ଅନ୍ଧବିଶ୍ୱାସକୁ ଜାବୁଡ଼ି ରଖି ହାଡ଼ଫୁଟି ହୋଇଥିଲେ ମଧ୍ୟ ମେଡିସିନ୍ ଖାଉନାହାନ୍ତି ଗ୍ରାମବାସୀ। ପୂଜାପାଠ କଲେ ଭଲ ହୋଇଯିବ ବୋଲି ବିଶ୍ୱାସ ରଖୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ।
ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ । ତେଣୁ କଷ୍ଟ ହେଲେ ବି ପାଣି ଆଣୁଛନ୍ତି ଲୋକେ ।
ଏମିତିରେ ଧାରକରଜ କରି ଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅଦିନିଆ ବର୍ଷା ମାଡ଼ରେ ଜମିରେ ବଳିପଡ଼ିଥିବା ଟମାଟୋ, ଗୁଆଁର ତୋଳିବାକୁ ଲାଗିଛି ଚାଷୀ । ରାୟଗଡା ଜିଲ୍ଲା ଗୁଣପୁରର ଭାରସିଂ ଅଞ୍ଚଳରେ ଏବେ ଚାଷୀ ଆଖିରେ ଲୁହ ଆଣି ଦେଇଛି ଅଦିନିଆ ବର୍ଷା ।
ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ାଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ଡାକଘରେ ସଞ୍ଚୟ କରିଥିବା ଲକ୍ଷାଧିକ ଟଙ୍କା ହଡ଼ପ କରିଦେଇଛନ୍ତି ପୋଷ୍ଟ ମାଷ୍ଟର, ପୋଷ୍ଟଲ ଡାକ ଅଧିକ୍ଷକଙ୍କ ନିକଟର ଲିଖିତ ଅଭିଯୋଗ କଲେ ହିତାଧିକାରୀ । ରାୟଗଡ଼ାରୁ ଆସିଥିବା ଏହି ଖବର ଏବେ ସମସ୍ତକୁ ଚକିତ କରିଛି । ଟଙ୍କା ଫେରି ପାଇବାକୁ ଏବେ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ..
ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ନ୍ତି ଆଦିବାସୀ । ବଣ ଜଙ୍ଗଲ ମୂଲକରେ ଜୀବନ ସାଉଁଟୁ ଥିବା ଏହି ସଂପ୍ରଦାୟର ଲୋକେ ଲାଗିପଡ଼ନ୍ତି ମହୁଲ ସଂଗ୍ରହରେ । ହାଡ ଭଙ୍ଗା ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଉ ନଥିବାରୁ ଶୋଷଣର ଶିକାର ହେଉଥିବା ସବୁବେଳେ ଅଭିଯୋଗ ହେଉଛି..
ଟଙ୍କା ସୁରକ୍ଷିତ ରହିବ ଭାବି ଲୋକମାନେ ପୋଷ୍ଟ ଅଫିସରେ ଟଙ୍କା ଜମା କରିଥାନ୍ତି। କିନ୍ତୁ ପୋଷ୍ଟ ମାଷ୍ଟର ଯଦି ଗରିବ ଲୋକଙ୍କ ଟଙ୍କା ଲୁଟିବେ, ତେବେ କହିବା କାହାକୁ
କାହାର ହାତରେ କୋଦାଳ ତ ଆଉ କାହାରି ହାତରେ ଶାବଳ । ଚାଲିଛି କେନାଲ ଖୋଳା କାମ ।
ଭେଡା ଅଂଚଳର ବରାହିପୁର ଗାଁରେ ୮ ବଖରା ଘରକୁ ସର୍ବନାଶ କରିଦେଇଛି କୁଆପଥର ମାଡ ସାଙ୍ଗକୁ ପ୍ରବଳ ଝଡ ବର୍ଷା ।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ୨୮ କିଲୋମିଟର ଚାଲିଲା ବର। ବରଯାତ୍ରୀଙ୍କ ସହ ବର ନିଜ ଗାଁରୁ ବାହାରି ଚାଲିଚାଲି କନ୍ୟା ଘରେ ପହଞ୍ଚିଥିଲା।
ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ପରେ ନିଜସ୍ୱ ଖର୍ଚ୍ଚରେ ଘର ପାଖରେ ଏକ ମେସିନ ପକାଇଲେ । ଆଉ ଧୂପକାଠି ତିଆରି କରିବା ଆରମ୍ଭ କରିଦେଇଥିଲେ । ଠିକ୍ ଏତିକିବେଳେ ତାଙ୍କୁ ବୁଷ୍ଟରଡୋଜ୍ ପରି କାମ ଦେଇଥିଲା ପିଏମଜିପି ସ୍କିମ୍ । ଏହି ସ୍କିମରୁ ସେ ନିଜର କ୍ଷୁଦ୍ରଶିଳ୍ପକୁ ଆଗକୁ ବଢାଇବା ସହିତ ସ୍ଥାନୀୟ ଅଂଚଳର ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ରୋଜଗାର ।
ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।
ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୧୫ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଗୁମ୍ମା ପଚାଂୟତ ହାଡିଆ ଗାଁରେ । ସ୍ଥାନୀୟ ଅଂଚଳର ଅନନ୍ତ କୁଲେସିକା । ବେଶି ପାଠ ପଢିନଥିବାରୁ ଚାଷବାସ କରି ପରିବାର ପୋଷନ୍ତି। ପାହାଡିଆ ଅଂଚଳ ହୋଇଥିବାରୁ ସବୁ ବେଳେ ଦେଖାଦିଏ ଜଳ ସମସ୍ୟା । କ୍ଷେତକୁ କେମିତି ପାଣି ମଡାଯିବ ସେନେଇ ପ୍ରଶାସନ ପାଖରେ ବାରମ୍ବାର ନେହୁରା ବି ହୋଇଛନ୍ତି ଅନନ୍ତ ।
ଚାଷୀ ଭାଇଙ୍କ ସୁବିଧା ପାଇଁ ଜଳସମ୍ପଦ ବିଭାଗର ଉଠା-ଜଳସେଚନ ନିଗମ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୬୨ ଟି ଗଭୀର ନଳକୂପ ଖୋଳା ଯାଇଥିଲା । ବଡ ଦୁଃଖର କଥା ଏବେ ମାତ୍ର ୩ ରୁ ୪ ଟି ପଏଣ୍ଟ ଚାଲୁଥିବା ବେଳେ ଆଉ ସବୁ ଅଚଳ ହୋଇ ପଡ଼ିରହିଛି । ପାଣି ବାହାରୁନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଏନେଇ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ବି କୌଣସି ଲାଭ ମିଳିନାହିଁ । ବରଂ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ। ଚଳିତ ବର୍ଷ ମାର୍ଚ୍ଚରେ ୨୯ ବର୍ଷୀୟ ଉଦ୍ୟୋଗପତି ରିତେଶ ଅଗ୍ରୱାଲ ବିବାହ କରିବେ ବୋଲି ସୂଚନା ମିଳିଛି।
ନଡିଆ ଫଟାଇ ପୂଜାର୍ଚ୍ଚନା ହେଲା । ଆଉ ନାଲି ଫିତା କାଟି ପୋଲର ଉଦଘାଟନ ବଡ ଆଡମ୍ବର ସହାକାରେ ହେଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲର ଶୁଭ ଉଦଘାଟନ କରୁଛନ୍ତି ସରପଞ୍ଚ । ଏଇଠି ପ୍ରଶ୍ନ ଆସୁଥିବ ଆଜିକାଲି ପଡିଆଟିଏ ବି ଉଦଘାଟନ ହେଲେ ବଡବଡ ନେତାଏ ଆସୁଛନ୍ତି । ହେଲେ ନଈ ଉପରେ ଏତେ ବଡ ବ୍ରିଜ୍ର ଉଦଘାଟନ ସରପଂଚ କେମିତି କରିଦେଲେ ?
୩୨୬ ନମ୍ବର ଜାତୀୟ ରାଜପଥର ସାଙ୍କେଶ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ ।
ଘର ରାୟଗଡ଼ାକୁ ପଠାଇବାର ବ୍ୟବସ୍ଥା ହେଉଛି । କାମର ଲୋଭ ଦେଖାଇ ଏମାନଙ୍କୁ ନିଆଯାଇଥିଲା ବାରାଣସୀ ।
କୁଆଡ଼େ ଗଲେ ରାୟଗଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ? ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ପତ୍ନୀ ଥାନାରେ ଏତଲା ଦେଇଛନ୍ତି।
ରାୟଗଡ଼ାରେ ପ୍ରକୃତିକୁ ମନଭରି ଉପଭୋଗ କରୁଛନ୍ତି ବିଦେଶୀ । ସାପ୍ତାହିକ ହାଟ ବୁଲୁଛନ୍ତି, ନଦୀରେ ସ୍ନାନ କରୁଛନ୍ତି ।
କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।