/odishatv-khabar/media/post_attachments/uploadimage/library/16_9/16_9_0/s_1700640565.jpg)
Boyfriend kills girlfriend dead body found stuffed in a suitcase
ମୁମ୍ବାଇରେ ଟ୍ରଲି ବ୍ୟାଗ୍ରୁ ଓଡ଼ିଆ ଯୁବତୀଙ୍କ ମୃତଦେହ ଘଟଣାରେ ପଦାକୁ ଆସିଲା କାରଣ । ଚରିତ୍ରକୁ ସନ୍ଦେହ କରି ପ୍ରତିମା କିଶପଟ୍ଟାଙ୍କୁ ହତ୍ୟା କରିଛି ଅଭିଯୁକ୍ତ ବୟଫ୍ରେଣ୍ଡ୍ ଅସକର୍ ବାର୍ଲା ।
ମୁମ୍ବାଇ କ୍ରାଇମବ୍ରାଞ୍ଚରୁ ଜାରି ହୋଇଥିବା ସୂଚନା ଅନୁସାରେ, ମୁମ୍ବାଇ ଧାରାବୀରେ ୨ ବର୍ଷ ହେଲା ଲିଭ୍-ଇନ୍ରେ ରହୁଥିଲେ ପ୍ରତିମା ଓ ଅସକର୍ । ତେବେ ପ୍ରତିମାଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ତଣ୍ଟି ଚିପି ହତ୍ୟା କରି ମୃତଦେହକୁ ଟ୍ରଲି ବ୍ୟାଗ୍ରେ ପୁରାଇ ମୁମ୍ବାଇରେ ଏଣେତେଣେ ବୁଲିଥିଲା ଅଭିଯୁକ୍ତ ।
ମୃତଦେହକୁ କେଉଁଠି ଫୋପାଡ଼ିବ ଭାବି କୁର୍ଲା ଷ୍ଟେସନ୍କୁ ଯାଇଥିଲା ଅସକର୍ । ହେଲେ ସେଠି ଭିଡ଼ ଦେଖି ସେଠୁ ଅଟୋରେ ସେ ସାୟନ୍ ମେଟ୍ରୋ ଷ୍ଟେସନ୍ ପାଖକୁ ଆସିଥିଲା । ସେଠି ମୃତଦେହ ଥିବା ଟ୍ରଲିକୁ ଛାଡ଼ି ପଳାଇଥିଲା ଅଭିଯୁକ୍ତ ଅସକର୍ ।
ଏହାପରେ ଧାରାବୀ ସ୍ଥିତ ଘରକୁ ଯାଇ ସେଠୁ ଓଡ଼ିଶା ପଳାଇବାକୁ ଯୋଜନା କରିଥିଲା । ଥାଣେ ରେଲ୍ୱେ ଷ୍ଟେସନ୍ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୂର୍ବରୁ ଜାଲ୍ ବିଛାଇ ରଖିଥିବା ବେଳେ ଅଭିଯୁକ୍ତ ଅସକରକୁ ଗିରଫ କରିଛି ।
ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ବନ୍ଦଲିକାନି ଗାଁର ପ୍ରତିମା କିଶପଟ୍ଟା ମୁମ୍ବାଇରେ ରହି କାମ କରୁଥିଲେ । ଗତ ୧୯ ତାରିଖରେ ତାଙ୍କ ମୃତଦେହ ଟ୍ରଲି ବ୍ୟାଗରୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)