Advertisment

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ହାଣିଲେ, ୨ ଲକ୍ଷ ଲୁଟିଲେ

ରାଜଗାଙ୍ଗପୁର ଲୋମଲୋଇ ଛକରେ ଏହୁ ଲୁଟ୍ ଅଭିଯୋଗ ଆସିଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Petrol Pump Employee Attacked

Loot

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରା ମାଡ଼ କରି ୨ ଲକ୍ଷ ଲୁଟ୍ । ରାଜଗାଙ୍ଗପୁର ଲୋମଲୋଇ ଛକରେ ଏହୁ ଲୁଟ୍ ଅଭିଯୋଗ ଆସିଛି। ସୂଚନା ଅନୁସାରେ ପଦାଜାମପାଲି ୧୦ ନମ୍ବର ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପର କର୍ମଚାରୀ ଅନିଲ ତିୱାରୀ ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିଲେ । ଏହି ସମୟରେ ଲୋମଲୋଇ ନିକଟରେ ଚାରି ଜଣ ଯୁବକ ତାଙ୍କୁ ଅଟକାଇ ଛୁରାମାଡ କରି ତାଙ୍କଠାରୁ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

Advertisment

ଗୁରୁତର ଅବସ୍ଥାରେ ଅନିଲଙ୍କୁ ପ୍ରଥମେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ତେବେ ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Petrol Pump Loot Case
Advertisment
Advertisment