/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674734285.jpg)
Bonded Labor Rescued
ଉତ୍ତର ପ୍ରଦେଶ ବାରାଣସୀ ନିକଟରେ ଥିବା ପିଡିଡିୟୁ ଷ୍ଟେସନରୁ ୨୧ ଜଣ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର । ସେମାନଙ୍କ ମଧ୍ୟରେ ୧୧ ନାବାଳକ ରହିଥିବା ଜଣାପଡ଼ିଛି । ସେମାନଙ୍କ ଘର ରାୟଗଡ଼ା ଜିଲ୍ଲା ରେ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୋଗ ଅନୁସାରେ କାମ କରିବାକୁ ଏମାନଙ୍କୁ ବାରାଣସୀ ଅଣାଯାଇଥିଲା । ଲୋହତା ଅଞ୍ଚଳରେ ଏକ କଂକ୍ରିଟ ସ୍ଲିପର ନିର୍ମାଣ କମ୍ପାନିରେ ସେମାନେ କାମ କରୁଥିଲେ । କିନ୍ତୁ ମଜୁରି ଦେଉନଥିଲା ମାଲିକ । ଏପରିକି ଘରକୁ ଯିବା କଥା କହିଲେ, ଧମକାଉଥିଲା । ସୁଯୋଗ ଦେଖି ପିଲାମାନେ ସେଠାରୁ ଫେରାର୍ ମାରି ପିଡିଡିୟୁ ଷ୍ଟେସନକୁ ଆସିଥିଲେ ।
ପାଟ୍ରୋଲିଂ କରିବା ବେଳେ ଏମାନଙ୍କୁ ଭୟଭୀତ ଅବସ୍ଥାରେ ଦେଖିଥିଲେ RPF ଅଧିକାରୀ । ପଚରା ଉଚରା ପରେ ଜଣାପ଼ଡ଼ିଥିଲା, ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଓ ନିର୍ଯାତନାର କଥା । ସମସ୍ତଙ୍କୁ ଉଦ୍ଧାର କରି RPF ସ୍ଥାନୀୟ ପୋଲିସକୁ ଅବଗତ କରିବା ସହିତ ବଚପନ ବଚାଓ ଆନ୍ଦୋଳନର ସଂଗଠନକୁ ଏ ସଂପର୍କରେ ଜଣାଇଥିଲା । ଏହା ପରେ ପିଲାଙ୍କୁ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କାଯାଇଛି । ବିନା ମଜୁରୀରେ ପିଲାମାନଙ୍କୁ କାମ କରାଇଥିବା କମ୍ପାନି ଉପରେ ଚଢାଉ ମଧ୍ୟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)