• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟକୁ ପୁଣି ଫେରିଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ଆଜି ରାଜ୍ୟର ୧୫ରୁ ଅଧିକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ ଓ କେନ୍ଦୁଝର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କୁହୁଡି ହେଲେ ଦୃଶ୍ୟମାନ କ୍ଷମତା ବାଧାପ୍ରାପ୍ତ ହେଉଥିବାରୁ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ଗତ କିଛିଦିନ ପୂର୍ବରୁ ରାଜ୍ୟରେ ପ୍ରବଳ ଶୀତ ଲାଗି ରହୁଥିଲା । ରାଜ୍ୟର ସମସ୍ତ ଅଞ୍ଚଳରେ ଅନୁଭୂତ ହେଉଥିଲା ଅସହ୍ୟ ଜାଡ଼ । ହେଲେ ଏହି ମାତ୍ର କିଛି ଦିନ ହେବ ଶୀତର ପ୍ରକୋପ ଅଳ୍ପ ରହିଥିବାବେଳେ ପୁଣି ଥରେ ରାଜ୍ୟକୁ ଶୀତ ଫେରିଛି । ସାଧାରଣ ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ପୁଉଁଥିବା ଦେଖିବାକୁ ମିଳିଛି ।

ସେହିପରି ସହର ହେଉ କି ଗାଁ ସବୁଠି ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍‌ କରୁଛନ୍ତି ଲୋକେ । ଚା’ ଦୋକାନରେ ମଧ୍ୟ ଗହଳି ଲାଗିଛି । ଶୀତୁଆ ସକାଳର ମଜାନେବାକୁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଲାଗୁଛି ।