• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

‘ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା। ବିନା ରକ୍ତରେ ଏ ଶରୀର କେବଳ ମାଂସ ଏବଂ ହାଡରେ ନିର୍ମିତ ଏକ କଙ୍କାଳ। ରକ୍ତ ଅଭାବ ଜଣେ ବ୍ୟକ୍ତିର ଜୀବନକୁ ବିପଦରେ ପକାଇପାରେ।

ପ୍ରତିବର୍ଷ ଲକ୍ଷ ଲକ୍ଷ କୋଟି ଲୋକ ଏହି ଅଭାବକୁ ଦୂର କରିବା ପାଇଁ ରକ୍ତ ଦାନ କରନ୍ତି, ଯାହା ଏକ ଅଭାବୀ ଲୋକର ଜୀବନ ବଞ୍ଚାଇବା ପାଇଁ ବ୍ୟବହୃତ ହୁଏ। ସେଥିପାଇଁ ଏହି ଦିନକୁ ‘ରକ୍ତଦାତା ଦିବସ’  କୁହାଯାଏ।

ଇତିହାସ:
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୦୪ ମସିହାରେ ‘ରକ୍ତଦାତା ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିନ ୧୪ ଜୁନ୍‌ରେ ପାଳନ ହେବା ଆରମ୍ଭ ହେଲା । ଏହା ପଛରେ ଏକ ବିଶେଷ କାରଣ ମଧ୍ୟ ଅଛି। ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିଇନର୍ ବ୍ଲଡ୍ ଗ୍ରୁପ୍ ସିଷ୍ଟମ୍‌ର ଆବିଷ୍କାର କରିଥିଲେ।

ତାଙ୍କର ଅବଦାନ ପାଇଁ ୧୯୩୦ ମସିହାରେ କାର୍ଲ ଲ୍ୟାଣ୍ଡଷ୍ଟିଇନର୍‌ଙ୍କୁ ନୋବେଲ ପୁରସ୍କାର ମଧ୍ୟ ଦିଆଯାଇଥିଲା। ‘ରକ୍ତଦାତା ଦିବସ’ ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିଇନର୍‌ଙ୍କ ପାଇଁ ଉତ୍ସର୍ଗୀକୃତ, ଯାହାଙ୍କ ଜନ୍ମଦିନ ୧୪ ଜୁନ୍।

ମହତ୍ତ୍ୱ:

‘ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ଲୋକଙ୍କୁ ରକ୍ତ ଦାନ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା। ଯାହାଦ୍ୱାରା ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ରକ୍ତ ଦିଆଯାଇପାରିବ।

ଏହି ଦିନ ପ୍ରତ୍ୟେକ ଦେଶର ପୁରୁଷ, ମହିଳା ଏବଂ ସ୍ୱେଚ୍ଛାସେବୀମାନେ ଅଭାବୀ ଲୋକଙ୍କୁ ରକ୍ତ ଏବଂ ପ୍ଲାଜ୍‌ମା ଦାନ କରନ୍ତି। ଏହି ଦିନ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୁଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୧୧୮.୫୪ ମିଲିୟନ ଲୋକ ରକ୍ତ ଦାନ କରନ୍ତି।

ଥିମ୍:

ପ୍ରତିବର୍ଷ ‘ବିଶ୍ୱ ରକ୍ତଦାତା ଦିବସ’ ଏକ ବିଶେଷ ଥିମ୍ ଉପରେ ଆଧାରିତ ଥାଏ। ଚଳିତ ବର୍ଷ ପାଇଁ ଏହି ଦିବସର ବିଷୟବସ୍ତୁ ହେଉଛି, “ରକ୍ତ ଦିଅନ୍ତୁ, ପ୍ଲାଜ୍‌ମା ଦିଅନ୍ତୁ, ଜୀବନକୁ ଶେୟାର କରନ୍ତୁ, ବାରମ୍ବାର ଶେୟାର କରନ୍ତୁ”।