Advertisment

ଇବ୍ ନଦୀରେ ଭାସି ୩ ନିଖୋଜ ଘଟଣା; ମିଳିଲା ୨ମୃତଦେହ

ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବ୍ ନଦୀରେ ଗାଧୋଇବା ପାଇଁ ଯାଇଥିଲେ।

author-image
Sonali Ojha
ib-river drowning

ib-river drowning

ସୁନ୍ଦରଗଡ଼ ଇବ୍ ନଦୀରେ ଭାସି ତିନିଜଣ ନିଖୋଜ ଘଟଣା । ୩ ଜଣଙ୍କ ମଧ୍ୟରୁ ମିଳିଲା ଦୁଇ ଜଣଙ୍କ ମୃତଦେହ। ଆଜି ସକାଳୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଏବେ ବି ଜଣେ ନିଖୋଜ ରହିଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି । ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲା ।

Advertisment

ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବ୍ ନଦୀରେ ଗାଧୋଇବା ପାଇଁ ଯାଇଥିଲେ କକା ଓ ପୁତୁରା । ତିନି ଜଣ ନଦୀରେ ଗାଧୋଇବା ବେଳେ ହଠାତ୍ ନଦୀ ପାଣିରେ ବୁଡି ଯାଇଥିଲେ।

ଗତକାଲି ଦିନ ସାରା ଖୋଜାଖୋଜି ପରେ ବି ମିଳିନଥିଲା ମୃତଦେହ। ଅନ୍ଧାର ହୋଇଯିବାରୁ ଗତକାଲି ବନ୍ଦ ରହିଥିଲା ଉଦ୍ଧାରକାର୍ଯ୍ୟ। ଆଜି ପୁଣି ସକାଳୁ ରେସକ୍ୟୁ ଅପରେସନ୍ କରାଯାଇଥିଲା। ତେବେ ୨ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟଜଣଙ୍କୁ ଖୋଜା ଚାଲିଛି। ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।

Advertisment
Drowning IB River
Advertisment
Advertisment