/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706690802.jpg)
Rahul Gandhi
ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ରାହୁଲ ସୁନ୍ଦରଗଡର ବୀରମିତ୍ରପରରେ ଆସି ପହଞ୍ଚିବେ। ୬ ତାରିଖ ଦିନ ବୀରମିତ୍ରପୁରରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏହାପରେ ସୁନ୍ଦରଗଡ, ରାଉରକେଲା, ଝାରସୁଗୁଡ଼ା ଦେଇ ଗତି କରିବ ନ୍ୟାୟ ଯାତ୍ରା। ୭ ଓ ୮ ତାରିଖରେ ରାହୁଲ ଓଡ଼ିଶାରେ ରହିବେ।
Advertisment
ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ। ଦୁଇ ଦିନ ତଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସି ଓଡ଼ିଶା ବଂଚାଅ ସମାବେଶରେ ଯୋଗ ଦେଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)