Advertisment

Vastu Tips: ଏହି ବାସ୍ତୁ ଦୋଷ ଥିଲେ ଆପଣ ହୋଇଯିବେ ଦରିଦ୍ର; ଜାଣନ୍ତୁ ପ୍ରତିକାର

କର୍ମ ସହିତ ଭାଗ୍ୟ ଥିବା ନିହାତି ଆବଶ୍ୟକ। ବାସ୍ତୁ ଦୋଷ ଥିଲେ ଆମର ଭାଗ୍ୟର ଦୁର୍ଭାଗ୍ୟରେ ପରିଣତ ହୋଇଯାଏ । ଏବେ ଜାଣିବା ଗୃହ ନିର୍ମାଣରେ କ’ଣ ତୃଟି ଥିଲେ ଏହି ବାସ୍ତୁ ଦୋଷ ଉପୁଜିଥାଏ ଏବଂ ଯାହା ଗୃହବାସୀଙ୍କ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For House

If this fault in the Vastu, you will become poor

ବାସ୍ତୁଶାସ୍ତ୍ର ଏକ ମହାନ ଶାସ୍ତ୍ର । ଏହାର ନିୟମକୁ ମାନି ଗୃହ ନିର୍ମାଣ କଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଅନ୍ୟଥା ବାସ୍ତୁରେ ତୃଟି ଥିଲେ ଅନେକ ଦୁଃଖ କଷ୍ଟ ଭୋଗିବାକୁ ପଡେ । ମଣିଷ ଜୀବନରେ ଅନେକ ପ୍ରକାର ଦୁଃଖ କଷ୍ଟ ଅଛି କିନ୍ତୁ ଆର୍ଥିକ ସ୍ଥିତି ଭଲ ନଥିଲେ ଏହି ଯୁଗରେ ଅନେକ କଷ୍ଟ ଭୋଗିବାକୁ ପଡେ । ଭଲ ରୋଜଗାର କରିବା ପାଇଁ ନିଜର ବୁଦ୍ଧି ଏବଂ ପରିଶ୍ରମ ତ କରିବାକୁ ପଡିବ କିନ୍ତୁ ଭାଗ୍ୟ ଯଦି ସାଙ୍ଗରେ ଥାଏ ତେବେ ସୁଖ ସମୃଦ୍ଧି ଶିଘ୍ର ପ୍ରାପ୍ତ ହୋଇଥାଏ।

Advertisment

ଏଣୁ କର୍ମ ସହିତ ଭାଗ୍ୟ ଥିବା ନିହାତି ଆବଶ୍ୟକ। ଏଣୁ ବାସ୍ତୁ ଦୋଷ ଥିଲେ ଆମର ଭାଗ୍ୟର ଦୁର୍ଭାଗ୍ୟରେ ପରିଣତ ହୋଇଯାଏ । ଏବେ ଜାଣିବା ଗୃହ ନିର୍ମାଣରେ କ’ଣ ତୃଟି ଥିଲେ ଏହି ବାସ୍ତୁ ଦୋଷ ଉପୁଜିଥାଏ ଏବଂ ଯାହା ଗୃହବାସୀଙ୍କ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ ।

ଅଧିକ ପଢ଼ନ୍ତୁ: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଉତ୍ତର-ପୂର୍ବ କୋଣର ଅଧିପତି ହେଉଛନ୍ତି ବୃହଷ୍ପତି । ବୃହଷ୍ପତି ହେଉଛନ୍ତି ଧନର କାରକ ଗ୍ରହ । ଏଣୁ ଉତ୍ତର-ପୂର୍ବ କୋଣ ବା ଐଶାନ୍ୟ କୋଣକୁ ସବୁବେଳେ ସଫା ଏବଂ ଖୋଲା ରଖିବା ସହିତ ଏହି ସ୍ଥାନର ଶୁଭ ଶକ୍ତି ବୃଦ୍ଧି ପାଇଁ ଏଠାରେ ନିତ୍ୟ ଭଗବାନଙ୍କ ଆରାଧନା କରିବା କଥା । ଏହି ସ୍ଥାନରେ ରଙ୍ଗ ହାଲୁକା ହଳଦିଆ କଲେ ଶୁଭ ଫଳ ମିଳିଥାଏ । ଯଦି ଏହି କୋଣରେ ଅଳିଆ, ଆବର୍ଜନା ରହିବ ତେବେ ଏହି ସ୍ଥାନ ଅଶୁଭ ଫଳ ଦେଇଥାଏ ଫଳରେ ବୃହଷ୍ପତ୍ତିଙ୍କ ଶୁଭଫଳ ମିଳିନଥାଏ । ଫଳରେ ଗୃହବାସୀଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାକୁ ଲାଗେ ।

Advertisment

ଉତ୍ତର ଦିଗ ହେଉଛି କୁବେରଙ୍କ ସ୍ଥାନ, ଏହି ଦିଗ ଯଦି ଅନ୍ୟ ଦିଗ ଅପେକ୍ଷା, ଉଚ୍ଚା ହେବ ଏହି ସ୍ଥାନରେ ଅଳିଆ, ଆବର୍ଜନା ରହିବ ତେବେ ମଧ୍ୟ କୁବେରଙ୍କ ଶୁଭ ଶକ୍ତି ଘରକୁ ଆସିନଥାଏ, କୁବେର ହେଉଛନ୍ତି ଧନ ସଞ୍ଚୟର ମୁଖ୍ୟ କାରକ ଦେବତା, ଏଣୁ ଏହି ସ୍ଥାନରେ ଦୋଷ ତୃଟି ଥିଲେ, ଧନ ଆସିଲେ ବି ଅଧିକ ବ୍ୟୟ ଭାର ବଢିଯାଏ । ଫଳରେ ଆର୍ଥିକ ଅଭାବ ସବୁବେଳେ ଲାଗି ରହିଥାଏ । ଏଣୁ ଏହି ଦିଗରେ ଶୌଚାଳୟ କେବେ ବି କରିବେ ନାହିଁ ଏବଂ ଏହି ଦିଗକୁ ଅନ୍ୟ ସ୍ଥାନ ଅପେକ୍ଷା ଉଚ୍ଚା କରିବେ ନାହିଁ ।

ଅଧିକ ପଢ଼ନ୍ତୁ: ବାସ୍ତୁରେ ପାରିବାରିକ କଳହର କାରଣ ଏବଂ ନିରାକରଣ

ବାସ୍ତୁରେ ଜଳର ସ୍ଥାନ ମଧ୍ୟ ଗୃହବାସୀଙ୍କ ରୋଜଗାର ଉପରେ ପ୍ରଭାବ ପକାଇଥାଏ । ଏଣୁ ଭୂମିରେ ନଳକୂପ କିମ୍ବା କୂପ ନିର୍ମାଣ କଲାବେଳେ ଶୁଭ ମୁହୂର୍ତ୍ତରେ ଏବଂ ଉତ୍ତର- ପୂର୍ବ କୋଣର ଉତ୍ତର କିମ୍ବା ପୂର୍ବ ଭାଗରେ କରିବେ । ନହେଲେ ପଶ୍ଚିମ ପଟର ବରୁଣ ଦେବତାଙ୍କ ପଦରେ କରିବେ । ଏହା ଛଡା ଅନ୍ୟ ସ୍ଥାନରେ ଯଦି ନଳକୂପ କିମ୍ବା କୂପ କରାଯାଏ ତେବେ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିଥାଏ ।

ଯଦି ଏହିପରି ଗୃହର ଦିଗରେ ଦୋଷତୃଟି ରହିଯାଏ ତେବେ ଏହାର ପ୍ରତିକାର କରାଗଲେ ଶୁଭଫଳ ମିଳୁଥିବା ଦେଖାଯାଏ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
Advertisment
Advertisment