/odishatv-khabar/media/post_attachments/uploadimage/library/16_9/16_9_0/____1700621501.jpg)
Odia girl deadbody found in Mumbai
ମୁମ୍ବାଇରେ ମିଳିଲା ସୁନ୍ଦରଗଡ ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ । ତା’ପୁଣି ଏକ ଟ୍ରଲି ବ୍ୟାଗ୍ରୁ । ମୁମ୍ବାଇ କୁର୍ଲା ରେଲ୍ୱେ ଷ୍ଟେସନରୁ ଏକ ଟ୍ରଲି ବ୍ୟାଗ୍ ଭିତରୁ ସଂପୃକ୍ତ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
Advertisment
ଯୁବତୀଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ବନ୍ଦଲିକାନି ଗାଁରେ ବୋଲି ସୂଚନା ମିଳିଛି । ତାଙ୍କ ନାଁ ପ୍ରତିମା କିଶପଟ୍ଟା । କିଛି ମାସ ହେବ ସେ ମୁମ୍ବାଇରେ ଜଣଙ୍କ ଘରେ ରହି କାମ କରୁଥିଲେ ।
ପ୍ରତିମାଙ୍କ ମୃତ୍ୟୁ କିଭଳି ହେଲା ? କାହିଁକି ଓ କିଏ ଆଣି ମୃତଦେହ ଟ୍ରଲି ବ୍ୟାଗ୍ରେ ରଖିଥିଲା ? ଏ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗତ ୧୯ ତାରିଖରେ ମୃତଦେହ ମିଳିବା
ପରେ ପ୍ରତିମାଙ୍କ ପରିବାର ବର୍ଗ ମୁମ୍ବାଇ ଯାଇଛନ୍ତି । ଖବର ଲେଖାଯିବା ସୁଦ୍ଧା ଏ ସଂପର୍କରେ ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)