• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏଥିରେ ରାହୁଲ ଗାନ୍ଧିଙ୍କ ସହ ଦଳର ଅନେକ ବରିଷ୍ଠ ନେତା ଆସି ପହଞ୍ଚିଛନ୍ତି ।

ବୀରମିତ୍ରପୁରରେ ରାହୁଲଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ରାଜ୍ୟ କଂଗ୍ରେସର ନେତା । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଅନ୍ୟ ନେତାମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶାକୁ ଆସି ଆଜି ବହୁତ ଭଲ ଲାଗୁଛି ବୋଲି କହିଛନ୍ତି ରାହୁଲ ।

ଘୃଣାର ବଜାରରେ ବର୍ତ୍ତମାନ ପ୍ରେମର ଦୋକାନ ଖୋଲିଲା । ଭାରତକୁ ଯୋଡ଼ିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ରାହୁଲ । ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା ଜାରି ରହିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ରାହୁଲ ।

ଆଗାମୀ ୩ ଦିନ ଯାଏଁ ଓଡ଼ିଶାରେ ରହିବି, ଲୋକଙ୍କ କଥା ଶୁଣିବି ବୋଲି କହିଛନ୍ତି । ଆଜିଠୁ ୮ ତାରିଖ ଯାଏଁ ଓଡ଼ିଶାରେ ରାହୁଲଙ୍କ କାର୍ଯ୍ୟକ୍ରମ ରହିଛି । ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ । ଆସନ୍ତା ଦୁଇ ଦିନ ଯାଏଁ ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଯିବେ ରାହୁଲ ।

ଏହି ସମୟରେ ଲୋକଙ୍କ ସମସ୍ୟା ଶୁଣିବେ ବୋଲି କହିଛନ୍ତି ରାହୁଲ । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ପୁରା ଜୋଶରେ ରହିଛି ରାଜ୍ୟ କଂଗ୍ରେସ । ବୀରମିତ୍ରପୁର ସଭାରେ ଏହି ସଭାରେ ସେ ବେକାରୀ, ଦରଦାମ ବୃଦ୍ଧି, ସରକାରୀ କମ୍ପାନୀ ଗୁଡ଼ିକର ଘରୋଇ କରଣ ଓ ସାମାଜିକ ଅନ୍ୟାୟ କଥା ଉଠାଇ ଥିଲେ ।