ଆଳି: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ବେଳେ ଅଘଟଣ ।
ବିଜୟା ଦଶମୀରେ ଶୋକାକୁଳ ହେଲା କାନପୁର। ସାଙ୍ଗ ହୋଇ ଗଙ୍ଗା ନଈକୁ ଗାଧୋଇବାକୁ ଯାଇଥିଲେ ୬ ଭାଇ-ଭଉଣୀ...ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଜଣଙ୍କୁ ବଂଚାଇବାକୁ ଯାଇ ୬ ଜଣଙ୍କ ଗଲା ପ୍ରାଣ....ପିଲାଙ୍କୁ ହରାଇ ଭୋ ଭୋ କାନ୍ଦୁଛି ପୂରା ପରିବାର
୩ ଛୁଆ ବୁଡ଼ିଯିବା ଦେଖି ନଦୀକୁ ଡେଇଁ ପଡ଼ିଥିଲେ ବାପା । ଜୀବନକୁ ବାଜି ଲଗାଇ ପ୍ରଖର ସ୍ରୋତରୁ ୨ ପିଲାଙ୍କୁ ଉଦ୍ଧାର କଲେ ।
ଜଳଲାଗି ପାଇଁ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କୂଳରେ ବସିଥିବା ଆଉ ଜଣେ ସାଙ୍ଗ ଜଣଙ୍କୁ ଉଦ୍ଧାର କରିଥିଲେ।
ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ମହିଳା ଜଣକ ପାଣିରେ ଭାସି ଯାଇଥିଲେ। ୨ ଘଣ୍ଟାର ମିଳିତ ଅପରେସନ ପରେ ତାଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ସ୍ଥାନୀୟ ଲୋକେ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଆସିଲା ବହୁଚର୍ଚ୍ଚିତ ପୁରୀର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ ... ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ .... କହିଲେ, ଯାଞ୍ଚ ପାଇଁ ଷ୍ଟେଟ୍ ଫୋରେନସିକ ଲ୍ୟାବକୁ ପଠାଯିବ ରିପୋର୍ଟ...
ଛୋଟ ପିଲାମାନେ ଡ଼ଙ୍ଗାଭସାରେ ଖୁସି ମନାଉଥିଲେ। ହେଲେ ସେଇ ଖୁସି ଯେ ସେମାନଙ୍କ ଜୀବନ ନେଇଯିବ, ଏହା ସେମାନଙ୍କୁ ଅଜଣା ଥିଲା।
ନା ବାଜିଲା ସାଇରନ୍, ନା ଥିଲା ପୂର୍ବ ସୂଚନା, ହଠାତ୍ ଖୋଲିଦେଲେ ଟେଟ୍। ବିନା ପୂର୍ବ ସୂଚନାରେ ଖୋଲି ଦେଲେ ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ୍। ଫଳରେ ଗାଧୋଉ ଥିବାବେଳେ ୨ ଜଣ ଯୁବକ ଭାସି ଯାଇଥିଲେ।
ପୁରୀ ସମୁଦ୍ରରେ ଗାଧୋଉ ଥିବାବେଳେ ଭାସି ଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ଗତକାଲି ଅପରାହ୍ଣରେ ବଡ଼ ଢେଉରେ ୩ ଜଣ ଯୁବକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ।
ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ। ସେମାନେ ଲାଇଟ୍ ହାଉସ୍ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଉଦ୍ଧାର ପାଇଁ ଯାଇଥିଲେ ଲାଇଫଗାର୍ଡ।