ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି କ୍ରିକେଟର ସଞ୍ଜୁ ସାମ୍ସନଙ୍କ ବାପା ସାମ୍ସନ ବିଶ୍ୱନାଥ ।
ରାହୁଲ ଦ୍ରାବିଡ ୨୦୧୫ ପରେ ପ୍ରଥମ ପାଇଁ ରାଜସ୍ଥାନକୁ ଫେରିବେ । ସେ ୨୦୧୨ ଓ ୨୦୧୩ରେ ଆଇପିଏଲରେ ରାଜସ୍ଥାନର ନେତୃତ୍ୱ ନେଇଥିଲେ ।
ରାହୁଲ ଦ୍ରାବିଡ ବି ଖେଳିପାରିନଥିଲେ U-19 ବିଶ୍ୱକପ । ୧୯୮୮ ପରେ ୧୦ ବର୍ଷ ପରେ ଦ୍ୱିତୀୟ ସଂସ୍କରଣ ଆୟୋଜନ କରିଥିଲା ଆଇସିସି ।
ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ପୂର୍ବତନ ହେଡ୍ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସେ ସେଥିରୁ କେବଳ ଅଢ଼େଇ କୋଟି ଗ୍ରହଣ କରିଛନ୍ତି। ବାକି ଅଢ଼େଇ କୋଟି ଗ୍ରହଣ କରିବାକୁ ସେ ବିନମ୍ରତାର ସହିତ ମନା କରି ଦେଇଛନ୍ତି।
ଏହି ଐତିହାସିକ ବିଜୟ ପରେ ଭାରତୀୟ ଖେଳାଳିମାନେ ସ୍ୱଦେଶ ଫେରିଛନ୍ତି । ଭାରତ ଫେରିବା ପରେ ଖେଳାଳିମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ।
ଭାରତ ବିଶ୍ୱକପ୍ ଜିତିନେଇଛି । ଦୀର୍ଘ ୧୭ ବର୍ଷ ପରେ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତ ବିଶ୍ୱକପ୍ ଜିତିଛି ।
କ୍ରିକେଟ ଅନିଶ୍ଚିତତାର ଖେଳ। ହାର୍ ଜିତ୍ ତ ଲାଗି ରହିଥାଏ। ତେବେ ୧୧ ବର୍ଷର ଅପେକ୍ଷାର ଅନ୍ତ ଆଜି ଘଟିବାକୁ ଯାଉଛି। ରୋହିତ-ଦ୍ରାବିଡ୍ଙ୍କ ଯୋଡ଼ି ଆଜି ICC ଟ୍ରଫି ସହ ଅନ୍ତ ହୋଇପାରେ।
ଏଥର ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପୁଣି ଥରେ ବିଜ୍ଞାପନ ବାହାରିବ । ଆଉ ରାହୁଲ ଦ୍ରାବିଡ଼ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ।
ଜଣେ ଖେଳାଳି ଭାବେ ଅଧୁରା ରହିଯାଇଥିଲା ରାହୁଲ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ। ଦୁଇ ବର୍ଷ ହେଲା ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଦ୍ରାବିଡ଼ଙ୍କ ସେହି ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍?
ନୂଆ ଅଧିନାୟକଙ୍କ ସହ ନୂଆ କୋଚ୍ଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍ ଖେଳିବ ଭାରତ। କାହିଁକି ନା ଦିନିକିଆ ବିଶ୍ୱକପ୍ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍ଙ୍କ କାର୍ଯ୍ୟକାଳ ଶେଷ ହେବ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଏକ ଅଗ୍ନିପରୀକ୍ଷା । ଏଥିରେ ଉତ୍ତୀର୍ଣ୍ଣ ହେଲେ, ସେ ପ୍ରଶଂସିତ ହେବେ ଏବଂ ସମ୍ଭବତଃ ତାଙ୍କ କାର୍ଯ୍ୟକାଳ ବଢ଼ିବ; କିନ୍ତୁ ବିଫଳତା ସ୍ଥଳେ ତାଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ ।
ପର୍ଥ ଟି-୨୦ ବେଳେ ବିରାଟଙ୍କ ହୋଟେଲ୍ ରୁମ୍ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଠି ହୋଟେଲ୍ର ଜଣେ ବ୍ୟକ୍ତି ଖୁଲମଖୁଲା ବିରାଟଙ୍କ ରୁମ୍ରେ ବୁଲିବା ସହ ବିରାଟଙ୍କ ବ୍ୟବହୃତ ସାମଗ୍ରୀକୁ ଦେଖାଇଥିଲେ ।
୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ଟିମ ଇଣ୍ତିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଏହି ଅବସରରେ କୋହଲିଙ୍କୁ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି।
ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ହେଲେ ଟିମ୍ ଇଣ୍ଡିଆର ନୂଆ କୋଚ୍ । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ବିସିସିଆଇ ପକ୍ଷରୁ ତାଙ୍କୁ ବିଦ୍ଧିବଦ୍ଧ ଭାବେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ଏନେଇ ଗତକାଲି ଔପଚାରିକ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବାର ସମ୍ଭାବନା ରହିଛି ।
ମୁଖ୍ୟ କୋଚ୍ ଆବେଦନ ପାଇଁ ଜଣେ ଖେଳାଳିଙ୍କ ପାଖରେ ଅତିକମରେ ୩୦ ଟେଷ୍ଟ ଓ ୫୦ ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଜରୁରୀ। ଏହାସହ ସେ କୌଣସି ଜାତୀୟ ଟିମକୁ ଅତି କମରେ ୨ ବର୍ଷ କୋଚିଂ ଦେଇଥିବେ।
ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବା ନେଇ ଖବର ପ୍ରକାଶ ପରେ ପୁରା କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ରହିଛି ଯେ, ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ରାହୁଲ ଦ୍ରାବିଡ୍ ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍ ହୋଇପାରନ୍ତି। ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ଏହା ଜଣାପଡ଼ିଛି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ରାହୁଲ ଦ୍ରାବିଡ୍ ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦେବାପାଇଁ ବିସିସିଆଇ ସୁପାରିଶ କରିଛି। ପୂର୍ବରୁ ୨୦୧୬ରେ କୋହଲିଙ୍କ ନାଁ ସୁପାରିଶ କରାଯାଇଥିଲା। କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବାରୁ ବିରାଟ ବାଦ୍ ପଡିଥିଲେ। ସେହିପରି ୧୯ବର୍ଷରୁ କମ୍ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ ହୋଇଛି। ରାହୁଲଙ୍କ […]