/odishatv-khabar/media/post_attachments/uploadimage/library/16_9/16_9_0/Accident_1700362836.jpg)
Accident
ସୁନ୍ଦରଗଡ଼ ମହୁଲପଦା ଥାନାର ନଗରିଆ ପୋଲ ତଳକୁ ଖସିଲା କାର । ଭାରସାମ୍ୟ ହରାଇ କାରଟି ପ୍ରାୟ ୨୦ ଫୁଟ ତଳକୁ ଖସିପଡିଥିବା ବେଳେ, ଜଣେ ଆହତ ଓ ୨ ଗୁରୁତର ଅଛନ୍ତି । ଗୁରୁତର ଦ୍ୱୟ ହେଲେ କେନ୍ଦୁଝର କାଦଡ଼ିଆର ଅଜିତ ମହାନ୍ତ ଓ ଡ୍ରାଇଭର ଓମକାର ବେହେରା । ଉଭୟଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ଆହତ ଯଦୁମଣି ବେହେରା ବଣାଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
Advertisment
ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ କାରଟି ଦୁର୍ଘଟଣାଗସ୍ତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)