Advertisment

Vastu Tips: ଗୋଟିଏ କୋଠରୀରେ ଦୁଇରୁ ଅଧିକ ଝରକା ଆଣିଥାଏ ବଡ ସମସ୍ୟା

ଆଜିର ଏହି ପ୍ରସଙ୍ଗରେ ଆସନ୍ତୁ ଜାଣିବା ଗୃହରେ ଥିବା ଝରକାର ବାସ୍ତୁନିୟମ ଏବଂ ଝରକା କିପରି ଆମ ବାସ୍ତୁକୁ ପ୍ରଭାବିତ କରିଥାଏ। ଝରକା ଦ୍ୱାରା ମଧ୍ୟ ଗୃହ ମଧ୍ୟକୁ ବିଭିନ୍ନ ଶକ୍ତି ପ୍ରବେଶ କରିଥାଏ। ଏଣୁ ଏହି ଝରକା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା କଥା। ଝରକାର ଅବସ୍ଥିତି ଗୃହବାସୀଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu for Windows

Vastu rules for windows in Vastu Shastra

ବାସ୍ତୁ ଶାସ୍ତ୍ରପରି ମହାନ ଓ ପରମ କଲ୍ୟାଣକାରୀ ଶାସ୍ତ୍ର ଆଉ ନାହିଁ ଏବଂ ଏହାର ଜ୍ୟୋତିଷ ଶାସ୍ତ୍ର ସହ ସମ୍ପର୍କ ଅତି ନିବିଡ। ଉଭୟ ଶାସ୍ତ୍ର ମନୁଷ୍ୟ ପାଇଁ ଅତ୍ୟନ୍ତ କଲ୍ୟାଣକାରୀ । ଭୂମିର ଦୋଷକୁ ଜାଣିବା ଏବଂ ଏହାକୁ ଠିକ୍ କରି ଗୃହ ନିର୍ମାଣ କରିବା ବାସ୍ତୁଶାସ୍ତ୍ରର ଅନ୍ତର୍ଗତ। କିନ୍ତୁ ଏହି ଗୃହରେ ରହୁଥିବା ଗୃହବାସୀଙ୍କ ଭାଗ୍ୟ ଜ୍ୟୋତିଷ ଶାସ୍ତ୍ରରୁ ଅଧ୍ୟୟନ କରାଯାଇଥାଏ ଏବଂ ବାସ୍ତୁକୁ ଗୃହକର୍ତ୍ତା ଏବଂ ଗୃହବାସୀଙ୍କ ଜାତକରେ ଥିବା ଗ୍ରହମାନଙ୍କ ଅବସ୍ଥିତିକୁ ପାଥେୟ କରି ଗୃହ ନିର୍ମାଣ କରାଯାଇଥାଏ।

Advertisment

ଏନେଇ ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଉଭୟ ପରଷ୍ପର ପରିପୂରକ। ଏଣୁ ମନୁଷ୍ୟ ଜନ୍ମନେବା ପୂର୍ବରୁ ସେ କେମିତି ପରିବେଶ ଦେଇ ଗତିକରିବ, ଏବଂ କେମିତି ବାସ୍ତୁରେ ରହିବ ତାହା ପୂର୍ବ ନିର୍ଦ୍ଧାରିତ। ଏଣୁ ଗୃହକର୍ତ୍ତାଙ୍କର ଜାତକ ଦେଖି ମଧ୍ୟ କହିହେବ କିପ୍ରକାର ବାସ୍ତୁଦୋଷ ଗୃହରେ ଅଛି।

କଥାରେ ଅଛି “ଗୋ, କନ୍ୟା ଓ ଭୂମି ଭାଗ୍ୟରେ ଥିଲେ ମିଳେ”। ଅର୍ଥାତ୍ ପୂର୍ବରୁ ଗୋ-ସମ୍ପଦ ଥିଲା ଅତ୍ୟନ୍ତ ମୂଲ୍ୟବାନ ଏବେ ମଧ୍ୟ ଗୋ-ମାତା ଆମ ପାଇଁ ମଙ୍ଗଳକାରୀ। ଏଣୁ ଭାଗ୍ୟରେ ଥିଲେ ଭଲ ଗାଇଟିଏ ମିଳେ। ଭାଗ୍ୟରେ ଥିଲେ ସୁଗୁଣା କନ୍ୟାଟିଏ ମିଳେ। ସେମିତି ଭାଗ୍ୟରେ ଥିଲେ ଭଲ ଭୂମିଟିଏ ମିଳେ।

Advertisment

ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା

ଆଜି କାଲି ଯୁଗରେ ଗୃହଟିଏ ନିର୍ମାଣ କରିବା କେବଳ କଷ୍ଟସାଧ୍ୟ ତାହା ନୁହେଁ ବରଂ ବହୁତ ବ୍ୟୟସାପେକ୍ଷ ମଧ୍ୟ। ପୁନଶ୍ଚ ଥରେ ନିର୍ମାଣ କରିସାରିବା ପରେ ତାକୁ ଭାଙ୍ଗିବା, ଗଢିବା ଅତ୍ୟନ୍ତ କଷ୍ଟ ସହ ଅତ୍ୟଧିକ ବ୍ୟୟସାପେକ୍ଷ୍ୟ। ଏଣୁ ଭୂମିଚୟନ ଠାରୁ ନେଇ ଗୃହନିର୍ମାଣ ପ୍ରତ୍ୟେକ ସୋପାନରେ ବାସ୍ତୁବିତିକ ପରାମର୍ଶ ନେଇ ଗୃହନିର୍ମାଣ କଲେ ବାସ୍ତୁଦୋଷ ରହିବାର ଅଶଙ୍କା କମିଯାଏ ଏବଂ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।

ତେବେ ଆଜିର ଏହି ପ୍ରସଙ୍ଗରେ ଆସନ୍ତୁ ଜାଣିବା ଗୃହରେ ଥିବା ଝରକାର ବାସ୍ତୁନିୟମ ଏବଂ ଝରକା କିପରି ଆମ ବାସ୍ତୁକୁ ପ୍ରଭାବିତ କରିଥାଏ। ପୂର୍ବରୁ ଆମେ ଘର ଦ୍ୱାର ବିଷୟରେ ଜାଣିଥିଲେ। ଦ୍ୱାର ଦେଇ ଆଲୋକ, ବାୟୁ ଏବଂ ବିଭିନ୍ନ ଶକ୍ତି ଗୃହକୁ ପ୍ରବେଶ କରିଥାଏ । ଠିକ୍ ସେହିପରି ଝରକା ଦ୍ୱାରା ମଧ୍ୟ ଗୃହ ମଧ୍ୟକୁ ବିଭିନ୍ନ ଶକ୍ତି ପ୍ରବେଶ କରିଥାଏ। ଏଣୁ ଏହି ଝରକା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା କଥା। ଝରକାର ଅବସ୍ଥିତି ଗୃହବାସୀଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ।

  • ଝରକାର କବାଟ କିମ୍ବା ଏଥିରେ ବ୍ୟବହୃତ କାଚ ଭାଙ୍ଗିଯାଇଥିଲେ ତୁରନ୍ତ ମରାମତି କରିବା ଆବଶ୍ୟକ । ଭଙ୍ଗା ଝରକା ଆଖି, କାନ ଓ ନାକ ଉପରେ କୁ-ପ୍ରଭାବ ପକାଇଥାଏ।
  • ଝରକାର ଅନୁପାତ ଗୃହର ଦ୍ୱାର ଅନୁପାତରେ ହେବା ଆବଶ୍ୟକ। ଅର୍ଥାତ୍ ଗୃହର ଗୋଟେ ଦ୍ୱାରର କ୍ଷେତ୍ରଫଳ ଯେତିକି ସେହି ଗୃହରେ ଝରକାଗୁଡିକର କ୍ଷେତ୍ରଫଳ ସହ ସମାନ ହେବା ଭଲ କିଛି କମିଗଲେ ଚଳିବ କିନ୍ତୁ ଅଧିକ ହେବା ଅତ୍ୟନ୍ତ କ୍ଷତିକାରକ।
  • ଗୋଟିଏ କୋଠରୀରେ ଗୋଟିଏ କିମ୍ବା ଦୁଇଟି ଝରକା ଲଗାଇବା କଥା ଏହାଠାରୁ ଅଧିକା ଝରକା ଅଶୁଭ ଫଳ ଦେଇଥାଏ, ଅର୍ଥାତ୍ ଘର ଭିତରେ ପାରିବାରିକ କଳହର କାରଣ ହୋଇଥାଏ।
  • ସମ୍ପୁର୍ଣ୍ଣ ଗୃହରେ ମୋଟ ଝରକା ସଂଖ୍ୟା ସମସଂଖ୍ୟକ ହେବା ଶୁଭ।

ଅଧିକ ପଢ଼ନ୍ତୁ: Vastu Tips: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ

  • ଝରକା ନିର୍ମାଣରେ ଝରକାର ବନ୍ଧ ଓ କବାଟ ଶାଳ, ପିଆସାଳ, ଶାଗୁଆନ ଆଦି ଭଲ ସାନ୍ଧ୍ରତା ଥିବା କାଠରେ ତିଆରି କରିବା କଥା। ଅନ୍ୟ ଗୃହରେ ବା ଆଗରୁ ବ୍ୟବହୃତ ଝରକା କିମ୍ବା ବନ୍ଧକୁ ଆଣି ବା ପୁରୁଣା ଝରକା ନୂଆ ଗୃହରେ ବ୍ୟବହାର କରିବା କଥା ନୁହେଁ।
  • ଝରକା ଓ କବାଟ ସଦାସର୍ବଦା ବାହାରକୁ ଖୋଲିବା ଶୁଭ।
  • ଝରକା ଓ କବାଟ ଖୋଲିବା ବେଳେ ଖରାପ ସାଉଣ୍ଡ ଆସିବା ଉଚିତ ନୁହେଁ।

ଝରକା କ୍ଷେତ୍ରରେ ଅନ୍ୟ କିଛି ଉପାୟ କରାଯାଏ ନାହିଁ,ଏଣୁ ଏହା ବାସ୍ତୁ ନିୟମରେ ନଥିଲେ ଏହାକୁ ସଂଶୋଧନ କରାଇନେବା କଥା।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
Advertisment
Advertisment