କେତ ନୁହେଁ। ମୁଦ୍ରାସ୍ଫୀତି ରୋକିବାକୁ ହେଲେ କୃଷି ଉତ୍ପାଦନ ପର୍ଯ୍ୟାପ୍ତ ହେବା ଦରକାର।

ତେଲ ମୂଲ୍ୟ କମିବା ସହିତ ବିଦ୍ୟୁତ୍‌‌ ଶକ୍ତି ଉତ୍ପାଦନ ବଢ଼଼ିବା ଦରକାର। ଅଧିକ ରପ୍ତାନି କରି ଆମଦାନୀ କମାଇବା ପାଇଁ ଚେଷ୍ଟା କରିବା ନିହାତି ଜରୁରୀ। ବେଳଠୁଁ ଏସବୁ ନ କଲେ ଦେଶର ଅର୍ଥନୈତିକ ସ୍ଥିତି ଦୋହଲିବା ସହିତ ସାଧାରଣ ମେହନତୀ ମଣିଷର ଅଭାବ ଅସୁବିଧା ସହିତ ଏମିତି ଯୁଝୁଥିବ।
ଭୁବନେଶ୍ୱର

Indian Economy
Advertisment
Advertisment