Advertisment

ରାଉରକେଲାବାସୀଙ୍କୁ CMଙ୍କଠୁ ମିଳିଛି ଅନେକ ପ୍ରତିଶ୍ରୁତି, ହେଲେ ଏଯାଏଁ ପୁରଣ ହୋଇନି

ରାଉରକେଲା ସହରର ଲୋକସଂଖ୍ୟା ଦୃଷ୍ଟିରୁ ଏକ ବଡ଼ ସରକାରୀ ହସ୍ପିଟାଲର ବି ଆବଶ୍ୟକତା ନେଇ ସବୁ ବେଳେ ଦାବି ହୋଇ ଆସୁଛି। କିନ୍ତୁ କେବଳ ରାଉରକେଲା ସରକାରୀ ହସ୍ପିଟାଲକୁ ଛାଡ଼ି ଦେଲେ ସହରରେ ସାଧାରଣ ଲୋକଙ୍କ ପାଇଁ ଦେୟମୁକ୍ତ ଚିକିତ୍ସାର କୌଣସି ସୁବିଧା ନାହିଁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rourkela Politics

Rourkela Politics

ଓଡ଼ିଶାର ଅନ୍ୟତମ ଅତ୍ୟାଧୁନିକ ନଗରୀରାଉରକେଲାର ଲୋକସଂଖ୍ୟା ପାଖାପାଖି ୪ ଲକ୍ଷ। ତା ଭିତରୁ ନିର୍ବାଚନମଣ୍ଡଳୀରେ ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ। RSP ପାଇଁ ଦେଶର ବିଭିନ୍ନ ଭାଗରୁ ଲୋକେ ଆସି ଏଠାରେ ସ୍ଥାୟୀ ଭାବେ ବସବାସ କରନ୍ତି। ତେବେ ଚକାଚକ ସହର ହୋଇ ବି ଏଠି ଲୋକଙ୍କ ସମସ୍ୟା ଅନେକ। ସେ ଭିତରୁ କିଛି ପ୍ରସଙ୍ଗ ରହିଛି, ଯାହା ସବୁବେଳେ ରାଜନୈତିକ ଦଳଙ୍କ ଲାଗି ମୁଦ୍ଦା ହୋଇ ଆସିଛି।

Advertisment

ଓଡ଼ିଶାର ପୁରୁଣା ପ୍ଲାନିଂ ସିଟି ଆଉ ଏବେ ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି। ଯେଉଁଠି ଶୋଭା ପାଉଛି ବିଶ୍ୱର ସବଠୁ ବଡ଼ ହକି ଷ୍ଟାଡ଼ିୟମ । RSP ଓ ଅନ୍ୟ କଳକାରଖାନା ପାଇଁ ରାଉରକେଲା ପାଇଛି ଶିଳ୍ପ ନଗରୀର ଖ୍ୟାତି। ତେବେ ତା ଭିତରେ ବହୁବିଧ ମୌଳିକ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି ପ୍ରାୟ ୪ ଲକ୍ଷ ଲୋକ।

ଶିକ୍ଷା କଥା ଯଦି କହିବା... ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ଏବଂ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟର ନିକଟତର ହୋଇଥିଲେ ବି ଏଠି ଆଜି ଯାଏଁ ବିଶ୍ୱବିଦ୍ୟାଳୟଟିଏ ନାହିଁ। ଯାହା ପାଇଁ ଏଠାକାର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବଲପୁର ଯିବାକୁ ପଡୁଛି। ଏପଟେ ୨୦୧୩ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜାଭିୟର ଇନଷ୍ଟିଚ୍ୟୁଟ ବି ଏବେ ଯାଏଁ କେବଳ ସ୍ପପ୍ନ ହୋଇ ରହିଛି।

Advertisment

ରାଉରକେଲାସହରର ଲୋକସଂଖ୍ୟା ଦୃଷ୍ଟିରୁ ଏକ ବଡ଼ ସରକାରୀ ହସ୍ପିଟାଲର ବି ଆବଶ୍ୟକତା ନେଇ ସବୁ ବେଳେ ଦାବି ହୋଇ ଆସୁଛି। କିନ୍ତୁ କେବଳ ରାଉରକେଲା ସରକାରୀ ହସ୍ପିଟାଲକୁ ଛାଡ଼ି ଦେଲେ ସହରରେ ସାଧାରଣ ଲୋକଙ୍କ ପାଇଁ ଦେୟମୁକ୍ତ ଚିକିତ୍ସାର କୌଣସି ସୁବିଧା ନାହିଁ। ଏ ହସ୍ପିଟାଲ ଉପରେ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ସୀମାନ୍ତବର୍ତ୍ତୀ ଲୋକେ ନିର୍ଭର କରୁଥିବାରୁ ଏଠି ବେଡ୍ ସଂଖ୍ୟାଠୁ ରୋଗୀ ସଂଖ୍ୟା ସବୁ ବେଳେ ବହୁଗୁଣା।

ସେପଟେ କେନ୍ଦ୍ର ସରକାର ଘୋଷଣା କରିଥିବା ସୁପର ସ୍ପେଶାଲିଟି ହସ୍ପିଟାଲକୁ ଘରୋଇ କମ୍ପାନୀ ପରିଚାଳନା କରୁଥିବାରୁ ତାହା ସାଧାରଣ ଗରିବ ଲୋକଙ୍କ କାମରେ ଆସୁନଥିବା ରାଉରକେଲାବାସୀଙ୍କ ଅଭିଯୋଗ।  

ଏହାସହ ୨୦୧୩ରେ ରାଉରକେଲାର କୋଏଲ ନଦୀ ଉପରେ ବ୍ୟାରେଜ୍ ସାଙ୍ଗକୁ ରିଙ୍ଗରୋଡ୍ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ସେ ପ୍ରକଳ୍ପ ଆଜି ସୁଦ୍ଧା ହୋଇପାରିନି। ରାଉରକେଲାକୁ କମିଶନରେଟ୍ ପୋଲିସ ବ୍ୟବସ୍ଥା ଦେବାର ପ୍ରତିଶ୍ରୁତି ବି ବହୁ ପୁରୁଣା। ସହରବାସୀ ଏ ଦାବିକୁ ବାରମ୍ବାର ଦୋହରାଉ ଥିଲେ ବି ସେ ଦାବି ଏଯାଏଁ ପୂରଣ ହୋଇନି।

ସେହିଭଳିସହରର ସବୁ ବଡ଼ ଶିଳ୍ପାନୁଷ୍ଠାନ ଆରଏସପିରେ ଆଉ ନିଯୁକ୍ତି ନାହିଁ, ବରଂ ଛଟେଇ ବଢ଼ି ଚାଲିଛି। ତେଣୁ ସହରର ପାଠ ପଢୁଆ ପିଲାଙ୍କ ପାଇଁ ସହର ଭିତରେ ଆଉ ବଡ଼ ନିଯୁକ୍ତିର ସୁଯୋଗ ନାହିଁ। ସମସ୍ୟା ବହୁଳ ସହରରେ ଲୋକେ କାହାକୁ ନେତା ଏବଂ କିଏ ହେବେ ସେମାନଙ୍କ ଭାଗ୍ୟ ବିଧାତା ତାକୁ ଅପେକ୍ଷା।

BJD BJP Congress Odisha Politics General Elections 2024 Sattara Satranj
Advertisment
Advertisment